୩୦ ହଜାର ଦରମା ଚାକିରି ଛାଡି ବନିଲେ ରୋଲ୍‌ ବାଲା, ଏବେ ମାସକୁ ୮୦ ହଜାରୁ ଉର୍ଦ୍ଧ୍ବ ଆୟ…..

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଫାଷ୍ଟଫୁଡ୍‌‌ ଖାଇବାର ରୁଚି ଲୋକଙ୍କ ମଧ୍ୟରେ ବଢ଼ୁଥିବା ବେଳେ ସେହି ଫାଷ୍ଟଫୁଡ୍‌‌କୁ ନେଇ ବ୍ୟବସାୟ କରିବାକୁ ମଧ୍ୟ ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହେଉଛି। ସାଙ୍ଗ ସାଙ୍ଗ ମଧ୍ୟରେ କଥାବାର୍ତ୍ତା ବେଳେ ଏତେ ପାଠ ପଢ଼ି ଚାକିରି ନ ମିଳିଲେ ଫାଷ୍ଟଫୁଡ୍‌‌ ଦୋକାନ କରିବାର ଯେଉଁ ଉତ୍ତର ହସ ମଜାରେ ବାହାରୁଥିଲା। ବର୍ତ୍ତମାନ ସମୟରେ ତାହା ପ୍ରକୃତରେ ଯୁବପିଢିଙ୍କୁ ବ୍ୟବସାୟର ନୂଆ ରାହା ଦେଖାଇଛି କହିଲେ ଭୁଲ ହେବନି। ଏହା କେବଳ […]

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଫାଷ୍ଟଫୁଡ୍‌‌ ଖାଇବାର ରୁଚି ଲୋକଙ୍କ ମଧ୍ୟରେ ବଢ଼ୁଥିବା ବେଳେ ସେହି ଫାଷ୍ଟଫୁଡ୍‌‌କୁ ନେଇ ବ୍ୟବସାୟ କରିବାକୁ ମଧ୍ୟ ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହେଉଛି। ସାଙ୍ଗ ସାଙ୍ଗ ମଧ୍ୟରେ କଥାବାର୍ତ୍ତା ବେଳେ ଏତେ ପାଠ ପଢ଼ି ଚାକିରି ନ ମିଳିଲେ ଫାଷ୍ଟଫୁଡ୍‌‌ ଦୋକାନ କରିବାର ଯେଉଁ ଉତ୍ତର ହସ ମଜାରେ ବାହାରୁଥିଲା। ବର୍ତ୍ତମାନ ସମୟରେ ତାହା ପ୍ରକୃତରେ ଯୁବପିଢିଙ୍କୁ ବ୍ୟବସାୟର ନୂଆ ରାହା ଦେଖାଇଛି କହିଲେ ଭୁଲ ହେବନି। ଏହା କେବଳ ଲୋକକଥା ହୋଇ ରହି ନାହିଁ ବରଂ ଫାଷ୍ଟଫୁଡ ବ୍ୟବସାୟ ଲୋକପ୍ରିୟ ହେବାରେ ଲାଗିଲାଣି। ଏପରି କିଛି ‘ବ୍ୟାଙ୍କର ’ ନିକଟରେ ଦେଖିବାକୁ ମିଳିଛି।

