ଘୋଡ଼ାରେ କନ୍ୟା ପହଞ୍ଚିଲା ବରଘରେ

ସାଧାରଣତଃ ବାହାଘରରେ ବର ଘୋଡ଼ା ଚଢ଼ି ବରଯାତ୍ରୀଙ୍କୁ ସାଙ୍ଗରେ ନେଇ କନ୍ୟାଘରକୁ ଯାଇଥାଏ। ମାତ୍ର ବିହାରରେ ଏହାର ଏକ ବିପରୀତ ଘଟଣା ଦେଖିବାକୁ ମିଳିଛି। ଅର୍ଥାତ୍ କନ୍ୟା ଘୋଡ଼ା ଚଢ଼ି କନ୍ୟାଯାତ୍ରୀଙ୍କ ସହ ପହଞ୍ଚିଥିଲା ବରଘରେ। ଏୟାର ହୋଷ୍ଟେସ୍ ଅନୁଷ୍କା ଗୁହା ବିବାହ କରିଛନ୍ତି କୋଲକାତାର ବ୍ୟବସାୟୀ ଜିତ୍ ମୁଖାର୍ଜୀଙ୍କୁ। ଏବେ ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଏହି ଭିଡିଓରୁ ଦେଖିବାକୁ ମିଳିଛି ଯେ, କନ୍ୟାଯାତ୍ରୀଙ୍କ ସହ ଅନୁଷ୍କା ମଧ୍ୟ ଘୋଡ଼ାରେ ବସି […]

ସାଧାରଣତଃ ବାହାଘରରେ ବର ଘୋଡ଼ା ଚଢ଼ି ବରଯାତ୍ରୀଙ୍କୁ ସାଙ୍ଗରେ ନେଇ କନ୍ୟାଘରକୁ ଯାଇଥାଏ। ମାତ୍ର ବିହାରରେ ଏହାର ଏକ ବିପରୀତ ଘଟଣା ଦେଖିବାକୁ ମିଳିଛି। ଅର୍ଥାତ୍ କନ୍ୟା ଘୋଡ଼ା ଚଢ଼ି କନ୍ୟାଯାତ୍ରୀଙ୍କ ସହ ପହଞ୍ଚିଥିଲା ବରଘରେ। ଏୟାର ହୋଷ୍ଟେସ୍ ଅନୁଷ୍କା ଗୁହା ବିବାହ କରିଛନ୍ତି କୋଲକାତାର ବ୍ୟବସାୟୀ ଜିତ୍ ମୁଖାର୍ଜୀଙ୍କୁ। ଏବେ ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି।

ଏହି ଭିଡିଓରୁ ଦେଖିବାକୁ ମିଳିଛି ଯେ, କନ୍ୟାଯାତ୍ରୀଙ୍କ ସହ ଅନୁଷ୍କା ମଧ୍ୟ ଘୋଡ଼ାରେ ବସି ନାଚୁଛନ୍ତି। ଅନୁଷ୍କା କହନ୍ତି, ବିବାହ ଦିନ ବରକନ୍ୟା ଘରକୁ ଯିବା ପରମ୍ପରା ଅଛି। ଯଦି ପୁଅଟିଏ ଝିଅ ଘରକୁ ଯାଇପାରିବ, ତେବେ ଝିଅଟିଏ କାହିଁକି ନୁହେଁ? ତେଣୁ ସେ ଏହି ପରମ୍ପରାରେ ବ୍ୟତିକ୍ରମ ଆଣିଥିବା କହିଛନ୍ତି। ଅବଶ୍ୟ ତାଙ୍କ ସ୍ବାମୀ ମଧ୍ୟ ଅନୁଷ୍କାଙ୍କ ଏଭଳି କାର୍ଯ୍ୟକୁ ସମର୍ଥନ କରିଥିବାରୁ ସେ ବେଶ୍ ଖୁସି ମଧ୍ୟ ଅଛନ୍ତି।

ତେବେ ଅନୁଷ୍କାଙ୍କ ମା’ କହିଛନ୍ତି ‘‘ଅନୁଷ୍କା ସବୁବେଳେ ପଚାରିଥାଏ ବାହାଘରରେ ବର କାହିଁକି ଘୋଡ଼ାରେ ବସି କନ୍ୟାକୁ ନେବା ପାଇଁ ଆସିଥାଏ। ଏହା ହେଉଛି ପରମ୍ପରା ତଥା ରୀତିନୀତି। ଯାହାକୁ ପିଢି ପିଢ଼ି ଧରି ଲୋକେ ମାନି ଆସୁଥିବା ତାକୁ ବୁଝାଯାଏ। କିନ୍ତୁ ଏ କଥାରୁ ତାକୁ କେବେ ବି ଆତ୍ମସନ୍ତୋଷ ମିଳି ନ ଥାଏ। ସେ ସବୁବେଳେ କହି ଆସୁଥିଲା, ମୁଁ ଏହି ଚିରାଚରିତ ପରମ୍ପରାକୁ ଭାଙ୍ଗିବି ଓ ଏହାର ବିପରୀତ କାମ କରି ଦେଖାଇବି। ଯାହାକୁ ସେ ସତରେ ନିଜ ବାହାଘରରେ କରି ଦେଖାଇଛି।’’ ଅନ୍ୟପଟେ ଅନୁଷ୍କାଙ୍କ ଏଭଳି ଏକ ପଦକ୍ଷେପକୁ ପ୍ରଶଂସା କରାଯିବା ସହ ଓଜନଦାର ଲେହେଙ୍ଗାରେ ଘୋଡ଼ା ଚଢ଼ିବା କାର୍ଯ୍ୟ ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

About The Author: The Sakala