ଆଜି ବିଶ୍ବ ହସ୍ତୀ ଦିବସ

ପୃଥିବୀ ସ୍ଥଳଭାଗରେ ଦେଖାଯାଉଥିବା ସର୍ବବୃହତ୍ ସ୍ତନ୍ୟପାୟୀ ପ୍ରାଣୀ ହେଉଛି ହାତୀ। ସେମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପ୍ରତି ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ‘ବିଶ୍ବ ହସ୍ତୀ ଦିବସ ଭାବେ’ ପାଳନ କରାଯାଉଛି। ଏହିଦିନ ହାତୀଙ୍କ ସୁରକ୍ଷା ଲାଗି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ୨୦୧୨ରୁ ଏହି ଦିବସ ପାଳନ ଆରମ୍ଭ ହୋଇଛି। ୱାର୍ଲ୍ଡ ୱାଇଡ୍ ଫଣ୍ଡ୍‌ ଫର୍ ନେଚର (ଡବ୍ଲୁଡବ୍ଲୁଏଫ୍‌)ଅନୁସାରେ ୪,୪୦,୦୦୦ ହାତୀ ଜୀବିତ ଅଛନ୍ତି ଏବଂ ଶିକାରୀମାନେ ପ୍ରତିବର୍ଷ […]

ପୃଥିବୀ ସ୍ଥଳଭାଗରେ ଦେଖାଯାଉଥିବା ସର୍ବବୃହତ୍ ସ୍ତନ୍ୟପାୟୀ ପ୍ରାଣୀ ହେଉଛି ହାତୀ। ସେମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପ୍ରତି ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ‘ବିଶ୍ବ ହସ୍ତୀ ଦିବସ ଭାବେ’ ପାଳନ କରାଯାଉଛି। ଏହିଦିନ ହାତୀଙ୍କ ସୁରକ୍ଷା ଲାଗି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ୨୦୧୨ରୁ ଏହି ଦିବସ ପାଳନ ଆରମ୍ଭ ହୋଇଛି। ୱାର୍ଲ୍ଡ ୱାଇଡ୍ ଫଣ୍ଡ୍‌ ଫର୍ ନେଚର (ଡବ୍ଲୁଡବ୍ଲୁଏଫ୍‌)ଅନୁସାରେ ୪,୪୦,୦୦୦ ହାତୀ ଜୀବିତ ଅଛନ୍ତି ଏବଂ ଶିକାରୀମାନେ ପ୍ରତିବର୍ଷ ୧୫ ହଜାର ହାତୀଙ୍କ ଶିକାର କରିଥା’ନ୍ତି। ଏଭଳି ସ୍ଥିତିରେ ଯଦି ହାତୀଙ୍କ ସୁରକ୍ଷା କରା ନ ଯିବ, ତେେବ ଆଗାମୀ ଦିନରେ ସେମାନଙ୍କ ସଂଖ୍ୟା ବିଲୁପ୍ତ ହେବା ଆଶଙ୍କା ଯଥେଷ୍ଟ ବେଶି। ସେହିପରି ଏସୀୟ ହାତୀ ମଧ୍ୟ ସଙ୍କଟାପନ୍ନ ସ୍ଥିତିରେ ଅଛନ୍ତି। ପ୍ରାଚୀନ ଭାରତରେ ଏହାକୁ ସେନାରେ ବ୍ୟବହାର କରାଯାଉଥିଲା। ଏମାନଙ୍କୁ ଧାର୍ମିକ ଶୋଭାଯାତ୍ରାରେ ମଧ୍ୟ ସାମିଲ କରାଯାଏ। ଅନ୍ୟପକ୍ଷରେ ହାତୀବଂଶ ପ୍ରତି ବିପଦ ସାଜିଛି ଅବୈଧ ଶିକାର, ଜଙ୍ଗଲ ସମ୍ପଦ ନଷ୍ଟ ଏବଂ ହାତୀ ମଣିଷ ବିବାଦ। ଏହା ବାଦ୍ ବିଦ୍ୟୁତ୍‌ ଆଘାତ ତଥା ଟ୍ରେନ୍‌ ଦୁର୍ଘଟଣା ଯୋଗୁଁ ମଧ୍ୟ ଅନେକ ହାତୀ ପ୍ରାଣ ହରାଉଛନ୍ତି। ଏଣୁ ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ପ୍ରତି ସମସ୍ତଙ୍କୁ ଯତ୍ନବାନ ହେବା ଆବଶ୍ୟକ।

About The Author: The Sakala