ଏ ହେଉଛି କୃଷ୍ଣ କେଶବ ସାହୁଙ୍କ ‘ବ୍ୟାଙ୍କର ରୋଲ ବାଲା’ ଫାଷ୍ଟଫୁଡ୍‌‌ ଦୋକାନ। ଏହା କିଟ୍‌‌ ଛକ ନିକଟରେ ରହିଛି। କୃଷ୍ଣଙ୍କ ବୟସ ମାତ୍ର ୨୫ ଏବଂ ଘର ବ୍ରହ୍ମପୁର। ବର୍ତ୍ତମାନ ସେ ଡମଣାରେ ରହୁଛନ୍ତି। ଏପରି ଦୋକାନର ନା କାହିଁକି ପଚାରିଲେ, ଉତ୍ତରରେ ପୂର୍ବରୁ ବ୍ୟାଙ୍କରେ କାମ କରୁଥିଲି ବୋଲି ଶୁଣିବାକୁ ମିଳେ। କଥାଟି ହେଲା ଗ୍ରାଜୁଏସନ୍‌‌ ପରେ ବ୍ୟବସାୟ ଉଦ୍ଦେଶ୍ୟରେ ଏମବିଏ କରିଥିଲେ। ହେଲେ ଏମବିଏ ପଢ଼ା ସରିବା ପରେ ବ୍ୟାଙ୍କର କ୍ୟାସିଅର ଭାବେ ଚାକିରି ପାଇଲେ। ଇଚ୍ଛା ନଥିଲେ ମଧ୍ୟ ଘର ଲୋକ ବାଧ୍ୟ କରିବାରୁ ସେ କ୍ୟାସିଅର ହୋଇଥିଲେ। ଦରମା ମଧ୍ୟ ୩୦ ହଜାର ମିଳୁଥିଲା। ହେଲେ ଅନିଚ୍ଛାରେ ବ୍ୟାଙ୍କରେ ଚାକିରୀ କରିବା ତାହ୍‌‌କୁ ପସନ୍ଦ ଆସୁନଥିଲା। ସେଥିପାଇଁ ବେଶୀ ଦିନ ସେଥିରେ ରହିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଲା।

ତିନି ବର୍ଷ ଚାକିରୀ ପରେ ସେ କ୍ୟାସିଅର ଚାକିରୀ ଛାଡି ଦେଇଥିଲେ। ଏସି କ୍ୟାବିନ ଓ ଭଲ ଦରମା ତାଙ୍କୁ ସେତିକିରେ ସନ୍ତୁଷ୍ଟ କରିପାରିଲାନି ବୋଲି ସେ କହିଥିଲେ। ସେତେ ସଞ୍ଚୟ ନଥିବାରୁ ରୁଣ କରି କିଟ୍‌‌ ଛକ ନିକଟରେ ନିଜର ଏକ ରୋଲ ଦୋକାନ କଲେ। ଏଥିପାଇଁ ତାଙ୍କୁ ପରିବାର, ସାଙ୍ଗସାଥୀ ଏବଂ ବନ୍ଧୁବାନ୍ଧବରେ ଅନେକ କଥା ଶୁଣିବାକୁ ମଧ୍ୟ ପଡ଼ିଥିଲା। ପ୍ରଥମେ କେ.କେ. ହଙ୍ଗର ନାମରେ ନିଜ ରୋଲ ଦୋକାନ ଆରମ୍ଭ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ତାକୁ ନିଜ ବୃତ୍ତି ସହ ଯୋଡି ବ୍ୟାଙ୍କର ରୋଲ ବାଲା ରଖଥିଲେ। ସମୟସହ ନିଜ ଦୃଢ ମନବଳ ତାଙ୍କ ବ୍ୟବସାୟକୁ ଆଗକୁ ନବାର ପ୍ରୟାସ ଜାରି ରଖିଲେ। ଯାହା ଆଜି ତାଙ୍କୁ ମାସକୁ ୮୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ରୋଜଗାର କରିବାରେ ସକ୍ଷମ କରିଛି। ଏବେ ତାଙ୍କ ନିଶାକୁ ପେସାରେ ବଦଳାଇବାରେ ସଫଳ ହୋଇଥିବାର ପ୍ରମାଣ ହେଉଛନ୍ତି କୃଷ୍ଣ କେଶବ। ଆଗକୁ ବିଭିନ୍ନ ସ୍ଥାନରେ ଆହୁରି ଫ୍ରାଞ୍ଚାଇଜ ଖୋଲିବାର ଯୋଜନା ରଖିଥିବା ସେ କୁହନ୍ତି।

About The Author: The Sakala