ଭାଦ୍ରବ ମାସର ମହତ୍ତ୍ବ; ଧାର୍ମିକ ଦୃଷ୍ଟିକୋଣରୁ ବେଶ୍‌ ଶୁଭ ହୋଇଥାଏ…

ଭାଦ୍ରବ ମାସ ଭଗବାନ କୃଷ୍ଣ ଏବଂ ଶ୍ରୀଗଣେଶଙ୍କୁ ସମର୍ପିତ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ପୂଜା, ଅନନ୍ତ ଚତୁର୍ଦ୍ଦଶୀ ଭଳି ଅନ୍ୟାନ୍ୟ ପର୍ବ ପଡ଼ିଥାଏ। ସେହିପରି ଭାଦ୍ରବ ମାସ ପୂର୍ଣ୍ଣିମାରୁ ପିତୃପକ୍ଷ ଆରମ୍ଭ ହେବ। ତେବେ ଏହି ମାସ ଧାର୍ମିକ ଦୃଷ୍ଟିକୋଣରୁ ବେଶ୍‌ ଶୁଭ ହୋଇଥାଏ। ହିନ୍ଦୁ ଶାସ୍ତ୍ରରେ ଏହି ମାସକୁ ବେଶ୍ ସ୍ବତନ୍ତ୍ର ବୋଲି କୁହାଯାଇଛି। ଏହି ମାସରେ କୌଣସି ଶୁଭ କାମ କରାଯାଇ ନ ଥାଏ। ଭାଦ୍ରବ ମାସରେ ଭଗବାନ ଶ୍ରୀକୃଷ୍ଣ ଏବଂ ଶ୍ରୀ […]

ଭାଦ୍ରବ ମାସ ଭଗବାନ କୃଷ୍ଣ ଏବଂ ଶ୍ରୀଗଣେଶଙ୍କୁ ସମର୍ପିତ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ପୂଜା, ଅନନ୍ତ ଚତୁର୍ଦ୍ଦଶୀ ଭଳି ଅନ୍ୟାନ୍ୟ ପର୍ବ ପଡ଼ିଥାଏ। ସେହିପରି ଭାଦ୍ରବ ମାସ ପୂର୍ଣ୍ଣିମାରୁ ପିତୃପକ୍ଷ ଆରମ୍ଭ ହେବ। ତେବେ ଏହି ମାସ ଧାର୍ମିକ ଦୃଷ୍ଟିକୋଣରୁ ବେଶ୍‌ ଶୁଭ ହୋଇଥାଏ।

ହିନ୍ଦୁ ଶାସ୍ତ୍ରରେ ଏହି ମାସକୁ ବେଶ୍ ସ୍ବତନ୍ତ୍ର ବୋଲି କୁହାଯାଇଛି। ଏହି ମାସରେ କୌଣସି ଶୁଭ କାମ କରାଯାଇ ନ ଥାଏ। ଭାଦ୍ରବ ମାସରେ ଭଗବାନ ଶ୍ରୀକୃଷ୍ଣ ଏବଂ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା କଲେ ସମସ୍ତ ମନୋକାମନା ପୂରଣ ହୋଇଥାଏ। ସେହିପରି ଏହି ମାସରେ ଦେବୀ ଦେବତାଙ୍କ ଉପାସନା କରିବା ଦ୍ବାରା ସମସ୍ତ କଷ୍ଟ ଓ ଦୁଃଖରୁ ମୁକ୍ତି ମିଳିଥାଏ। ଏହାସହ ସୁଖ, ସମୃଦ୍ଧି ଏବଂ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।

ଏହା ଶ୍ରୀକୃଷ୍ଣଙ୍କ ପ୍ରିୟ ମାସ। ତେଣୁ କୃଷ୍ଣ ଭକ୍ତଙ୍କ ପାଇଁ ଏହି ମାସକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଶ୍ରୀକୃଷ୍ଣଙ୍କ ପୂଜା, ବ୍ରତ କରିବାର ବିଶେଷ ମହତ୍ତ୍ବ ଅଛି। ସେହିପରି ଘରେ ଲଡୁ ଗୋପାଳଙ୍କୁ ସ୍ଥାପନା କରିବା, ଶଙ୍ଖ ସ୍ଥାପନା, ଗୀତାପାଠ କରିବାକୁ ଅଧିକ ଶୁଭ ବୋଲି କୁହାଯାଇଛି। ମାନ୍ୟତା ଅଛି, ଏଭଳି କରିବା ଦ୍ବାରା ଧନ, ଯଶ ଏବଂ ବୈଭବ ପ୍ରାପ୍ତି ହୋଇଥାଏ। ଏହି ମାସରେ ଶ୍ରୀକୃଷ୍ଣଙ୍କୁ ତୁଳସୀ ଅର୍ପଣ କରିବା ଦ୍ବାରା ପାରିବାରିକ ଜୀବନରେ ସୁଖସମୃଦ୍ଧି ଆସିଥାଏ।

About The Author: The Sakala