ପୁଅ କଲା ପର କର୍ତ୍ତବ୍ୟ କଲା କୁକୁର

ମା’ପୁଅର ସମ୍ପର୍କ ସବୁଠାରୁ ଅନାବିଳ। କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯାହାକୁ ଦେଖିବା ପରେ ସମାଜରୁ ମାନବିକତା ହଜିଗଲାଣି ବୋଲି ନିଶ୍ଚୟ ହୃଦୟଙ୍ଗମ କରିହେବ। ଜଣେ ବୃଦ୍ଧାଙ୍କୁ ତାଙ୍କ ପୁଅ ରାସ୍ତା ଉପରେ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରୁଛି । ଏଭଳି ଅଭାବନୀୟ ଘଟଣା ତାମିଲନାଡୁର ନାମକ୍କଲ ସହରରେ ଦେଖିବାକୁ ମିଳିଛି। ନଲ୍ଲମଲ୍ଲ ନାମକ ଏହି ବୃଦ୍ଧା ଜଣକ ତାଙ୍କ ସ୍ବାମୀଙ୍କ ମୃତ୍ୟୁପରେ ପୋନେରିପଟ୍ଟିରେ ଏକାକୀ ରହୁଥିଲେ। ସେ ବହୁ ପୂର୍ବରୁ […]

ମା’ପୁଅର ସମ୍ପର୍କ ସବୁଠାରୁ ଅନାବିଳ। କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯାହାକୁ ଦେଖିବା ପରେ ସମାଜରୁ ମାନବିକତା ହଜିଗଲାଣି ବୋଲି ନିଶ୍ଚୟ ହୃଦୟଙ୍ଗମ କରିହେବ। ଜଣେ ବୃଦ୍ଧାଙ୍କୁ ତାଙ୍କ ପୁଅ ରାସ୍ତା ଉପରେ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରୁଛି । ଏଭଳି ଅଭାବନୀୟ ଘଟଣା ତାମିଲନାଡୁର ନାମକ୍କଲ ସହରରେ ଦେଖିବାକୁ ମିଳିଛି। ନଲ୍ଲମଲ୍ଲ ନାମକ ଏହି ବୃଦ୍ଧା ଜଣକ ତାଙ୍କ ସ୍ବାମୀଙ୍କ ମୃତ୍ୟୁପରେ ପୋନେରିପଟ୍ଟିରେ ଏକାକୀ ରହୁଥିଲେ। ସେ ବହୁ ପୂର୍ବରୁ ତାଙ୍କର ସମସ୍ତ ଜମିକୁ ପୁଅ ସନମୁଗମ୍‌ ନାମରେ କରିଦେଇଛନ୍ତି। ତେବେ ସେ ମନରେଗା ଯୋଜନାରେ କାମ କରି ତିନି ଲକ୍ଷ ଟଙ୍କା ସଞ୍ଚୟ କରିଛନ୍ତି ଏବଂ ସେ ଏହି ଟଙ୍କାକୁ ନିଜ ଘରେ ରଖିଥିଲେ। ଏହି ଟଙ୍କାକୁ ନେବା ପାଇଁ ସନମୁଗମ୍ ତାଙ୍କ ମା’ଙ୍କୁ ଘରର ଚାବି ମାଗିଥିଲେ। ସେ ଚାବି ନ ଦେବାରୁ ସନମୁଗମ୍‌ ତାଙ୍କୁ ରାସ୍ତା ଉପରକୁ ଟାଣି ନେଇ ମାଡ଼ମାରି ତାସହ ଘରର ଚାବି ଛଡ଼େଇ ନେବାକୁ ଚେଷ୍ଟା କରିଥିଲେ। ଏହି ଟଙ୍କା ପାଇଁ ସେ ତାଙ୍କ ମା’ଙ୍କୁ ଅତି ନିର୍ଦ୍ଦୟଭାବେ ମାଡ଼ ମାରିଥିଲେ। ଏହି ସମୟରେ ନଲ୍ଲମଲ୍ଲଙ୍କ ପୋଷା କୁକୁର ଦେବଦୂତ ସାଜି ତାଙ୍କୁ ରକ୍ଷା କରିଛି। କୁକୁରଟି ସନମୁଗମ୍‌ ଉପରକୁ ବାରମ୍ବାର ଆକ୍ରମଣ କରିବାରୁ ସେ ନଲ୍ଲମଲ୍ଲଙ୍କୁ ଛାଡ଼ି ଦେଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସନମୁଗମ୍‌ଙ୍କୁ ଗିରଫ କରିଛି। ନଲ୍ଲମଲ୍ଲଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

About The Author: The Sakala