ଗାଡ଼ି ନୁହେଁ, ହେଲିକପ୍ଟରକୁ ମନ୍ଦିରରେ ପୂଜା କଲେ ବ୍ୟବସାୟୀ

ହିନ୍ଦୁ ଘରଗୁଡ଼ିକରେ ନୂଆ ଗାଡ଼ି କିଣା ହେଲେ ତାକୁ ନେଇ ମନ୍ଦିରରେ ପୂଜା କରିବା ବିଧି ରହିଛି। କିନ୍ତୁ ତେଲଙ୍ଗାନାର ଜଣେ ବ୍ୟବସାୟୀ ଏହି ପରମ୍ପରାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ତେଲଙ୍ଗାନାର ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ କମ୍ପାନି ପ୍ରତିମା ଗ୍ରୁପ୍‌ର ମାଲିକ ଶ୍ରୀନିବାସ ରାଓ ନିଜର ଏୟାର୍‌ବସ୍‌ ଏସିଏଚ୍‌-୧୩୫ ହେଲିକେପ୍ଟର୍‌କୁ ମନ୍ଦିରରେ ପୂଜା କରିଛନ୍ତି। ଏଥିପାଇଁ ତାଙ୍କୁ ଆକାଶମାର୍ଗରେ ପ୍ରାୟ ୧୦୦କିଲୋମିଟର ଅତିକ୍ରମ କରିବାକୁ ପଡ଼ିଥିଲା। ହେଲିକପ୍ଟରଟିକୁ ପୂଜା କରିବା ପାଇଁ ହାଇଦ୍ରାବାଦ୍‌ଠାରୁ ୟଦାଦ୍ରିରେ ଥିବା ଶ୍ରୀଲକ୍ଷ୍ମୀ […]

ହିନ୍ଦୁ ଘରଗୁଡ଼ିକରେ ନୂଆ ଗାଡ଼ି କିଣା ହେଲେ ତାକୁ ନେଇ ମନ୍ଦିରରେ ପୂଜା କରିବା ବିଧି ରହିଛି। କିନ୍ତୁ ତେଲଙ୍ଗାନାର ଜଣେ ବ୍ୟବସାୟୀ ଏହି ପରମ୍ପରାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ତେଲଙ୍ଗାନାର ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ କମ୍ପାନି ପ୍ରତିମା ଗ୍ରୁପ୍‌ର ମାଲିକ ଶ୍ରୀନିବାସ ରାଓ ନିଜର ଏୟାର୍‌ବସ୍‌ ଏସିଏଚ୍‌-୧୩୫ ହେଲିକେପ୍ଟର୍‌କୁ ମନ୍ଦିରରେ ପୂଜା କରିଛନ୍ତି। ଏଥିପାଇଁ ତାଙ୍କୁ ଆକାଶମାର୍ଗରେ ପ୍ରାୟ ୧୦୦କିଲୋମିଟର ଅତିକ୍ରମ କରିବାକୁ ପଡ଼ିଥିଲା। ହେଲିକପ୍ଟରଟିକୁ ପୂଜା କରିବା ପାଇଁ ହାଇଦ୍ରାବାଦ୍‌ଠାରୁ ୟଦାଦ୍ରିରେ ଥିବା ଶ୍ରୀଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥିଲା। ଶ୍ରୀନିବାସ ଓ ତାଙ୍କ ପରିବାରର ସଦସ୍ୟ ମଧ୍ୟ ହେଲିକପ୍ଟରରେ ମନ୍ଦିରକୁ ଯାଇଥିଲେ। ମନ୍ଦିରର ୩ଜଣ ପୂଜାରୀ, ରୀତିନୀତି ଅନୁସାରେ ଏହି ବ୍ୟୋମଯାନର ପୂଜା କରିଥିଲେ। ଏହି ହେଲିକପ୍ଟରର ଦାମ୍‌ ୪୭ କୋଟି ଟଙ୍କା ବୋଲି ଜଣାପଡିଛି। ଏହି ହେଲିକପ୍ଟର ପୂଜାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ସେୟାର୍‌ ହୋଇଛି। ସୋସିଆଲ୍‌ ମିଡିଆ ୟୁଜର୍ସମାନେ ଏବେ ଏହାର ମଜା ନେଉଛନ୍ତି।

About The Author: The Sakala