ଭାରତର ବୁଲ୍‌ବୁଲ୍‌ ସରୋଜିନୀ ନାଇଡୁ

The Sakala Picture
Published On

ଦ ନାଇଟ୍ ଆଙ୍ଗେଲ ଅଫ୍ ଇଣ୍ଡିଆ’ ନାମରେ ପ୍ରସିଦ୍ଧ଄ ଅର୍ଜନ କରିଥିବା ଦେଶର ପ୍ରଥମ ମହିଳା ରାଜ୍ୟପାଳ ତଥା ସ୍ବାଧୀନତା ସଂଗ୍ରାମୀ ସରୋଜିନୀ ନାଇଡୁଙ୍କର ଆଜି ଜନ୍ମ ଜୟନ୍ତୀ। ଆମ ଦେଶକୁ ଏକ ସ୍ବାଧୀନ ରାଷ୍ଟ୍ରରେ ପରିଣତ କରିବା ପାଇଁ ବହୁ ବୀର ସନ୍ତାନ ଓ ସନ୍ତତିମାନଙ୍କୁ ବଳିଦାନ ଦେବାକୁ ପଡିଥିଲା। ତନ୍ମଧ୍ୟରେ ଭାରତମାତାର ସୁଯୋଗ୍ୟ କନ୍ୟାଭାବରେ ନିଜକୁ ପ୍ରତିପାଦିତ କରିପାରିଥିଲେ ସରୋଜିନୀ ନାଇଡୁ। ବ୍ରିଟିଶ ସାମ୍ରାଜ୍ୟର ଅନ୍ତ ଘଟାଇ ଭାରତକୁ ସ୍ବାଧୀନ କରିବାରେ ସେ ପ୍ରମୁଖ […]

ଦ ନାଇଟ୍ ଆଙ୍ଗେଲ ଅଫ୍ ଇଣ୍ଡିଆ’ ନାମରେ ପ୍ରସିଦ୍ଧ଄ ଅର୍ଜନ କରିଥିବା ଦେଶର ପ୍ରଥମ ମହିଳା ରାଜ୍ୟପାଳ ତଥା ସ୍ବାଧୀନତା ସଂଗ୍ରାମୀ ସରୋଜିନୀ ନାଇଡୁଙ୍କର ଆଜି ଜନ୍ମ ଜୟନ୍ତୀ। ଆମ ଦେଶକୁ ଏକ ସ୍ବାଧୀନ ରାଷ୍ଟ୍ରରେ ପରିଣତ କରିବା ପାଇଁ ବହୁ ବୀର ସନ୍ତାନ ଓ ସନ୍ତତିମାନଙ୍କୁ ବଳିଦାନ ଦେବାକୁ ପଡିଥିଲା। ତନ୍ମଧ୍ୟରେ ଭାରତମାତାର ସୁଯୋଗ୍ୟ କନ୍ୟାଭାବରେ ନିଜକୁ ପ୍ରତିପାଦିତ କରିପାରିଥିଲେ ସରୋଜିନୀ ନାଇଡୁ। ବ୍ରିଟିଶ ସାମ୍ରାଜ୍ୟର ଅନ୍ତ ଘଟାଇ ଭାରତକୁ ସ୍ବାଧୀନ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଏକାଧାରାରେ ଥିଲେ ଜଣେ କବି, ନାରୀନେତ୍ରୀ, ବାଗ୍ମୀ ଓ ସୁବକ୍ତା।

