ପୁଣେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡର ସହଜ ବିଜୟ ହୋଇଛି। ବେୟାରଷ୍ଟୋଙ୍କ ଦମଦାର ୧୨୪ ରନ୍ ଓ ବେନ୍ ଷ୍ଟୋକ୍ସଙ୍କ ୯୯ ରନ୍ ବଳରେ ଇଂଲଣ୍ଡ ଦଳ ଦ୍ବିତୀୟ ମ୍ୟାଚ୍ ଜିତି ନେଇଛି। ଯାହାଫଳରେ ସିରିଜ ୧-୧ରେ ବରାବର ରହିଛି।
ଇଂଲଣ୍ଡ ପକ୍ଷରୁ ଜେସନ୍ ରୟ ୫୫ ରନ କରି ଆଉଟ ହୋଇଥିଲେ। ଡାୱିଡ ମଲାନ ୧୬ ରନ ଓ ଲିଆମ ଲିଭଙ୍ଗଷ୍ଟୋନ ୨୭ ରନ କରି ଅପରାଜିତ ରହିଥିଲେ।
ଟସ୍ ଜିତି ପ୍ରଥମେ ଇଂଲଣ୍ଡ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଭାରତ ବ୍ୟାଟିଂ କରି ୩୩୬ ରନ କରିଥିଲା। ୩୩୭ ରନର ଲକ୍ଷ୍ୟକୁ ନିର୍ଦ୍ଧାରିତ ଓଭର ପୂର୍ବରୁ ଅର୍ଥାତ୍ ୪୩. ୩ ଓଭର ଖେଳି ଇଂଲଣ୍ଡ ଦଳ ମ୍ୟାଚକୁ ଜିତି ନେଇଛି।
ଭାରତ ପକ୍ଷରୁ ସର୍ବାଧିକ ୨ ୱିକେଟ ପ୍ରସିଦ୍ଧ କ୍ରିଷ୍ଣା ନେଇଥିବା ବେଳ ଭୁବନେଶ୍ବର କୁମାର ଗୋଟିଏ ୱିକେଟ ନେଇଥିଲେ।