ଅଙ୍ଗଦାନ କରି ୧୨ ଜଣଙ୍କ ଜୀବନ ରକ୍ଷାକଲେ ଦୁଇ ସାଙ୍ଗ

ନିଜ ଜୀବନଠାରୁ ଅଧିକ ଭଲ ପାଉଥିବା ସନ୍ତାନର ଅଙ୍ଗଦାନ କରିବା ବାପା ମା’ଙ୍କ ପାଇଁ କେତେ ଯେ କଷ୍ଟଦାୟକ ତାହା କଳ୍ପନା ବାହାରେ। ଗୁଜରାଟର ସୁରଟରେ ଦୁର୍ଘଟଣାରେ ବ୍ରେନ୍‌ ଡେଡ୍‌ର ଶିକାର ହୋଇଥିବା ଦୁଇ ବାଲ୍ୟବନ୍ଧୁଙ୍କ ଯୋଗୁଁ ଏବେ ୧୨ ଜଣ ଲୋକଙ୍କୁ ନୂଆ ଜୀବନ ମିଳିପାରିଛି। ସୁରଟର ଅଞ୍ଚଳର ଦୁଇ ଯୁବକ ମୀତ୍‌ ପାଣ୍ଡ୍ୟା ଓ କ୍ରୀସ୍‌ ଗାନ୍ଧୀ( ଉଭୟଙ୍କ ବୟସ ୧୮ ବର୍ଷ) ୨୪ ଅଗଷ୍ଟରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। କ୍ରୀସଙ୍କ […]

ନିଜ ଜୀବନଠାରୁ ଅଧିକ ଭଲ ପାଉଥିବା ସନ୍ତାନର ଅଙ୍ଗଦାନ କରିବା ବାପା ମା’ଙ୍କ ପାଇଁ କେତେ ଯେ କଷ୍ଟଦାୟକ ତାହା କଳ୍ପନା ବାହାରେ। ଗୁଜରାଟର ସୁରଟରେ ଦୁର୍ଘଟଣାରେ ବ୍ରେନ୍‌ ଡେଡ୍‌ର ଶିକାର ହୋଇଥିବା ଦୁଇ ବାଲ୍ୟବନ୍ଧୁଙ୍କ ଯୋଗୁଁ ଏବେ ୧୨ ଜଣ ଲୋକଙ୍କୁ ନୂଆ ଜୀବନ ମିଳିପାରିଛି। ସୁରଟର ଅଞ୍ଚଳର ଦୁଇ ଯୁବକ ମୀତ୍‌ ପାଣ୍ଡ୍ୟା ଓ କ୍ରୀସ୍‌ ଗାନ୍ଧୀ( ଉଭୟଙ୍କ ବୟସ ୧୮ ବର୍ଷ) ୨୪ ଅଗଷ୍ଟରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। କ୍ରୀସଙ୍କ ଜନ୍ମଦିନ ୨୪ ଅଗଷ୍ଟରେ ଥିଲା। ଜନ୍ମଦିନ ପାର୍ଟି ସେଲିବ୍ରେଟ୍ କରି ଘରକୁ ଫେରୁଥିବା ବେଳେ କାର୍ ଧକ୍କାରେ ଉଭୟ ଗୁରୁତର ଆହତ ହୋଇଥିଲେ। ଏହା ପରେ ଉଭୟଙ୍କୁ ସୁରଟସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସେମାନଙ୍କର ବ୍ରେନ୍‌ ଡେଡ୍ ହୋଇଛି ବୋଲି କହିଥିଲେ।

ମୀତ୍‌ ଓ କ୍ରୀସ୍‌ଙ୍କ ବ୍ରେନ୍‌ ଡେଡ୍ ପରେ ଉଭୟ ପରିବାର ‘ଡୋନେଟ୍‌ ଲାଇଫ୍‌’ ସଂଗଠନ ମାଧ୍ୟମରେ ସେମାନଙ୍କର କିଡ୍‌ନୀ, ଯକୃତ, ହୃଦୟ, ଫୁସଫୁସ, ଆଖି ଆଦି ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ଦୁଇ ସାଙ୍ଗଙ୍କ ପାଇଁ ଏବେ ୧୨ ଜଣ ନୂତନ ଜୀବନ ପାଇଛନ୍ତି। ମୃତକଙ୍କ ଅଙ୍ଗ ଅହମଦାବାଦ ଓ ହାଇଦ୍ରାବାଦ୍‌ ପହଞ୍ଚାଇବା ପାଇଁ ଭିନ୍ନ ଭିନ୍ନ ଦୁଇଟି ଗ୍ରୀନ୍‌ କରିଡର୍‌ ପ୍ରସ୍ତୁତ କରାଯାଇଥିଲା। ସୁରଟଠାରୁ ହାଇହ୍ରାବାଦର ଦୂରତା ୯୨୬ କି.ମି. ହୋଇଥିବାେବଳେ ଏଠାରେ ପହଞ୍ଚିବାକୁ ୩ଘଣ୍ଟା ସମୟ ଲାଗିଥିଲା। କ୍ରୀସ୍‌ଙ୍କ ଫୁସ୍‌ଫୁସ୍‌ ହାଇଦ୍ରାବାଦରେ ୫୪ ବର୍ଷୀୟ ସିଆର୍‌ପିଏଫ୍‌ ଯବାନଙ୍କଠାରେ ପ୍ରତିରୋପଣ କରାଯାଇଛି। ଏହି ଯବାନ ଜଣଙ୍କ ଗତ ଦେଢ଼ବର୍ଷ ଧରି ଅକ୍ସିଜେନ୍‌ ସପୋର୍ଟ ଦ୍ବାରା ଚିକିତ୍ସିତ ହେଉଥିଲେ। ସେହିପରି ମିତ୍‌ଙ୍କ ହୃଦ୍‌ଯନ୍ତ୍ର ବଡୋଦରାର ଜଣେ ୨୧ ବର୍ଷୀୟ ଯୁବତୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। ସେହିଭଳି ସେମାନଙ୍କର ଅନ୍ୟାନ୍ୟ ଅଙ୍ଗଗୁଡିକୁ ଭିନ୍ନ ଭିନ୍ନ ଲୋକଙ୍କଠାରେ ପ୍ରତିରୋପଣ କରାଯାଇଛି।

About The Author: The Sakala