ଚରଣ ପରିବାରର ପଶୁପକ୍ଷୀ ପ୍ରେମ, ମାସକୁ ଖର୍ଚ୍ଚ ୩୫ ହଜାର

ଜରାଟ କଚ୍ଛର ତାଲୁକା ଗାଁରେ ରହୁଥିବା ଯଶରାଜ ଚରଣ ଓ ତାଙ୍କ ପରିବାର ଜୀବେଦୟା ନୀତି ଅବଲମ୍ବନ କରିଛନ୍ତି। ବିଗତ ୨୫ ବର୍ଷ ଧରି ବୁଲା କୁକୁର ଓ ଅନ୍ୟ ଜୀବଜନ୍ତୁଙ୍କୁ ଯଶରାଜ ପରିବାର ଖାଦ୍ୟ ଯୋଗାଇ ଆସୁଛନ୍ତି। ଏହି ପଶୁପକ୍ଷୀମାନଙ୍କ ନିମନ୍ତେ ନିୟମିତ ନିୟମିତ ୨୫ କେଜି ଅଟା ବ୍ୟବହାର କରନ୍ତି ଏହି ପରିବାର। ଯଶରାଜଙ୍କୁ ଏହି କାମରେ ତାଙ୍କର ପୂରା ପରିବାର ସହଯୋଗ କରିଥାଏ। ସକାଳେ ଓ ସଂଧ୍ୟାରେ ଏହି ବେସାହାରା ଜୀବଜନ୍ତୁଙ୍କୁ ଆହାର […]

ଜରାଟ କଚ୍ଛର ତାଲୁକା ଗାଁରେ ରହୁଥିବା ଯଶରାଜ ଚରଣ ଓ ତାଙ୍କ ପରିବାର ଜୀବେଦୟା ନୀତି ଅବଲମ୍ବନ କରିଛନ୍ତି। ବିଗତ ୨୫ ବର୍ଷ ଧରି ବୁଲା କୁକୁର ଓ ଅନ୍ୟ ଜୀବଜନ୍ତୁଙ୍କୁ ଯଶରାଜ ପରିବାର ଖାଦ୍ୟ ଯୋଗାଇ ଆସୁଛନ୍ତି। ଏହି ପଶୁପକ୍ଷୀମାନଙ୍କ ନିମନ୍ତେ ନିୟମିତ ନିୟମିତ ୨୫ କେଜି ଅଟା ବ୍ୟବହାର କରନ୍ତି ଏହି ପରିବାର। ଯଶରାଜଙ୍କୁ ଏହି କାମରେ ତାଙ୍କର ପୂରା ପରିବାର ସହଯୋଗ କରିଥାଏ। ସକାଳେ ଓ ସଂଧ୍ୟାରେ ଏହି ବେସାହାରା ଜୀବଜନ୍ତୁଙ୍କୁ ଆହାର ଯୋଗାଇବା ନିମନ୍ତେ ଯଶରାଜ ,ତାଙ୍କ ପତ୍ନୀ ଓ ଚାରିଜଣ ପିଲାଙ୍କର ଯୋଗଦାନ ରହିଛି। ନିୟମିତ ଏହି ଜୀବଜନ୍ତୁଙ୍କ ପାଇଁ ୨୫୦ ରୁଟି ଓ ୬କେଜି ହାଲାୱା ପ୍ରସ୍ତୁତ ହୋଇଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ଯଶରାଜ ପରିବାର ଅନ୍ୟ ଜଣେ ମହିଳାଙ୍କୁ କାମରେ ରଖିଛନ୍ତି। ବୁଲା କୁକୁର ସହ ଅନ୍ୟ ପଶୁଗୁଡ଼ିକୁ ଖାଦ୍ୟ ଯୋଗାଇବା ନିମନ୍ତେ ଯଶରାଜ ପରିବାରର ମାସକୁ ୩୦ରୁ ୩୫ ହଜାର ଟଙ୍କା ଖର୍ଚ୍ଚ ହୁଏ । ଯଶରାଜ ଜଣେ ପଶୁପ୍ରେମୀ। ସେ ଦୀର୍ଘ ୩୭ ବର୍ଷ ଧରି ବନ ବିଭାଗରେ କାମ କରୁଛନ୍ତି। ଯଶରାଜ ବନ ବିଭାଗରେ କାମ କରୁଥିବା ସମୟରେ ଅନେକ ନୀଳ ଗାଈ, ଜଙ୍ଗଲୀ ବାର୍‌ହା ତଥା ଅନ୍ୟ ଜୀବଜନ୍ତୁଙ୍କ ଅବୈଧ ଶିକାରରୁ ରୋକିଛନ୍ତି। ଯଶରାଜ ତାଙ୍କ ଗାଁରେ ରହୁଥିବା ବୁଲା କୁକୁରମାନେ ନିତିଦିନ ଖାଦ୍ୟ ପାଇଁ ଡହଳବିକଳ ହେଉଥିବା ଦେଖିଥିଲେ। ଏହାପରେ ସେ ଏହି ବୁଲା କୁକୁରମାନଙ୍କୁ ନିୟମିତ ଖାଦ୍ୟ ଯୋଗାଇବା ପାଇଁ ସ୍ଥିର କରିଥିଲେ। ସକାଳେ ଯଶରାଜଙ୍କ ପୁଅ ଏହି ବୁଲା କୁକୁର ଓ ଜୀବଜନ୍ତୁଙ୍କୁ ଖାଦ୍ୟ ଦେବାକୁ ଯାଉଥିବାବେଳେ ସଂଧ୍ୟାବେଳେ ତାଙ୍କ ପତ୍ନୀ ଓ ଝିଅ ଯାଇଥାନ୍ତି। ଯଶରାଜ ନିଜେ ଜଙ୍ଗଲରେ ଥିବା ଛୋଟ ଛୋଟ ଠେକୁଆ, ହରିଣ, ଆଦିଙ୍କୁ ବିସ୍କୁଟ୍ ଦିଅନ୍ତି। ସେ ଏଥିପାଇଁ ପ୍ରତ୍ୟେକ ମାସ ପାଖାପାଖି ୫୦୦୦ ପ୍ୟାକେଟ୍‌ ବିସ୍କୁଟ୍ କିଣନ୍ତି। ଯଶରାଜ ଏହି ବୁଲା କୁକୁର ଓ ଅନ୍ୟ ଜୀବଙ୍କ ପାଇଁ ଘରେ ଔଷଧ ମଧ୍ୟ ରଖିଛନ୍ତି। ଯଶରାଜଙ୍କ ପତ୍ନୀ ରମାଈବେନ୍‌ଙ୍କ କହିବା ଅନୁସାରେ, ଆମେ ତୀର୍ଥଯାତ୍ରା ଯିବା ଅପେକ୍ଷା ବେସାହାରା ପଶୁଙ୍କ ମୁହଁରେ ଆହାର ଦେବାକୁ ଶ୍ରେୟସ୍କର ମନେ କରୁଛୁ। ଗାଁର ଅନ୍ୟ ଲୋକମାନେ ମଧ୍ୟ ଏହି ପରିବାରକୁ ଏକ ଆଦର୍ଶ ପରିବାର ଭାବନ୍ତି। ପ୍ରକୃତରେ ୟଶରାଜଙ୍କ ପରିବାରର ଏଭଳି ପ୍ରୟାସ ସତରେ ପ୍ରଶଂସାଯୋଗ୍ୟ।

About The Author: The Sakala