ଭବିଷ୍ୟତର ସୁପରଫୁଡ୍

ଗାଈ କ୍ଷୀର, ମଇଁଷି କ୍ଷୀର ସହିତ ସମସ୍ତେ ପରିଚିତ ଥିବା ବେଳେ ଅସରପା କ୍ଷୀର ବିଷୟରେ କେହି ଜାଣି ନ ଥିବେ। ତେବେ ବୈଜ୍ଞାନିକଙ୍କ ମତରେ ଗାଈ କ୍ଷୀରଠାରୁ ଅସରପା କ୍ଷୀର ତିନି ଗୁଣ ଅଧିକ ପୁଷ୍ଟିକର। ଏଥିରେ ପ୍ରୋଟିନ, ଆମିନୋ ଏସିଡ୍ ଏବଂ ଶର୍କରା ରହିଛି। ତେବେ ଏହି କ୍ଷୀର  Diploptera punctate ନାମକ ସ୍ବତନ୍ତ୍ର ପ୍ରଜାତିର ଅସରପାଙ୍କଠାରୁ ମିଳିଥାଏ। ଏଥିରୁ ଅଧିକ ମାତ୍ରାରେ ଫ୍ୟାଟ୍‌, ପ୍ରୋଟିନ୍ ଏବଂ ଶର୍କରା ମିଳିଥାଏ। ୨୦୧୬ ମସିହାରେ ବୈଜ୍ଞାନିକମାନେ […]

ଗାଈ କ୍ଷୀର, ମଇଁଷି କ୍ଷୀର ସହିତ ସମସ୍ତେ ପରିଚିତ ଥିବା ବେଳେ ଅସରପା କ୍ଷୀର ବିଷୟରେ କେହି ଜାଣି ନ ଥିବେ। ତେବେ ବୈଜ୍ଞାନିକଙ୍କ ମତରେ ଗାଈ କ୍ଷୀରଠାରୁ ଅସରପା କ୍ଷୀର ତିନି ଗୁଣ ଅଧିକ ପୁଷ୍ଟିକର। ଏଥିରେ ପ୍ରୋଟିନ, ଆମିନୋ ଏସିଡ୍ ଏବଂ ଶର୍କରା ରହିଛି। ତେବେ ଏହି କ୍ଷୀର  Diploptera punctate ନାମକ ସ୍ବତନ୍ତ୍ର ପ୍ରଜାତିର ଅସରପାଙ୍କଠାରୁ ମିଳିଥାଏ। ଏଥିରୁ ଅଧିକ ମାତ୍ରାରେ ଫ୍ୟାଟ୍‌, ପ୍ରୋଟିନ୍ ଏବଂ ଶର୍କରା ମିଳିଥାଏ। ୨୦୧୬ ମସିହାରେ ବୈଜ୍ଞାନିକମାନେ ଏକ ଗବେଷଣା କରିଥିଲେ, ଏଥିରୁ ଜଣାପଡ଼ିଥିଲା ଯେ, ଅସରପା କ୍ଷୀର ଗାଈ କ୍ଷୀରଠାରୁ ତିନି ଗୁଣ ଅଧିକ ପୋଷଣ ପ୍ରଦାନ କରିଥାଏ। ଏଥିରେ ଆମିନୋ ଏସିଡ୍‌, ପ୍ରୋଟିନ୍‌, କ୍ୟାଲସିୟମ ଆଦି ଥିବାରୁ ଏହା କୋଷର ବିକାଶ ଓ ମରାମତିରେ ସାହାଯ୍ୟ କରେ। ଏହି କ୍ଷୀର ମଇଁଷି କ୍ଷୀରଠାରୁ ମଧ୍ୟ ଅଧିକ କ୍ୟାଲୋରି ଯୁକ୍ତ। ତେବେ ଏବେ ସୁଦ୍ଧା ଏହା ମଣିଷଙ୍କ ଲାଗି ଉପଲବ୍ଧ ନ ହେବାର ବଡ଼ କାରଣ ହେଉଛି କ୍ଷୀର ଉତ୍ପାଦନ। ଅସରପାଠାରୁ କ୍ଷୀର ବାହାର କରିବା କଷ୍ଟସାଧ୍ୟ ହୋଇଥିବା ବେଳେ ଏହା ମହଙ୍ଗା ମଧ୍ୟ। ଏପରିକି ଗୋଟିଏ ଛୋଟ ଗ୍ଲାସ୍‌ କ୍ଷୀର ଲାଗି ହଜାରେ ଅସରପା ଦରକାର ପଡ଼ିଥାନ୍ତି। ଅଧିକ ପରିମାଣରେ କିଭଳି ଅସରପା କ୍ଷୀର ପ୍ରସ୍ତୁତ କରାଯାଇପାରିବ, ବୈଜ୍ଞାନିକମାନେ ଏ ଦିଗରେ ଏବେ କାମ କରୁଛନ୍ତି। ସେହିପରି ଏହାକୁ ବ୍ୟବସାୟିକ ଭାବେ ତିଆରି କରାଗଲେ, ଏହା ସୁଫରଫୁଡ୍ ହୋଇପାରେ ବୋଲି ଆଶା କରାଯାଉଛି। ଶାକାହାରୀ ଓ ପରିବେଶ ପ୍ରେମୀଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ହେବା କୁହାଯାଉଛି। ଏହାକୁ ପ୍ରସ୍ତୁତ କରିବା ଲାଗି କ୍ଷୀର ଉତ୍ପାଦନ ତୁଳନାରେ କମ୍ ସଂସାଧନ ଓ ଶକ୍ତିର ଆବଶ୍ୟକତା ପଡ଼ିପାରେ।

About The Author: The Sakala