ନିଆରା କାଫେ : ଟଙ୍କା ବଦଳରେ ନେଇଥାଏ ପ୍ଲାଷ୍ଟିକ୍

ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ଏବେ ପାଲଟିଛି ପ୍ଲାଷ୍ଟିକ୍ ଆବର୍ଜନା। ଏଥିପାଇଁ ଏହାର ବ୍ୟବହାର ଉପରେ କଟକଣା ମଧ୍ୟ ଲାଗୁ ହୋଇଛି। ତେେବ ପ୍ଲାଷ୍ଟିକ୍‌ ସମସ୍ୟାକୁ ଦୃଷ୍ଟିରେ ରଖି ଗୁଜରାଟ ଜୁନାଗଡ଼ରେ ଖୋଲିଛି ଏକ ନିଆରା କାଫେ। ଯାହାର ନାଁ ହେଉଛି ‘ନାଚ୍ୟୁରାଲ ପ୍ଲାଷ୍ଟିକ୍ କାଫେ।’ ‘ସର୍ବୋଦୟ ସଖୀ ମଣ୍ଡଳ’ନାମକ ଏକ ମହିଳା ଗୋଷ୍ଠୀ ଦ୍ବାରା କାଫେଟି ପରିଚାଳିତ ହେଉଛି। କାଫେର ବିଶେଷତ୍ବ ହେଉଛି ଗ୍ରାହକଙ୍କୁ ଏଠାରେ ସ୍ବାଦିଷ୍ଟ ଖାଦ୍ୟ ପାଇଁ ଟଙ୍କା ନୁହେଁ, ବରଂ ଦେବାକୁ […]

ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ଏବେ ପାଲଟିଛି ପ୍ଲାଷ୍ଟିକ୍ ଆବର୍ଜନା। ଏଥିପାଇଁ ଏହାର ବ୍ୟବହାର ଉପରେ କଟକଣା ମଧ୍ୟ ଲାଗୁ ହୋଇଛି। ତେେବ ପ୍ଲାଷ୍ଟିକ୍‌ ସମସ୍ୟାକୁ ଦୃଷ୍ଟିରେ ରଖି ଗୁଜରାଟ ଜୁନାଗଡ଼ରେ ଖୋଲିଛି ଏକ ନିଆରା କାଫେ। ଯାହାର ନାଁ ହେଉଛି ‘ନାଚ୍ୟୁରାଲ ପ୍ଲାଷ୍ଟିକ୍ କାଫେ।’ ‘ସର୍ବୋଦୟ ସଖୀ ମଣ୍ଡଳ’ନାମକ ଏକ ମହିଳା ଗୋଷ୍ଠୀ ଦ୍ବାରା କାଫେଟି ପରିଚାଳିତ ହେଉଛି। କାଫେର ବିଶେଷତ୍ବ ହେଉଛି ଗ୍ରାହକଙ୍କୁ ଏଠାରେ ସ୍ବାଦିଷ୍ଟ ଖାଦ୍ୟ ପାଇଁ ଟଙ୍କା ନୁହେଁ, ବରଂ ଦେବାକୁ ପଡ଼ିଥାଏ ପ୍ଲାଷ୍ଟିକ୍ ଆବର୍ଜନା। ଘରେ ପଡ଼ିଥିବା ଅଦରକାରୀ ପ୍ଲାଷ୍ଟିକ୍ ଜିନିଷ ଦେଇ ଗ୍ରାହକମାନେ ପାରମ୍ପରିକ ଗୁଜରାଟୀ ଖାଦ୍ୟର ମଜା ଉଠାଇ ପାରିବେ। ତେେବ ପ୍ଲାଷ୍ଟିକ୍‌ର ଓଜନ ଅନୁସାରେ ହିଁ ଗ୍ରାହକଙ୍କୁ ଖାଦ୍ୟ ମଳିଥାଏ। ୫୦୦ ଗ୍ରାମ ପ୍ଲାଷ୍ଟିକ୍‌ ଆବର୍ଜନା ଦେେଲ ଗୋଟିଏ ଗ୍ଲାସ୍‌ କମଳା ଜୁସ୍ ମିଳୁଥିବା ବେେଳ ଏକ କେଜି ଆବର୍ଜନା ବଦଳରେ ମିଳିଥାଏ ଗୋଟିଏ ପ୍ଲେଟ୍‌ ପୋହା ନଚେତ୍‌ ଢୋକ୍‌ଲା। ସେହିପରି ଯେତେ ଅଧିକ ପ୍ଲାଷ୍ଟିକ୍ ସେେତ ଅଧିକ ଖାଦ୍ୟ ମିଳିଥାଏ। କାଫେଟି କେବଳ ପରିବେଶ ସଚେତନତା ଉପରେ ଗୁରୁତ୍ବ ଦେଉନାହିଁ, ବରଂ ପୁଷ୍ଟିକର ଖାଦ୍ୟ ପଦାର୍ଥ ଉପରେ ମଧ୍ୟ ଦୃଷ୍ଟି ଦେଇଛି। ଏଠାରେ ଗ୍ରାହକଙ୍କୁ ପରଷା ଯାଉଥିବା ଖାଦ୍ୟଗୁଡ଼ିକ ଜୈବିକ ଉପାୟରେ ତିଆରି କରାଯାଇଥିବା ପନିପରିବାରୁ ପ୍ରସ୍ତୁତ କରାଯାଇଥାଏ। ‘ସର୍ବୋଦୟ ସଖୀ ମଣ୍ଡଳ’ର ମହିଳାମାନେ ପରିବା ସ୍ଥାନୀୟ କୃଷକଙ୍କଠାରୁ କିଣିଥାନ୍ତି। ଖାଦ୍ୟ ସବୁକୁ ଗ୍ରାହକଙ୍କୁ ମାଟି ପାତ୍ରରେ ପରଷାଯାଏ। ଅନ୍ୟପଟେ କାଫେରୁ ଆବର୍ଜନା ସଂଗ୍ରହ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଏଜେନ୍ସିର ବ୍ୟବସ୍ଥା କରାଯାଇଛି।

About The Author: The Sakala