ନିଜ ରାଶି ଅନୁଯାୟୀ କରନ୍ତୁ ଗଣେଶ ପୂଜା

ବିଘ୍ନହର୍ତ୍ତା ଶ୍ରୀଗଣେଶ ଅଗ୍ରପୂଜ୍ୟ। ତାଙ୍କୁ ଆରାଧନା କରିବା ଦ୍ବାରା ଜୀବନରେ ଆସୁଥିବା ସବୁ ବାଧାବିଘ୍ନ ଦୂରେଇ ଯାଇଥାଏ। ଶ୍ରୀଗଣେଶଙ୍କ ପୂଜାରେ ମନ୍ଦାର, ଦୂର୍ବା, ମୋଦକ, ଲଡ଼ୁ ଇତ୍ୟାଦି ମୁଖ୍ୟ ଏବଂ ମିଷ୍ଟାନ୍ନ ଭୋଗ କରିବା ଦ୍ବାରା ବିଶେଷ କୃପାଲାଭ ହୋଇଥାଏ। ଆଶିଷ ପାଇବା ପାଇଁ ତଥା ସବୁ ମନସ୍କାମନା ଶୀଘ୍ର ପୂର୍ଣ୍ଣ ପାଇଁ ନିଜ ନିଜର ରାଶି ଅନୁସାରେ ଶ୍ରୀଗଣେଶଙ୍କ କେଉଁ ରୂପକୁ ଆରାଧନା କରିବେ ଏବଂ କେଉଁ ଭୋଗ ସମର୍ପଣ କରିବେ, ତାହା ଜ୍ୟୋତିଷ ଶାସ୍ତ୍ରରେ […]

ବିଘ୍ନହର୍ତ୍ତା ଶ୍ରୀଗଣେଶ ଅଗ୍ରପୂଜ୍ୟ। ତାଙ୍କୁ ଆରାଧନା କରିବା ଦ୍ବାରା ଜୀବନରେ ଆସୁଥିବା ସବୁ ବାଧାବିଘ୍ନ ଦୂରେଇ ଯାଇଥାଏ। ଶ୍ରୀଗଣେଶଙ୍କ ପୂଜାରେ ମନ୍ଦାର, ଦୂର୍ବା, ମୋଦକ, ଲଡ଼ୁ ଇତ୍ୟାଦି ମୁଖ୍ୟ ଏବଂ ମିଷ୍ଟାନ୍ନ ଭୋଗ କରିବା ଦ୍ବାରା ବିଶେଷ କୃପାଲାଭ ହୋଇଥାଏ। ଆଶିଷ ପାଇବା ପାଇଁ ତଥା ସବୁ ମନସ୍କାମନା ଶୀଘ୍ର ପୂର୍ଣ୍ଣ ପାଇଁ ନିଜ ନିଜର ରାଶି ଅନୁସାରେ ଶ୍ରୀଗଣେଶଙ୍କ କେଉଁ ରୂପକୁ ଆରାଧନା କରିବେ ଏବଂ କେଉଁ ଭୋଗ ସମର୍ପଣ କରିବେ, ତାହା ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ।

* ମେଷ ରାଶିର ବ୍ୟକ୍ତିମାନେ ବକ୍ରତୁଣ୍ଡ ସ୍ବରୂପକୁ ପୂଜା କରିବା କରିବା ସହିତ ଭୋଗରେ ଗୁଡ଼ର ବ୍ୟବହାର କରିବା ଉଚିତ।

* ବୃଷ ରାଶିର ଜାତକମାନେ ଶ୍ରୀଗଣେଶଙ୍କ ବିନାୟକ ରୂପକୁ ପୂଜାର୍ଚ୍ଚନା କରିବା ଶୁଭ ହୋଇଥାଏ ଏବଂ ମିଶ୍ରି ଭୋଗ କରନ୍ତୁ।

