ଘରେ କଦାପି ରଖନ୍ତୁ ନାହିଁ ଏହି ସବୁ ଜିନିଷ, ଅଜାଣତରେ ସାମ୍ନା କରିପାରନ୍ତି ଅନେକ ସମସ୍ୟା…

ପ୍ରାୟତଃ ସମସ୍ତଙ୍କ ଘରେ ପୁରୁଣା ଏବଂ ଭଙ୍ଗା ଜିନିଷ ରହିଥାଏ। କାରଣ ବେଳେବେଳେ ଏହି ଅଦରକାରୀ ବସ୍ତୁଗୁଡ଼ିକ କାମରେ ଲାଗିଥାଏ। କିନ୍ତୁ ଘରେ ଏପରି ଜିନିଷ ରଖିବା ଦ୍ବାରା ଅଜାଣତରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ସୁଖ ଏବଂ ଶାନ୍ତି ଘରର ବସ୍ତୁ ସହିତ ମଧ୍ୟ ଜଡ଼ିତ। ଏସବୁ ଜିନିଷ ଘରେ ନକାରାତ୍ମକ କିମ୍ବା ସକାରାତ୍ମକ ଶକ୍ତି ବିସ୍ତାର କରିଥାଏ। ଏହି କାରଣରୁ, ଗ୍ରହ ସ୍ଥିତି ଖରାପ ହେବାର ଆଶଙ୍କା ମଧ୍ୟ […]

ପ୍ରାୟତଃ ସମସ୍ତଙ୍କ ଘରେ ପୁରୁଣା ଏବଂ ଭଙ୍ଗା ଜିନିଷ ରହିଥାଏ। କାରଣ ବେଳେବେଳେ ଏହି ଅଦରକାରୀ ବସ୍ତୁଗୁଡ଼ିକ କାମରେ ଲାଗିଥାଏ। କିନ୍ତୁ ଘରେ ଏପରି ଜିନିଷ ରଖିବା ଦ୍ବାରା ଅଜାଣତରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ସୁଖ ଏବଂ ଶାନ୍ତି ଘରର ବସ୍ତୁ ସହିତ ମଧ୍ୟ ଜଡ଼ିତ। ଏସବୁ ଜିନିଷ ଘରେ ନକାରାତ୍ମକ କିମ୍ବା ସକାରାତ୍ମକ ଶକ୍ତି ବିସ୍ତାର କରିଥାଏ। ଏହି କାରଣରୁ, ଗ୍ରହ ସ୍ଥିତି ଖରାପ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ। ତେବେ, କିଛି ବସ୍ତୁକୁ ଘରେ ରଖିବା ଦ୍ବାରା ଆର୍ଥିକ ସ୍ଥିତି ଖରାପ ହେବାକୁ ଲାଗିଥାଏ।

  • ଘରେ ପୁରୁଣା ଭଙ୍ଗା ମେସିନ୍‌ ବା ଅବ୍ୟବହୃତ ସିଲେଇ ମେସିନ୍‌ ଆଦୌ ରଖିବା ଉଚିତ ନୁହେଁ। କାରଣ ବାସ୍ତୁଶାସ୍ତ୍ର ଅନୁସାରେ, ଏଥିରେ ରାହୁ ଏବଂ ଶନି ବାସ କରୁଥିବାର ବିଶ୍ବାସ କରାଯାଏ। ଯାହାଦ୍ବାରା ଘରେ ନକାରାତ୍ମକ ପ୍ରଭାବ ସଂଚାର ହୋଇଥାଏ।
  • ଗୃହରେ ପିତ୍ତଳ ବାସନର କମ୍‌ ବ୍ୟବହାର ହୋଇଥାଏ। ତେଣୁ ସାଧାରଣତଃ ଘରେ ଏହି ବାସନଗୁଡ଼ିକୁ ଷ୍ଟୋର୍‌ ଘରେ ରଖି ଦିଆଯାଇଥାଏ। ଅନ୍ଧାର ଘରେ ଥିବା ପିତ୍ତଳ ବାସନରେ ଶନି ଦେବତା ବାସ କରନ୍ତି ବୋଲି କୁହାଯାଏ। ଏହା ଫଳରେ ପାରିବାରିକ ଜୀବନରେ ଅନେକ ସମସ୍ୟା ଉପୁଜିଥାଏ। ତେଣୁ ଘରେ ପୁରୁଣା ପିତ୍ତଳ ବାସନ ରଖନ୍ତୁ ନାହିଁ।
  • ଘରେ ପୁରୁଣା ଗଦି ,ବିଛଣାକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ବାନ୍ଧି ରଖିବା ଦ୍ବାରା ବୁଧଗ୍ରହଙ୍କ ସ୍ଥିତି ବିଗିଡ଼ିବାକୁ ଲାଗିଥାଏ, ଯାହାର ପ୍ରଭାବ ସନ୍ତାନ ସନ୍ତତିଙ୍କ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ। ତେଣୁ ପୁରୁଣା ମଇଳା ବିଛଣାକୁ ଘରେ ରଖନ୍ତୁ ନାହିଁ।
  • ଘରେ ପୁରୁଣା ଷ୍ଟିଲ୍‌ ବାସନ ଆଦିକୁ ଷ୍ଟୋର ରୁମ୍‌ରେ ରଖିଦେଇଥାଉ, ଯାହା ଫଳରେ ଘରେ କୌଣସି କାରଣ ବିନା ଭୁଲ୍‌ ବୁଝାମଣା ସୃଷ୍ଟି ହେବା ସହ ତିକ୍ତତା ଦେଖା ଦେଇଥାଏ। ତେଣୁ ଏହି ସବୁ ବସ୍ତୁଗୁଡ଼ିକୁ ଘରୁ ବାହାର କରି ଦେବା ଉଚିତ।
  • ଭାଙ୍ଗି ଯାଇଥିବା କାଚ ଖଣ୍ଡ ଘରେ ରଖିବା ଦ୍ବାରା ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଘରେ ସର୍ବଦା ଆର୍ଥିକ ସ୍ଥିତିରେ ଅବନତି ଦେଖାଦେଇଥାଏ। ତେଣୁ ଘରେ ଭଙ୍ଗା କାଚ ରଖନ୍ତୁ ନାହିଁ।

About The Author: The Sakala