ଆହୁରି ପଢ଼ନ୍ତୁ: ଆଜି ‘ବିଶ୍ୱ ପଖାଳ ଦିବସ’: ପ୍ରତି ଓଡିଆଙ୍କ ପରିଚୟ ପଖାଳ

ସରୋଜିନୀ ନାଇଡୁଙ୍କ ଜନ୍ମ ୧୮୭୯ ଫେବୃଆରୀ ୧୩ରେ ହାଇଦ୍ରାବାଦର ଏକ ବଙ୍ଗାଳୀ ପରିବାରରେ ହୋଇଥିଲା। ତାଙ୍କ ପିତାଙ୍କ ନାମ ଥିଲା ଅଘୋରନାଥ ଚଟ୍ଟୋପାଧ୍ୟୟ। ତାଙ୍କ ପିତା ହାଇଦ୍ରାବାଦର ନିଜାମ କଲେଜରେ ଅଧ୍ୟକ୍ଷ ଭାବେ କାର୍ୟ୍ୟ କରୁଥିଲେ। ସରୋଜିନୀଙ୍କ ମାଆ ବରଦା ସୁନ୍ଦରୀ ଦେବୀ ଜଣେ କବି ଥିଲେ ଓ ସେ ବଙ୍ଗଳା ଭାଷାରେ ସୁନ୍ଦର କବିତା ଲେଖୁଥିଲେ। ଆଠ ଭାଇଭଉଣୀଙ୍କ ମଧ୍ୟରେ ସରୋଜିନୀ ଥିଲେ ସବୁଠାରୁ ବଡ଼। ସରୋଜିନୀ ମାତ୍ର ୧୨ ବର୍ଷ ବୟସରେ ମାଡ୍ରାସ ବିଶ୍ବବିଦ୍ୟାଳୟରେ ନାମ ଲେଖାଇଥିଲେ। ପରେ ସେ ଲଣ୍ଡନ ଓ ଗ୍ରିଟନ୍ କଲେଜରେ ଅଧ୍ୟୟନ ଜାରି ରଖିଥିଲେ। କବିତାର ବିଭିନ୍ନ ବିଭାଗରେ ନିଜର ଲେଖା ପାଇଁ ସେ ବେଶ ସୁନାମ ଅର୍ଜନ କରିଥିଲେ। ତାଙ୍କର ଉର୍ଦ୍ଦୁ, ତେଲୁଗୁ, ବଙ୍ଗଳା ଓ ପାର୍ସି ଭାଷାରେ ଦଖଲ ଥିଲା।

ଆହୁରି ପଢ଼ନ୍ତୁ: ରିଲ୍ସ ପାଇଁ ପାଗଳାମି: ବୃଦ୍ଧ ବାପାଙ୍କୁ ବସ୍ତାରେ ଭର୍ତ୍ତି କରି କୋରିୟରରେ ପାର୍ସଲ କରିବାକୁ ପରିବାରର ଉଦ୍ୟମ

୧୯ ବର୍ଷ ବୟସରେ ସେ ଡାକ୍ତର ଗୋବିନ୍ଦରାଜୁ ନାଇଡୁଙ୍କୁ ବିବାହ କରିଥିଲେ। ଦୁଇ ଜଣ ଭିନ୍ନ ଭିନ୍ନ ଜାତିର ଥିଲେ ମଧ୍ୟ ସରୋଜିନୀ ଏହାକୁ ମାନି ନଥିଲେ। ତାଙ୍କ ବୈବାହିକ ଜୀବନ ଥିଲା ଖୁବ୍ ସୁଖମୟ। ୧୯୦୫ରେ ବଙ୍ଗଭଙ୍ଗ ସମୟରେ ସେ ଭାରତର ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ ଗୋପାଳ କୃଷ୍ଣ ଗୋଖଲେଙ୍କ ନଜରକୁ ଆସିଥିଲେ। ଆନିବେଶାନ୍ତଙ୍କ ଭଳି ନାରୀନେତ୍ରୀଙ୍କ ନଜରକୁ ମଧ୍ୟ ସରୋଜିନୀ ଆସିଥିଲେ। ୧୯୧୬ରେ ବିହାରର ଚମ୍ପାରଣ କୃଷକମାନଙ୍କ ଆନ୍ଦୋଳନରେ ସେ ସାମିଲ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଚୈତ୍ର ନବରାତ୍ରୀ ୨୦୨୬: ଜାଣନ୍ତୁ କଳସ ସ୍ଥାପନର ଶୁଭ ମୁହୂର୍ତ୍ତ, ଅଭିଜିତ ମୁହୂର୍ତ୍ତ ଓ ସମ୍ପୂର୍ଣ୍ଣ ପୂଜା ବିଧି

