ଟୋକିଓ ପାରା ଅଲିମ୍ପିକ୍ସ: ଭାରତକୁ ପ୍ରଥମ ପଦକ, ଟେବୁଲ ଟେନିସରେ ପ୍ରଥମ ମହିଳା ଭାବେ ଭାବିନା ପଟେଲ ଜିତିଲେ ରୌପ୍ୟ

ଟୋକିଓ: ଟୋକିଓ ପାରା ଅଲିମ୍ପିକ୍ସରେ ଭାରତକୁ ରବିବାର ପ୍ରଥମ ମେଡ଼ାଲ ମିଳିଛି । ଟେବୁଲ ଟେନିସରେ ଭାବିନା ପଟେଲ ରୌପ୍ୟ ପଦକ ଜିତିଛନ୍ତି। ପାରାଲିମ୍ପିକ୍ସରେ ପଦକ ଜିତିବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ମହିଳା। ସେହିପରି ପାରାଲିମ୍ପିକ୍ସରେ ଟେବୁଲ ଟେନିସ୍‌ରେ ପଦକ ଜିତିବାରେ ସେ  ହେଉଛନ୍ତି  ପ୍ରଥମ ଭାରତୀୟ। Tokyo Paralympics: Bhavina bags silver after losing gold medal match to China's Zhou Ying Read @ANI Story | https://t.co/tFgzxtFu5O#TokyoParalympics #BhavinaPatel […]

ଟୋକିଓ: ଟୋକିଓ ପାରା ଅଲିମ୍ପିକ୍ସରେ ଭାରତକୁ ରବିବାର ପ୍ରଥମ ମେଡ଼ାଲ ମିଳିଛି । ଟେବୁଲ ଟେନିସରେ ଭାବିନା ପଟେଲ ରୌପ୍ୟ ପଦକ ଜିତିଛନ୍ତି। ପାରାଲିମ୍ପିକ୍ସରେ ପଦକ ଜିତିବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ମହିଳା। ସେହିପରି ପାରାଲିମ୍ପିକ୍ସରେ ଟେବୁଲ ଟେନିସ୍‌ରେ ପଦକ ଜିତିବାରେ ସେ  ହେଉଛନ୍ତି  ପ୍ରଥମ ଭାରତୀୟ।


ଆଜି ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ଭାବିନା ବିଶ୍ୱର ନମ୍ବର ୧ ଖେଳାଳି ଚୀନ୍‌ର ଝୋଉ ୟିଙ୍ଗଙ୍କ ଠାରୁ ପରାସ୍ତ ହୋଇଯାଇଥିଲେ। ଭାବିନା ପ୍ରଥମ ଥର ପାଇଁ ପାରାଲିମ୍ପିକ୍ସରେ ଭାଗ ନେଇଥିଲେ ଓ ଏଥିରେ ତାଙ୍କୁ ପଦକ ମିଳିଛି। ଅନ୍ୟପକ୍ଷରେ ଚୀନର ଝୋଉ ୟିଙ୍ଗ ଷଷ୍ଠ ଥର ପାଇଁ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

About The Author: The Sakala