ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ ଟିମ୍ : ଇଂଲଣ୍ଡକୁ ହରାଇ ରାଜ୍ୟଗୋଷ୍ଠୀ କ୍ରୀଡା ଫାଇନାଲ୍‌ରେ ଟିମ୍‌ ଇଣ୍ଡିଆ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତୀୟ ମହିଳା କ୍ରିକେଟ ଟିମ୍ ଇତିହାସ ରଚିଛି। ଆଜି ଖେଳାଯାଉଥିବା ସେମିଫାଇନାଲରେ ଇଂଲଣ୍ଡକୁ ହରାଇ ରାଜ୍ୟଗୋଷ୍ଠୀ କ୍ରୀଡା ଫାଇନାଲ୍‌ରେ ପ୍ରବେଶ କରିଛି ଭାରତୀୟ ମହିଳା କ୍ରିକେଟ ଦଳ। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାର ସେମି ଫାଇନାଲ୍‌ରେ ଇଂଲଣ୍ଡକୁ ୪ ରନରେ ହରାଇଛି। ଏହି ବିଜୟ ସହ ପ୍ରଥମ ଥର ରାଜ୍ୟଗୋଷ୍ଠୀ କ୍ରୀଡାର ଫାଇନାଲ୍‌ରେ ପହଞ୍ଚିବା ସହ ଭାରତୀୟ ମହିଳା କ୍ରିକେଟ୍ […]

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତୀୟ ମହିଳା କ୍ରିକେଟ ଟିମ୍ ଇତିହାସ ରଚିଛି। ଆଜି ଖେଳାଯାଉଥିବା ସେମିଫାଇନାଲରେ ଇଂଲଣ୍ଡକୁ ହରାଇ ରାଜ୍ୟଗୋଷ୍ଠୀ କ୍ରୀଡା ଫାଇନାଲ୍‌ରେ ପ୍ରବେଶ କରିଛି ଭାରତୀୟ ମହିଳା କ୍ରିକେଟ ଦଳ। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାର ସେମି ଫାଇନାଲ୍‌ରେ ଇଂଲଣ୍ଡକୁ ୪ ରନରେ ହରାଇଛି। ଏହି ବିଜୟ ସହ ପ୍ରଥମ ଥର ରାଜ୍ୟଗୋଷ୍ଠୀ କ୍ରୀଡାର ଫାଇନାଲ୍‌ରେ ପହଞ୍ଚିବା ସହ ଭାରତୀୟ ମହିଳା କ୍ରିକେଟ୍ ଦଳ ପଦକ ସୁନିଶ୍ଚିତ କରିଛି।


ଆଜିର ମ୍ୟାଚରେ ଟସ୍‌ ଜିତିଛି ଭାରତୀୟ ମହିଳା କ୍ରିକେଟ ଟିମ୍‌ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ଓପନର ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ୬୧ ରନ ଓ ଜେମିମା ରୋଡ୍ରିଗସଙ୍କ ୩୧ ବଲରେ ଅପରାଜିତ ୪୪ ରନ ବଳରେ ଳ ୫ ୱିକେଟ ହରାଇ ୧୬୪ ରନ କରିଥିଲା।ଜବାବରେ ଘରୋଇ ଇଂଲଣ୍ଡ ୬ ଓ୍ଵିକେଟ୍ ହରାଇ ୧୬୦ ରନ କରିବାକୁ ସକ୍ଷମ ହୋଇଛି। ନାଟାଲିଏ ସ୍କିଭର ସର୍ବାଧିକ ୪୧ ରନ କରିଛନ୍ତି। ଡାନିଏଲ ଓ୍ଵିଟ୍ ୩୫ ଏବଂ ଆମି ଜୋନ୍ସ ୩୧ ରନ କରିଥିଲେ ହଁ ଦଳକୁ ଜିତାଇ ପାରି ନାହାନ୍ତି।ଭାରତ ପକ୍ଷରୁ ସ୍ନେହା ରାଣା ଦୁଇଟି ୱିକେଟ ନେଇଥିବା ବେଳେ ଦୀପ୍ତି ଶର୍ମା ଗୋଟିଏ ୱିକେଟ ନେଇଛନ୍ତି। ବାକି ୩ ୱିକେଟ ଭାରତକୁ ରନ ଆଉଟ ରୂପେ ମିଳିଛି।

About The Author: The Sakala