ଏଆଇ ଏବେ ସବୁ କ୍ଷେତ୍ରକୁ ପ୍ରବେଶ କରି ସାରିଥିବାବେଳେ ଏହାର ଉପସ୍ଥିତି ଏବେ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ମଧ୍ୟ ଦେଖୀବାକୁ ମିଳିବ। ସେଥିପାଇଁ ବିଶ୍ବର ପ୍ରଥମ ଏଆଇ ବିୟୁଟି ପେଜେଣ୍ଟର ଘୋଷଣା କରାଯାଇଛି। ଏହା ଦ୍ବାରା ଏବେ ବିଶ୍ବକୁ ଡିଜିଟାଲ ସୁନ୍ଦରୀ ମିଳିବାକୁ ଯାଉଛି। ଏହି ପ୍ରତିଯୋଗିତାର ନାଁ ‘ମିସ୍ ଏଆଇ’ ରଖାଯାଇଛି। ଯେଉଁଥିରେ ଏଆଇ ଦ୍ବାରା ପରିଚାଳିତ ସୁନ୍ଦରୀମାନେ ଭାଗ ନେବେ। ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଫ୍ୟାନ୍ଭୁ’ ଏହାକୁ ଆରମ୍ଭ କରିଛି। ଏହାର ଆୟୋଜନ ମେ’ ମାସରେ ହେବ। ତେବେ ମିସ୍ ଏଆଇର ବିଜୟିନୀ ହେବା ପାଇଁ ପ୍ରତିଯୋଗୀଙ୍କୁ ସେମାନଙ୍କ ସୌନ୍ଦର୍ଯ୍ୟ, ଟେକ୍ନିକ୍ ଏବଂ ସାମାଜିକ ଗଣମାଧ୍ୟମରେ ଲୋକପ୍ରିୟତା ଆଧାରରେ ସ୍ଥିର କରାଯିବ। କେବଳ ସେତିକି ନୁହେଁ, ଏହି ମଡେଲମାନଙ୍କୁ ତିଆରି କରିଥିବା ନିର୍ମାତାମାନେ ଏଆଇ ଟୁଲ୍କୁ କେତେ ବୁଝିଛନ୍ତି, ସେହି ଆଧାରରେ ମଧ୍ୟ ଏଆଇ ସୁନ୍ଦରୀଙ୍କୁ ପରଖାଯିବ। ବିଚାରକ ପ୍ୟାନେଲରେ ଚାରିଜଣ ବିଚାରପତି ରହିବେ। ତନ୍ମଧ୍ୟରେ ଦୁଇଜଣ ଏଆଇ ବିଚାରପତି ରହିବେ। ଏହି ଦୁଇ ବିଚାରପତି ହେଲେ ଏଆଇ ମଡେଲ ଆଇତାନା ଲୋପେଜ୍ ଓ ଏମିଲି ପେଲେଗ୍ରିନି। ମେ ୧୦ରେ ବିଜେତାଙ୍କ ନାମ ଘୋଷଣା କରାଯିବ। ଉକ୍ତ ପ୍ରତିଯୋଗିତାରେ ଏଆଇ ବିଜୟନୀଙ୍କୁ ୧୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଦ୍ବିତୀୟ ଓ ତୃତୀୟ ସୁନ୍ଦରୀଙ୍କୁ ଯଥାକ୍ରମେ ୪ ଲକ୍ଷ ଓ ୧.୬୦ ଲକ୍ଷ ପ୍ରଦାନ କରାଯିବ।
ବିଶ୍ବର ପ୍ରଥମ ‘ମିସ୍ ଏଆଇ’ ପ୍ରତିଯୋଗିତା
ଏଆଇ ଏବେ ସବୁ କ୍ଷେତ୍ରକୁ ପ୍ରବେଶ କରି ସାରିଥିବାବେଳେ ଏହାର ଉପସ୍ଥିତି ଏବେ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ମଧ୍ୟ ଦେଖୀବାକୁ ମିଳିବ। ସେଥିପାଇଁ ବିଶ୍ବର ପ୍ରଥମ ଏଆଇ ବିୟୁଟି ପେଜେଣ୍ଟର ଘୋଷଣା କରାଯାଇଛି। ଏହା ଦ୍ବାରା ଏବେ ବିଶ୍ବକୁ ଡିଜିଟାଲ ସୁନ୍ଦରୀ ମିଳିବାକୁ ଯାଉଛି। ଏହି ପ୍ରତିଯୋଗିତାର ନାଁ ‘ମିସ୍ ଏଆଇ’ ରଖାଯାଇଛି। ଯେଉଁଥିରେ ଏଆଇ ଦ୍ବାରା ପରିଚାଳିତ ସୁନ୍ଦରୀମାନେ ଭାଗ ନେବେ। ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଫ୍ୟାନ୍ଭୁ’ ଏହାକୁ ଆରମ୍ଭ କରିଛି। ଏହାର ଆୟୋଜନ ମେ’ […]