ଗାଡ଼ିରେ ରଖନ୍ତୁ ଏହି ସବୁ ଜିନିଷ, ଦୂର ହେବ ନକାରାତ୍ମକତା ଶକ୍ତି…

The Sakala Picture
Published On

ବାସ୍ତୁ ଅନୁସାରେ, ନକାରାତ୍ମକ ଶକ୍ତିକୁ କମ୍‌ କରିବା ପାଇଁ ଘର ବ୍ୟତୀତ ଯାନବାହନର ବାସ୍ତୁ ଉପରେ ମଧ୍ୟ ଗୁରୁତ୍ବ ଦେବା ଆବଶ୍ୟକ। ସାଧାରଣତଃ ଯାନବାହନଗୁଡ଼ିକରେ ଲୁହାର ବ୍ୟବହାର କରାଯାଇଥାଏ। ଲୁହା ନକାରାତ୍ମକ ଶକ୍ତିକୁ ବଢ଼ାଇ ଦେଇଥାଏ ବୋଲି କୁହାଯାଏ। ଏହି କ୍ରମରେ ଗାଡ଼ିରେ ଏପରି କିଛି ଜିନିଷ ରଖିବା ଉଚିତ, ଯାହା ନକାରାତ୍ମକ ଶକ୍ତିକୁ ହ୍ରାସ କରିବ। -ଗାଡ଼ିରେ ଠାକୁରଙ୍କ ମୂର୍ତ୍ତି ରଖିବା ଉଚିତ। ବିଶେଷକରି ଗାଡ଼ିର ଡ୍ୟାସ୍‌ବୋର୍ଡରେ ଶ୍ରୀଗଣେଶ, ଦୁର୍ଗାମାତା, ଭଗବାନ ଶିବଙ୍କ ମୂର୍ତ୍ତି ରଖିବା […]

ବାସ୍ତୁ ଅନୁସାରେ, ନକାରାତ୍ମକ ଶକ୍ତିକୁ କମ୍‌ କରିବା ପାଇଁ ଘର ବ୍ୟତୀତ ଯାନବାହନର ବାସ୍ତୁ ଉପରେ ମଧ୍ୟ ଗୁରୁତ୍ବ ଦେବା ଆବଶ୍ୟକ। ସାଧାରଣତଃ ଯାନବାହନଗୁଡ଼ିକରେ ଲୁହାର ବ୍ୟବହାର କରାଯାଇଥାଏ। ଲୁହା ନକାରାତ୍ମକ ଶକ୍ତିକୁ ବଢ଼ାଇ ଦେଇଥାଏ ବୋଲି କୁହାଯାଏ। ଏହି କ୍ରମରେ ଗାଡ଼ିରେ ଏପରି କିଛି ଜିନିଷ ରଖିବା ଉଚିତ, ଯାହା ନକାରାତ୍ମକ ଶକ୍ତିକୁ ହ୍ରାସ କରିବ।

ଆହୁରି ପଢ଼ନ୍ତୁ: ମୋବାଇଲ ଛାଡ଼, ବହି ପଢ଼; ବହି ପଢ଼଼ିଲେ ଟଙ୍କା ଦେବେ ଏହି ସରକାର...

-ଗାଡ଼ିରେ ଠାକୁରଙ୍କ ମୂର୍ତ୍ତି ରଖିବା ଉଚିତ। ବିଶେଷକରି ଗାଡ଼ିର ଡ୍ୟାସ୍‌ବୋର୍ଡରେ ଶ୍ରୀଗଣେଶ, ଦୁର୍ଗାମାତା, ଭଗବାନ ଶିବଙ୍କ ମୂର୍ତ୍ତି ରଖିବା ଭଲ ହୋଇଥାଏ। ଦେବୀ ଦେବତାଙ୍କ କୃପା ଯୋଗୁ ସବୁ ସଙ୍କଟ ଦୂର ହୋଇଥାଏ।

ଆହୁରି ପଢ଼ନ୍ତୁ: ବାର୍ କାଉନସିଲରେ ମହିଳାଙ୍କୁ ମିଳିବ କି ୩୦% ସଂରକ୍ଷଣ? ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

-ସେହିଭଳି ଗାଡ଼ିରୁ ନକାରାତ୍ମକ ଶକ୍ତିକୁ ବାଦ୍‌ ଦେବାପାଇଁ କଇଁଛ ମୂର୍ତ୍ତି ରଖିପାରିବେ। ଏହା ବେଶ୍‌ ଶୁଭଦାୟକ ହୋଇଥାଏ।

ଆହୁରି ପଢ଼ନ୍ତୁ: ଚିଲିକାରେ ମାଛ ବଂଶ ନେଇ ଦ୍ୱନ୍ଦ୍ୱ: ସରକାରୀ ରିପୋର୍ଟରେ ବୃଦ୍ଧି, ମତ୍ସ୍ୟଜୀବୀଙ୍କ ଅନୁଭବରେ ହ୍ରାସ

-କାର୍‌ରେ ଭଗବାନ ଶିବଙ୍କ ଡମ୍ବରୁ, ଦୁର୍ଗା ମାତାଙ୍କ ଚୁନ୍ନରି, ମୟୂର ପର ରଖିବା ଶୁଭଦାୟକ ହୋଇଥାଏ। ଏହାଦ୍ବାରା ସବୁ ବାଧାବିଘ୍ନ ଟଳିଯାଏ ବୋଲି କୁହାଯାଏ।

-ଗାଡ଼ିରେ କ୍ରିଷ୍ଟାଲ୍‌ ପଥର ରଖିବା ଭଲ ହୋଇଥାଏ।

-କାର୍‌ରେ ସୁନେଲି ରଙ୍ଗର ଚାଇନିଜ୍‌ ମୁଦ୍ରା ରଖିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ବୋଲି କୁହାଯାଏ। ଏହାଦ୍ବାରା ବାସ୍ତୁଦୋଷ ଦୂର ହୋଇଥାଏ।

-ସେହିଭଳି ଗାଡ଼ିରେ କୌଣସି ଭାଙ୍ଗି ଯାଇଥିବା ଜିନିଷ ରଖିବା ଉଚିତ ନୁହେଁ କି ଏଥିରେ ମଇଳା ଜମି ରହିବା ଆଦୌ ଶୁଭଦାୟକ ନୁହେଁ। ବିଶେଷକରି କାର୍‌ କାଚଗୁଡ଼ିକ ସଫା ରଖିବା ଜରୁରି।

-ଗାଡ଼ିରେ ପାଣିପୂର୍ଣ୍ଣ ବୋତଲ ରଖିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ଜଳତତ୍ତ୍ବ ରାହୁଙ୍କ ପ୍ରଭାବକୁ କମ୍‌ କରିଥାଏ। ଏହା ଦୁର୍ଘଟଣାରୁ ରକ୍ଷା କରିଥାଏ ବୋଲି କୁହାଯାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp