ବେଦିରେ ବରକୁ ଶକ୍ତ ଚାପୁଡ଼ା

ପାନ ମସଲା ବା ଗୁଟ୍‌ଖା ଚୋବାଇବାରେ କେତେଜଣ ଏତେ ଆସକ୍ତ ଥାଆନ୍ତି ଯେ, ସେମାନଙ୍କ ପାଇଁ ସ୍ଥାନ, କାଳ, ପାତ୍ରର କିଛି ଗୁରୁତ୍ବ ନଥାଏ। ଏଥିପାଇଁ ଅନେକ ସ୍ଥାନରେ ସେମାନେ ନିନ୍ଦା ଓ ଅପମାନ ମଧ୍ୟ ସହିଥାନ୍ତି। କିନ୍ତୁ କିଛି ଫରକ ପଡ଼େନାହିଁ। ଏମିତି ଏକ ଘଟଣା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାେର ଲାଗିଛି। ଭିଡିଓରେ ଦେଖୀବାକୁ ମିଳିଛି ଯେ, ବେଦିରେ ବିବାହ କର୍ମ ଚାଲିଥିବାବେଳେ ହଠାତ୍‌ କନିଆଁ ଜଣକ ଅଚାନକ ରାଗିଯାଇ ବରକୁ ଶକ୍ତ […]

ପାନ ମସଲା ବା ଗୁଟ୍‌ଖା ଚୋବାଇବାରେ କେତେଜଣ ଏତେ ଆସକ୍ତ ଥାଆନ୍ତି ଯେ, ସେମାନଙ୍କ ପାଇଁ ସ୍ଥାନ, କାଳ, ପାତ୍ରର କିଛି ଗୁରୁତ୍ବ ନଥାଏ। ଏଥିପାଇଁ ଅନେକ ସ୍ଥାନରେ ସେମାନେ ନିନ୍ଦା ଓ ଅପମାନ ମଧ୍ୟ ସହିଥାନ୍ତି। କିନ୍ତୁ କିଛି ଫରକ ପଡ଼େନାହିଁ। ଏମିତି ଏକ ଘଟଣା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାେର ଲାଗିଛି। ଭିଡିଓରେ ଦେଖୀବାକୁ ମିଳିଛି ଯେ, ବେଦିରେ ବିବାହ କର୍ମ ଚାଲିଥିବାବେଳେ ହଠାତ୍‌ କନିଆଁ ଜଣକ ଅଚାନକ ରାଗିଯାଇ ବରକୁ ଶକ୍ତ ଚାପୁଡାଟିଏ କସି ଦେଉଛନ୍ତି। ଏହା ପଛରେ ଥିବା କାରଣଟି ମଧ୍ୟ ବେଶ୍‌ ରୋଚକ। ବର ଜଣକ ବିବାହ ସମୟରେ ବେଦିରେ ବସି ଗୁଟ୍‌ଖା ଚୋବାଉଥିଲେ।

ଏକଥା ଜାଣିବା ପରେ କନିଆଁ ଜଣକ ନିଆଁବାଣ ହୋଇଯାଇଥିଲେ ଏବଂ ଭଲମନ୍ଦ ନ ବିଚାରି ବେଦି ଉପରେ ହିଁ ତାଙ୍କ ସ୍ବାମୀଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ। ଏହାପରେ ବରକୁ ପାଟିରୁ ଗୁଟ୍‌ଖା ବାହାର କରି ଆସିବା ପାଇଁ ମଧ୍ୟ କହିଥିଲେ। ବର ଜଣକ ପତ୍ନୀଠାରୁ ସର୍ବସମ୍ମୁଖରେ ମାଡ଼ ଖାଇବା ପରେ ପାଟିରୁ ଗୁଟ୍‌ଖା ବାହାର କରି ଦେଇଥିଲେ। ବିବାହ ସମୟରେ ଉପସ୍ତିତ ଥିବା ଅତିଥି ମଧ୍ୟ ଏହି ଦୃଶ୍ୟ ଦେଖୀଥିଲେ। କିନ୍ତୁ କେହି ସେମାନଙ୍କୁ ଅଟକାଇ ନଥିଲେ। ଅତିଥିମାନଙ୍କ ହସ ମଧ୍ୟ ଏହି ଭିଡିଓରେ ଅଛି। ଅନେକ ଲୋକ କନ୍ୟାର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

About The Author: The Sakala