କାଗିସୋ ରାବାଡାଙ୍କୁ କ୍ରିକେଟର ସମସ୍ତ ଫର୍ମାଟରୁ ‘ନିଲମ୍ବନ’, ଜାଣନ୍ତୁ କ’ଣ ରହିଛି କାରଣ…

ନୂଆଦିଲ୍ଲୀ :ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡାଙ୍କୁ ସମସ୍ତ ପ୍ରକାରର କ୍ରିକେଟରୁ ସାମୟିକ ଭାବରେ ନିଲମ୍ବିତ କରାଯାଇଛି। ସେ ନିଷିଦ୍ଧ ଔଷଧ ସେବନ କରିଥିବା କାରଣରୁ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ରାବାଡା କିଛି ଦିନ ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଆଇପିଏଲରୁ ସ୍ବଦେଶ ଫେରିଥିଲେ ଏବଂ ସେବେଠାରୁ ସେ ଗୁଜରାଟ ଟାଇଟାନ୍ସରେ ଯୋଗ ଦେଇପାରି ନାହାଁନ୍ତି। ଏହି ବୋଲର ଚଳିତ ସିଜିନରେ ଗୁଜରାଟ ପାଇଁ ପ୍ରଥମ ଦୁଇଟି ମ୍ୟାଚ୍ ଖେଳିଥିଲେ। ପଞ୍ଜାବ କିଙ୍ଗ୍ସ […]

ନୂଆଦିଲ୍ଲୀ :ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡାଙ୍କୁ ସମସ୍ତ ପ୍ରକାରର କ୍ରିକେଟରୁ ସାମୟିକ ଭାବରେ ନିଲମ୍ବିତ କରାଯାଇଛି। ସେ ନିଷିଦ୍ଧ ଔଷଧ ସେବନ କରିଥିବା କାରଣରୁ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ରାବାଡା କିଛି ଦିନ ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଆଇପିଏଲରୁ ସ୍ବଦେଶ ଫେରିଥିଲେ ଏବଂ ସେବେଠାରୁ ସେ ଗୁଜରାଟ ଟାଇଟାନ୍ସରେ ଯୋଗ ଦେଇପାରି ନାହାଁନ୍ତି। ଏହି ବୋଲର ଚଳିତ ସିଜିନରେ ଗୁଜରାଟ ପାଇଁ ପ୍ରଥମ ଦୁଇଟି ମ୍ୟାଚ୍ ଖେଳିଥିଲେ। ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ସେ ୪୧ ରନ ଦେଇ ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ। ଏହା ପରେ, ମୁମ୍ବାଇ ବିପକ୍ଷରେ, ସେ ୪୨ ରନ ଖର୍ଚ୍ଚ ଦେଇ ଗୋଟିଏ ୱିକେଟ ନେଇଥିଲେ।

About The Author: The Sakala