ଜିମ୍ବାୱେର ପୂର୍ବତନ ପ୍ରଖ୍ୟାତ କ୍ରିକେଟ୍‌ ଅଲ୍‌ରାଉଣ୍ଡର୍‌ ହିଥ୍‌ ‌ଷ୍ଟ୍ରିକ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ଜିମ୍ବାୱେର ପୂର୍ବତନ ପ୍ରଖ୍ୟାତ କ୍ରିକେଟ୍‌ ଅଲ୍‌ରାଉଣ୍ଡର୍‌ ହିଥ୍‌ ‌ଷ୍ଟ୍ରିକ୍‌ଙ୍କର ଦେହାନ୍ତ ଘଟିଛି।  କ୍ୟାନସରରେ ପୀଡିତ ହୋଇ ଦୀର୍ଘ ଦିନ ହେଲା ଚିକିତ୍ସାଧୀନ ଥିଲେ। ହିଥ ଷ୍ଟ୍ରିକ୍‌‌ଙ୍କର ମାତ୍ର ୪୯ ବର୍ଷ ବୟସରେ ପରଲୋକ ହୋଇଛି । ସେ ଦକ୍ଷିଣ ଆଫ୍ରିକାରେ ଚିକିତ୍ସିତ ହେଉଥିଲେ। ୯୦ ଦଶକରେ ମହାନ ଅଲ୍‌‌ରାଉଣ୍ଡର ଭାବେ ଜଣାଶୁଣା ଥିଲେ ଷ୍ଟ୍ରିକ୍‌ । ୧୯୯୩ ମସିହାରେ ଆନ୍ତର୍ଜାତିକ ପଦାର୍ପଣ କରିଥିବା ଷ୍ଟ୍ରିକ୍‌‌ ୬୫ ଟେଷ୍ଟ ଓ ୧୮୯ ଦିନିକିଆ ଖେଳିଛନ୍ତି । ୨୦୦୦ […]

ନୂଆଦିଲ୍ଲୀ: ଜିମ୍ବାୱେର ପୂର୍ବତନ ପ୍ରଖ୍ୟାତ କ୍ରିକେଟ୍‌ ଅଲ୍‌ରାଉଣ୍ଡର୍‌ ହିଥ୍‌ ‌ଷ୍ଟ୍ରିକ୍‌ଙ୍କର ଦେହାନ୍ତ ଘଟିଛି।  କ୍ୟାନସରରେ ପୀଡିତ ହୋଇ ଦୀର୍ଘ ଦିନ ହେଲା ଚିକିତ୍ସାଧୀନ ଥିଲେ। ହିଥ ଷ୍ଟ୍ରିକ୍‌‌ଙ୍କର ମାତ୍ର ୪୯ ବର୍ଷ ବୟସରେ ପରଲୋକ ହୋଇଛି । ସେ ଦକ୍ଷିଣ ଆଫ୍ରିକାରେ ଚିକିତ୍ସିତ ହେଉଥିଲେ।

୯୦ ଦଶକରେ ମହାନ ଅଲ୍‌‌ରାଉଣ୍ଡର ଭାବେ ଜଣାଶୁଣା ଥିଲେ ଷ୍ଟ୍ରିକ୍‌ । ୧୯୯୩ ମସିହାରେ ଆନ୍ତର୍ଜାତିକ ପଦାର୍ପଣ କରିଥିବା ଷ୍ଟ୍ରିକ୍‌‌ ୬୫ ଟେଷ୍ଟ ଓ ୧୮୯ ଦିନିକିଆ ଖେଳିଛନ୍ତି । ୨୦୦୦ ମସିହାରେ ଜିମ୍ବାୱେ କ୍ରିକେଟ ବୋର୍ଡ ହିଥ୍‌ ଷ୍ଟ୍ରିକ୍‌‌ଙ୍କୁ ଉଭୟ ୱାନ-ଡେ ଓ ଟେଷ୍ଟ ମ୍ୟାଚ ପାଇଁ କ୍ୟାପଟେନ ଘୋଷଣା କରିଥିଲା । ଷ୍ଟ୍ରିକ୍‌‌ଙ୍କ ନେତୃତ୍ୱରେ ଜିମ୍ବାୱେ ୨୧ ଟେଷ୍ଟ ମ୍ୟାଚରୁ ୪ଟି ରେ ଜିତିଥିଲେ । ସେହିପରି ୬୮ଟି ୱାନ-ଡେ ମ୍ୟାଚ ମଧ୍ୟରୁ ୧୮ଟି ମ୍ୟାଚ ଟିମ୍‌‌ ଜିତିଥିବା ବେଳେ ୪୭ଟି ମ୍ୟାଚ ହାରି ଯାଇଥିଲା । ଏହାପରେ ୨୦୦୫ରେ ଅବସର ନେଇଥିଲେ ।

About The Author: The Sakala