* ମିଥୁନ ରାଶିର ବ୍ୟକ୍ତି ଶ୍ରୀଗଣେଶଙ୍କ ସହିତ ମା’ ଲକ୍ଷ୍ମୀଙ୍କ ଉପାସନା କରିବା ଉଚିତ ଏବଂ ମୁଗରେ ତିଆରି ଭୋଗ ସହିତ ମୋଦକ ଅର୍ପଣ କରିବା ଦ୍ବାରା ଶୁଭଫଳ ପ୍ରାପ୍ତି ହୁଏ।

* କର୍କଟ ରାଶିର ଲୋକମାନେ ବକ୍ରତୁଣ୍ଡ ସ୍ବରୂପକୁ ପୂଜା କରିବା ସହିତ ମିଶ୍ରି ଭୋଗ ସହିତ ଧଳା ରଙ୍ଗର ଫୁଲ ଅର୍ପଣ କରନ୍ତୁ।

* ସିଂହ ରାଶିର ବ୍ୟକ୍ତି ଶ୍ରୀଗଣେଶଙ୍କ ସହିତ ମା’ ଲକ୍ଷ୍ମୀଙ୍କ ଉପାସନା କରିବା ସହିତ ବେସନ ଓ ମୋତିଚୁର ଲଡ଼ୁ ଭୋଗ ଲଗାନ୍ତୁ।

* କନ୍ୟା ରାଶିର ବ୍ୟକ୍ତିମାନେ ମଧ୍ୟ ମିଳିତ ଭାବେ ଶ୍ରୀଗଣେଶଙ୍କ ସହିତ ମା’ ଲକ୍ଷ୍ମୀଙ୍କ ଉପାସନା କରିବା ଦ୍ବାରା ଶୁଭଫଳ ପ୍ରାପ୍ତ ହୁଏ। କ୍ଷୀରୀ ଭୋଗ ଲଗାନ୍ତୁ।

* ତୁଳା ରାଶିର ବ୍ୟକ୍ତି ବକ୍ରତୁଣ୍ଡ ରୂପକୁ ପୂଜା କରିବା ସହିତ ନଡ଼ିଆ ଲଡ଼ୁ ଭୋଗ ଲଗାଇବା ଦ୍ବାରା ଶୁଭ ହୋଇଥାଏ।

* ବିଛା ରାଶିର ଲୋକମାନେ ଶ୍ବେତାର୍କ ଗଣେଶଙ୍କୁ ପୂଜା କରିବା ସହିତ ଲାଲ୍‌ ରଙ୍ଗର ଫୁଲ ଏବଂ ମୋତିଚୁର ଲଡ଼ୁ ଭୋଗ ଲଗାନ୍ତୁ।

* ଧନୁ ରାଶିର ବ୍ୟକ୍ତି ଲକ୍ଷ୍ମୀ-ଗଣେଶଙ୍କ ଉପାସନା କରିବା ସହିତ ବେସନ ଲଡ଼ୁ ଭୋଗ ଲଗାଇବା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରେ।

* ମକର ରାଶିର ଜାତକ ଶକ୍ତି ବିନାୟକଙ୍କ ଆରାଧନା ସହ ମୋଦକ ଓ ଅଳେଇଚ ଭୋଗ ଲଗାନ୍ତୁ।

* କୁମ୍ଭ ରାଶିର ବ୍ୟକ୍ତିମାନେ ମଧ୍ୟ ଶକ୍ତି ବିନାୟକଙ୍କ ପୂଜା କରିବା ସହିତ ବେସନ ଲଡ଼ୁ ଭୋଗ ଚଢ଼ାନ୍ତୁ।

* ମୀନ ରାଶିର ବ୍ୟକ୍ତି ହରିଦ୍ରା ଗଣେଶଙ୍କ ପୂଜା କରିବା ସହିତ ଲଡ଼ୁ ଭୋଗ ଓ ମହୁ ଅର୍ପଣ କରିବ ଦ୍ବରା ଶୁଭ ଫଳ ପ୍ରାପ୍ତ କରିଥାନ୍ତି।

About The Author: The Sakala