ବିଶ୍ୱକପ୍‌ ୨୦୨୩: ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଦକ୍ଷିଣ ଆଫ୍ରିକା

କୋଲକାତା: ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି । କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ପ୍ରଥମ କରି ମୁହାଁମୁହିଁ ହେଉଛନ୍ତି ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଏବଂ ଦକ୍ଷିଣ ଆଫ୍ରିକା । ତେବେ ଆଜି ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଭାରତୀୟ ଟିମ୍‌ରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏପର୍ଯ୍ୟନ୍ତ ଭାରତ ୭ଟି ମ୍ୟାଚରୁ ସମସ୍ତ ମ୍ୟାଚ୍ ଜିତି ପଏଣ୍ଟ୍ ଟେବୁଲର ଶୀର୍ଷରେ ରହିଛି। ସେହିପରି ଦକ୍ଷିଣ ଆଫ୍ରିକା ପ୍ଲେୟର୍ ମଧ୍ୟ ଦମଦାର […]

କୋଲକାତା: ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି । କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ପ୍ରଥମ କରି ମୁହାଁମୁହିଁ ହେଉଛନ୍ତି ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଏବଂ ଦକ୍ଷିଣ ଆଫ୍ରିକା । ତେବେ ଆଜି ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଭାରତୀୟ ଟିମ୍‌ରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ଏପର୍ଯ୍ୟନ୍ତ ଭାରତ ୭ଟି ମ୍ୟାଚରୁ ସମସ୍ତ ମ୍ୟାଚ୍ ଜିତି ପଏଣ୍ଟ୍ ଟେବୁଲର ଶୀର୍ଷରେ ରହିଛି। ସେହିପରି ଦକ୍ଷିଣ ଆଫ୍ରିକା ପ୍ଲେୟର୍ ମଧ୍ୟ ଦମଦାର ଫର୍ମରେ ଅଛନ୍ତି। ଚଳିତ ବିଶ୍ୱକପରେ ଦଳ ୭ଟି ମ୍ୟାଚ ଖେଳି କେବଳ ଗୋଟିଏରେ ବିଫଳ ହୋଇଥିବାବେଳେ ଅନ୍ୟ ସବୁଥିରେ ଉଚ୍ଚକୋଟୀର ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଦ୍ୱିତୀୟରେ ରହିଛି।

ଆଜିର ମ୍ୟାଚ୍‌‌ ଜିତି ଭାରତ ତା’ର ବିଜୟଧାରା ବଜାୟ ରଖିବାକୁ ପ୍ରୟାସ କରିବ ବୋଲି ଆଶା କରାଯାଉଛି । ଭାରତ ତା’ର ପ୍ରଥମ ୭ଟି ମ୍ୟାଚ୍‌‌ ଜିତି ୧୪ ପଏଣ୍ଟ ହାସଲ କରିବା ସହ ପଏଣ୍ଟ ତାଲିକାର ଶୀର୍ଷରେ ରହି ପ୍ରଥମ ଦଳ ଭାବେ ସେମିକୁ ଉଠିଛି। ସେମି ଟିକଟ ହାସଲ କରିଥିଲେ ମଧ୍ୟ ଭାରତ ଏହି ମ୍ୟାଚ୍‌‌କୁ ଆଦୌ ହାଲକା ଭାବେ ନେବନାହିଁ।

ଭାରତ ଚୂଡାନ୍ତ ଏକାଦଶ:

ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ୱିକେଟ କିପର୍), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ

About The Author: The Sakala