ସେପ୍ଟେମ୍ବର ୯ରୁ ଏସିଆ କପ୍‌ : ୧୪ରେ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ : ୟୁଏଇ ବା ୟୁନାଇଟେଡ ଆରବ ଏମିରେଟ୍ସରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୯ରୁ ୨୮ ତାରିଖ ଯାଏ ଏସିଆ କପ୍‌ ପୁରୁଷ କ୍ରିକେଟ ଖେଳାଯିବ। ଏ ସମ୍ପର୍କରେ ଏସିଆନ୍‌ କ୍ରିକେଟ କାଉନ୍ସିଲ (ଏସିସି) ଶନିବାର ବିଧିବଦ୍ଧ ଘୋଷଣା କରିଛି। ଟି-୨୦ ଫର୍ମାଟରେ ୮ଟି ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ବୋଲି ଏସିସିର ସଭାପତି ପାକିସ୍ତାନର ମୋହସିନ ନକ୍‌ଭି ଆଜି ଏକ୍ସ’ରେ ସୂଚନା ଦେଇଛନ୍ତି। ଭାରତ ଓ ଶ୍ରୀଲଙ୍କାରେ ଟି-୨୦ ବିଶ୍ୱକପ୍‌ ଖେଳାଯିବାକୁ […]

ନୂଆଦିଲ୍ଲୀ : ୟୁଏଇ ବା ୟୁନାଇଟେଡ ଆରବ ଏମିରେଟ୍ସରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୯ରୁ ୨୮ ତାରିଖ ଯାଏ ଏସିଆ କପ୍‌ ପୁରୁଷ କ୍ରିକେଟ ଖେଳାଯିବ। ଏ ସମ୍ପର୍କରେ ଏସିଆନ୍‌ କ୍ରିକେଟ କାଉନ୍ସିଲ (ଏସିସି) ଶନିବାର ବିଧିବଦ୍ଧ ଘୋଷଣା କରିଛି। ଟି-୨୦ ଫର୍ମାଟରେ ୮ଟି ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ବୋଲି ଏସିସିର ସଭାପତି ପାକିସ୍ତାନର ମୋହସିନ ନକ୍‌ଭି ଆଜି ଏକ୍ସ’ରେ ସୂଚନା ଦେଇଛନ୍ତି।

ଭାରତ ଓ ଶ୍ରୀଲଙ୍କାରେ ଟି-୨୦ ବିଶ୍ୱକପ୍‌ ଖେଳାଯିବାକୁ ଥିବାରୁ ଏଥର ଏସିଆ କପ୍‌କୁ ସମାନ ଫର୍ମାଟରେ ଆୟୋଜନ କରାଯିବାକୁ ସ୍ଥିର ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୯ରୁ ଆରମ୍ଭ ହୋଇ ୨୮ରେ ଶେଷ ହେବ। ଖେଳସୂଚୀ ଘୋଷଣା ହୋଇ ନ ଥିଲେ ମଧ୍ୟ ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇଥିବା ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ସେପ୍ଟେମ୍ବର ୧୪ରେ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ଭାବେ ଭାରତ ରହିଛି। କିନ୍ତୁ ଏସିସିର ରାଜିନାମା ଅନୁଯାୟୀ ଭାରତ ଓ ପାକିସ୍ତାନ ଯଦି ଆୟୋଜକ ହୁଅନ୍ତି, ତେବେ ଆସନ୍ତା ୩ ବର୍ଷ ଯାଏ ଏହି ଟୁର୍ଣ୍ଣାମେଣ୍ଟ ନିରପେକ୍ଷ କେନ୍ଦ୍ରରେ ଖେଳାଯିବ। ଏଥିଲାଗି ଏଥର ଟୁର୍ଣ୍ଣାମେଣ୍ଟ ୟୁଏଇରେ ଖେଳାଯିବ ବୋଲି ସ୍ଥିର ହୋଇଛି।

About The Author: The Sakala