ଘରକୁ ୪୪୪ କ୍ରିସ୍‌ମାସ୍ ଟ୍ରିରେ ସଜାଇ ବିଶ୍ୱ ରେକର୍ଡ ସ୍ଥାପନ କଲେ ଦମ୍ପତି

ସାଧାରଣତଃ ବଡ଼ଦିନରେ ଅଧିକାଂଶଙ୍କ ଘର କ୍ରିସ୍‌ମାସ୍ ଟ୍ରି ତଥା ଲାଇଟ୍‌ରେ ସଜାଯାଏ। ତେବେ ଜର୍ମାନୀର ଥୋମାସ ଜେରୋମିନ୍ ଓ ତାଙ୍କ ପତ୍ନୀ ସୁସାନେ ଗୋଟିଏ କି ଦଶଟି ନୁହେଁ, ବରଂ ୪୪୪ଟି କ୍ରିସ୍‌ମାସ୍ ଟ୍ରିରେ ନିଜ ଘରକୁ ଅତି ସୁନ୍ଦର ଭାବେ ସଜାଇଛନ୍ତି। ବେଡ୍‌ରୁମ୍‌ଠାରୁ ଆରମ୍ଭ କରି ବାଥ୍‌ରୁମ୍ ପ୍ରତ୍ୟେକ ଘରକୁ କ୍ରିସ୍‌ମାସ୍ ଟ୍ରିରେ ଅତି ସୁନ୍ଦର ଭାବେ ସେମାନେ ସଜାଇଛନ୍ତି। ଥୋମାସ ଓ ସୁସାନେ ଏତେ ସଂଖ୍ୟକ କ୍ରିସ୍‌ମାସ୍ ଟ୍ରିରେ ଘରକୁ ସଜାଇଥିବାରୁ ଏହା ଏବେ […]

ସାଧାରଣତଃ ବଡ଼ଦିନରେ ଅଧିକାଂଶଙ୍କ ଘର କ୍ରିସ୍‌ମାସ୍ ଟ୍ରି ତଥା ଲାଇଟ୍‌ରେ ସଜାଯାଏ। ତେବେ ଜର୍ମାନୀର ଥୋମାସ ଜେରୋମିନ୍ ଓ ତାଙ୍କ ପତ୍ନୀ ସୁସାନେ ଗୋଟିଏ କି ଦଶଟି ନୁହେଁ, ବରଂ ୪୪୪ଟି କ୍ରିସ୍‌ମାସ୍ ଟ୍ରିରେ ନିଜ ଘରକୁ ଅତି ସୁନ୍ଦର ଭାବେ ସଜାଇଛନ୍ତି। ବେଡ୍‌ରୁମ୍‌ଠାରୁ ଆରମ୍ଭ କରି ବାଥ୍‌ରୁମ୍ ପ୍ରତ୍ୟେକ ଘରକୁ କ୍ରିସ୍‌ମାସ୍ ଟ୍ରିରେ ଅତି ସୁନ୍ଦର ଭାବେ ସେମାନେ ସଜାଇଛନ୍ତି। ଥୋମାସ ଓ ସୁସାନେ ଏତେ ସଂଖ୍ୟକ କ୍ରିସ୍‌ମାସ୍ ଟ୍ରିରେ ଘରକୁ ସଜାଇଥିବାରୁ ଏହା ଏବେ ବିଶ୍ବ ରେକର୍ଡରେ ସ୍ଥାନ ପାଇଛି। ସେମାନେ ୧୦ ହଜାର ସାଜସଜ୍ଜା ସାମଗ୍ରୀରେ ୪୪୪ଟି କ୍ରିସ୍‌ମାସ୍ ଟ୍ରିକୁ ସଜାଇଥିଲେ।

ନଭେମ୍ବରରେ ଥୋମାସ ଓ ସୁସାନେ ଗଛ ସଂଗ୍ରହ ତଥା ସାଜସଜ୍ଜା କାର୍ଯ୍ୟ ଆରମ୍ଭ କରିଥିଲେ । ତା’ପରେ ରେକର୍ଡରେ ସ୍ଥାନ ପାଇବା ଲାଗି ସେସବୁକୁ ସୁନ୍ଦର ଭାବେ ସଜାଇଥିଲେ। ୧୦୦ ବର୍ଗ ମିଟର ଫ୍ଲାଟ୍‌ରେ ଏହିସବୁ ଗଛକୁ ଆଲୋକିତ କରିବା ଲାଗି ୪୭ ହଜାର ଲାଇଟ୍ ବ୍ୟବହାର କରାଯାଇଛି। ତେବେ ଏହା ଏହି ଦମ୍ପତିଙ୍କର ପ୍ରଥମ ପ୍ରୟାସ ନୁହେଁ, ପୂର୍ବରୁ ସେମାନେ ଦଶଥର ଏହିଭଳି ସଜାଇଛନ୍ତି। ଗତବର୍ଷ ମଧ୍ୟ ଏହି ଦମ୍ପତି ସେମାନଙ୍କ ଫ୍ଲାଟ୍‌କୁ ୪୨୦ଟି କ୍ରିସ୍‌ମାସ୍ ଟ୍ରିରେ ସଜାଇଥିଲେ। ପ୍ରତିବର୍ଷ ସବୁ ଗଛକୁ ସେମାନେ ନିଜ ହାତରେ ସଜାଇବା ସହ କେତେକକୁ ଥିମ୍ ଆକାରରେ ସଜାଇଥାନ୍ତି । ଅବଶ୍ୟ ଏତେ ସଂଖ୍ୟକ କିସ୍‌ମାସ୍ ଟ୍ରି ତିଆରି କରିବା ପାଇଁ ସେମାନେ କେତେ ଅର୍ଥ ଖର୍ଚ୍ଚ କରିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ।

About The Author: The Sakala