ଜାଣନ୍ତୁ କିପରି ପ୍ରସ୍ତୁତି କରିବେ ହରିଆଲୀ ଚିକେନ୍

ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଚିକେନକୁ ଭଲଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଧନିଆ ଗୁଣ୍ଡ, ଲେମ୍ବୁ ରସ, ଲଙ୍କା ଗୁଣ୍ଡ, ଦହି, ଜିରା ଗୁଣ୍ଡ ପକାଇ ଭଲ ଭାବେ ଗୋଳାନ୍ତୁ। ଏହାକୁ ଘୋଡ଼ାଇ ୩୦ ମିନିଟ୍ ରଖନ୍ତୁ। ପାଳଙ୍ଗ, ଧନିଆ ପତ୍ର, ପୋଦିନା ପତ୍ର, କାଜୁ, ଅଦା, କଞ୍ଚା ଲଙ୍କା ଓ ଅଳ୍ପ ପାଣି ଦେଇ ଗ୍ରାଇଣ୍ଡିଂ କରି ଏହାକୁ ଅଲଗା ରଖନ୍ତୁ। ତା’ପରେ ଚୁଲାରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ […]

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଚିକେନକୁ ଭଲଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଧନିଆ ଗୁଣ୍ଡ, ଲେମ୍ବୁ ରସ, ଲଙ୍କା ଗୁଣ୍ଡ, ଦହି, ଜିରା ଗୁଣ୍ଡ ପକାଇ ଭଲ ଭାବେ ଗୋଳାନ୍ତୁ। ଏହାକୁ ଘୋଡ଼ାଇ ୩୦ ମିନିଟ୍ ରଖନ୍ତୁ। ପାଳଙ୍ଗ, ଧନିଆ ପତ୍ର, ପୋଦିନା ପତ୍ର, କାଜୁ, ଅଦା, କଞ୍ଚା ଲଙ୍କା ଓ ଅଳ୍ପ ପାଣି ଦେଇ ଗ୍ରାଇଣ୍ଡିଂ କରି ଏହାକୁ ଅଲଗା ରଖନ୍ତୁ। ତା’ପରେ ଚୁଲାରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କଟା ପିଆଜ ପକାନ୍ତୁ। ପିଆଜ ଭଲ ଭାବେ ଭାଜି ହୋଇଗଲେ ବଟା ମସଲାକୁ ପକାଇ କିଛି ସମୟ କଷନ୍ତୁ। ମସଲା କଷି ହୋଇଯିବା ପରେ ସେଥିରେ ମ୍ୟାରିନେଟ୍ ଚିକେନ ପକାନ୍ତୁ। ଚିକେନ୍‌କୁ କିଛି ସମୟ କଷନ୍ତୁ। ତା’ପରେ ଅଳ୍ପ ପାଣି ଦେଇ ଢ଼ାଙ୍କୁଣି ଘୋଡ଼ାଇ ଧିମା ଆଞ୍ଚରେ ୧୫-୨୦ ମିନିଟ୍ ପାଇଁ ଛାଡ଼ି ଦିଅନ୍ତୁ। ମସଲା ଟିକେ ବହଳିଆ ହୋଇ ଆସିଲେ ସେଥିରେ କ୍ରିମ୍ ପକାଇ ଓହ୍ଲାଇ ଦିଅନ୍ତୁ। ଏହାପରେ ଗରମ ରୁଟି ସହ ପରଷନ୍ତୁ ହରିଆଲୀ ଚିକେନ୍।

ଆବଶ୍ୟକ ସାମଗ୍ରୀ
ଚିକେନ୍ ୫୦୦ ଗ୍ରାମ
ଦହି- ଏକ କପ୍‌
ଲେମ୍ବୁରସ- ଦୁଇ ଚାମଚ
ଜିରା ଗୁଣ୍ଡ- ୧ ଚାମଚ
ଧନିଆ ଗୁଣ୍ଡ- ଦୁଇ ଚାମଚ
ନାଲି ଲଙ୍କା ଗୁଣ୍ଡ- ଦୁଇ ଚାମଚ
ଧନିଆ ପତ୍ର- ଦୁଇ କପ୍‌
ପାଳଙ୍ଗ- ଏକ କପ୍‌
ପୋଦିନା ପତ୍ର- ଅଧା କପ୍‌
ଅଦା- ଛୋଟ ଖଣ୍ଡେ
ରସୁଣ- ଗୋଟେ କୋଲା
କାଜୁ- ଏକ କପ୍‌, କଞ୍ଚା ଲଙ୍କ- ୬ଟା
ଗରମ ମସଲା- ଏକ ଚାମଚ
ହଳଦୀ- ଏକ ଚାମଚ
ତେଲ- ଆବଶ୍ୟକତା ଅନୁସାରେ
ଲୁଣ- ସ୍ବାଦ ଅନୁସାରେ
ପିଆଜ- ୨ଟା, କ୍ରିମ୍‌- ଏକ ଚାମଚ

About The Author: The Sakala