ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଅକ୍ଷର ପଟେଲଙ୍କ ପାଦ ଛୁଇଁଲେ ବିରାଟ, ଭିଡିଓ ଦେଖନ୍ତୁ ଆପଣ ବି ହସିବେ….

ଦୁବାଇ : ଚାମ୍ପିଅନ୍ସ ଟ୍ରଫି କ୍ରିକେଟ ପ୍ରତିଯୋଗିତାର ଶେଷ ଲିଗ୍‌ ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଗ୍ରୁପର ଶୀର୍ଷରେ ରହିଛି। ଦୁବାଇରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ନଅ ୱିକେଟ୍ ହରାଇ ୨୪୯ ରନ୍ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ଦଳ କେବଳ ୨୦୫ ରନ କରିପାରିଥିଲା। ତଥାପି, କେନ୍ ୱିଲିୟମସନ୍‌ କ୍ରିଜରେ ଥିବା ପର୍ଯ୍ୟନ୍ତ ଭୟ ରହିଥିଲା। ଗୋଟିଏ ପାର୍ଶ୍ୱରେ ୱିକେଟ୍ ପତନ ହେଉଥିଲା ବେଳେ ଅନ୍ୟ ପାର୍ଶ୍ୱରେ ୱିଲିୟମସନ୍‌ ଦୃଢ଼ […]

ଦୁବାଇ : ଚାମ୍ପିଅନ୍ସ ଟ୍ରଫି କ୍ରିକେଟ ପ୍ରତିଯୋଗିତାର ଶେଷ ଲିଗ୍‌ ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଗ୍ରୁପର ଶୀର୍ଷରେ ରହିଛି। ଦୁବାଇରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ନଅ ୱିକେଟ୍ ହରାଇ ୨୪୯ ରନ୍ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ଦଳ କେବଳ ୨୦୫ ରନ କରିପାରିଥିଲା। ତଥାପି, କେନ୍ ୱିଲିୟମସନ୍‌ କ୍ରିଜରେ ଥିବା ପର୍ଯ୍ୟନ୍ତ ଭୟ ରହିଥିଲା। ଗୋଟିଏ ପାର୍ଶ୍ୱରେ ୱିକେଟ୍ ପତନ ହେଉଥିଲା ବେଳେ ଅନ୍ୟ ପାର୍ଶ୍ୱରେ ୱିଲିୟମସନ୍‌ ଦୃଢ଼ ଭାବରେ ଠିଆ ହୋଇଥିଲେ। ସେ ୧୨୦ ବଲ୍‌ରେ ସାତ ଚୌକା ସହାୟତାରେ ୮୧ ରନ୍ କରିଥିଲେ ଏବଂ ୪୧ତମ ଓଭରରେ ସପ୍ତମ ୱିକେଟ୍ ଭାବରେ ଆଉଟ୍ ହୋଇଥିଲେ। ଅକ୍ଷର ପଟେଲ ତାଙ୍କ ସ୍ପେଲର ଶେଷ ବଲରେ କେନ ୱିଲିୟମସନଙ୍କୁ ଆଉଟ୍ କରିଥିଲେ। କେନ୍ ୱିଲିୟମସନ୍ ଅକ୍ଷର ପଟେଲଙ୍କ ବୋଲିଂରେ ୱିକେଟକିପର କେଏଲ ରାହୁଲଙ୍କ ଦ୍ୱାରା ଷ୍ଟମ୍ପଆଉଟ୍ ହୋଇଥିଲେ।


ଆଉ ଏହାପରେ ଏକ ସ୍ମରଣୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିରାଟ କୋହଲି ଅକ୍ଷର ପଟେଲଙ୍କ ପାଦ ଛୁଇଁଥିଲେ। ବିରାଟ କୋହଲି ଅକ୍ଷର ପଟେଲଙ୍କୁ ୱିକେଟ୍ ନେବା ପାଇଁ ଏହିପରି ଅଭିନନ୍ଦନ ଜଣାଇଥିଲେ।ତା’ପରେ ଅକ୍ଷର ବିରାଟଙ୍କୁ ଉଠାଇ ନେଲେ ଏବଂ ଦୁହେଁ ମଜା କରି ହସି ହସି ତଳେ ବସିଗଲେ। ଏହା ପରେ ଅନ୍ୟ ଖେଳାଳିମାନେ ମଧ୍ୟ ସେଠାରେ ପହଞ୍ଚି ଏହି ମଜାରେ ଭାଗ ନେଇଥିଲେ।


ଅକ୍ଷର ନିଜ ସ୍ପେଲର ଶେଷ ଓଭର ତଥା ୪୧ତମ ଓଭରରେ ୱିଲିୟମସନ୍‌ଙ୍କୁ ଷ୍ଟମ୍ପ ଆଉଟ୍ କରିଥିଲେ। ଅକ୍ସରଙ୍କ ବଲ୍‌ରେ ଏକ ବଡ଼ ସଟ୍ ମାରିବା ପ୍ରୟାସରେ, ୱିଲିୟମସନ୍‌ କ୍ରିଜ୍‌ରୁ ବହୁତ ଦୂରକୁ ଆସିଥିଲେ, କିନ୍ତୁ ବଲ୍ ତାଙ୍କ ବ୍ୟାଟ୍‌ରୁ ବାହାରି ଯାଇ ୱିକେଟକିପର ରାହୁଲଙ୍କ ଗ୍ଲୋଭସକୁ ଚାଲିଗଲା। ଆଉ ୱିଲିୟମସନ୍‌ ଷ୍ଟମ୍ପ ଆଉଟ୍ ହୋଇଥିଲେ। ଏହା ମ୍ୟାଚ୍‌ରେ ଏକ ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହେଲା ଏବଂ ଭାରତ ପରବର୍ତ୍ତୀ ସମୟରେ ନ୍ୟୁଜିଲାଣ୍ଡକୁ ୪୫.୩ ଓଭରରେ ୨୦୫ ରନ୍‌ରେ ଅଲଆଉଟ୍ କରିଦେଲା।

About The Author: The Sakala