ଏଥିପାଇଁ ତାଙ୍କୁ ଜେଲ ଯିବାକୁ ପଡିଥିଲା। ୧୯୨୫ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସର କାନପୁର ଅଥିବଶେନରେ ଅଧ୍ୟକ୍ଷତା କରିଥିଲେ। ଆଇନ୍ ଅମାନ୍ୟ ଆନ୍ଦୋଳନରେ ଯୋଗଦେଇ ସେ ଜେଲ୍ ଯାଇଥିଲେ। ୧୯୩୧ ମସିହାରେ ସରୋଜିନୀ ମହାତ୍ମା ଗାନ୍ଧୀ ଓ ମଦନ ମୋହନ ମାଲବ୍ୟଙ୍କ ସହ ଲଣ୍ଡନରେ ଆୟୋଜିତ ଦ୍ବିତୀୟ ଗୋଲଟେବୁଲ ବୈଠକରେ ମଧ୍ୟ ଯୋଗଦାନ କରିଥିଲେ। ଭାରତୀୟ ଜାତୀୟ କଂଗ୍ରେସର ସେ ଥିଲେ ପ୍ରଥମ ମହିଳା ଅଧ୍ୟକ୍ଷା।

ସେ ପ୍ରଥମ ମହିଳା ରାଜ୍ୟପାଳ ଭାବେ ଉତ୍ତର ପ୍ରଦେଶର ଦାୟିତ୍ବ ଗ୍ରହଣ କରିଥିଲେ। ସ୍ବାଧୀନତା ଆନ୍ଦୋଳନ ପାଇଁ ସେ ବହୁବାର ବିଦେଶ ଯାତ୍ରା କରିଥିଲେ। ସରୋଜିନୀଙ୍କ ପରି ତାଙ୍କ ଝିଅ ପଦ୍ମଜା ମଧ୍ୟ ସ୍ବାଧୀନତା ଆନ୍ଦୋଳନରେ ବେଶ୍ ସକ୍ରିୟ ଥିଲେ। ୧୯୪୯ ମସିହା ମାର୍ଚ୍ଚ ୨ ତାରିଖରେ ସରୋଜିନୀ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ସରୋଜିନୀ ଇଂରାଜୀରେ ବହୁ କବିତା ଲେଖିଛନ୍ତି। ତେବେ ତାଙ୍କର ମଧୁର ବାଣୀ, ସୁନ୍ଦର କବିତା ଓ ପ୍ରଭାବଶାଳୀ ଭାଷଣ ଯୋଗୁଁ ସେ ଭାରତର ‘କୋକିଳା’ ଓ ‘ବୁଲ୍‌ବୁଲ୍‌’ ଭାବେ ପରିଚିତ। ସରୋଜିନୀ ସାରା ବିଶ୍ବର ମହିଳାଙ୍କ ପାଇଁ ଆଦର୍ଶ ଓ ପ୍ରେରଣା।

13 Feb 2021 By The Sakala

ଭାରତର ବୁଲ୍‌ବୁଲ୍‌ ସରୋଜିନୀ ନାଇଡୁ

ଦ ନାଇଟ୍ ଆଙ୍ଗେଲ ଅଫ୍ ଇଣ୍ଡିଆ’ ନାମରେ ପ୍ରସିଦ୍ଧ଄ ଅର୍ଜନ କରିଥିବା ଦେଶର ପ୍ରଥମ ମହିଳା ରାଜ୍ୟପାଳ ତଥା ସ୍ବାଧୀନତା ସଂଗ୍ରାମୀ ସରୋଜିନୀ ନାଇଡୁଙ୍କର ଆଜି ଜନ୍ମ ଜୟନ୍ତୀ। ଆମ ଦେଶକୁ ଏକ ସ୍ବାଧୀନ ରାଷ୍ଟ୍ରରେ ପରିଣତ କରିବା ପାଇଁ ବହୁ ବୀର ସନ୍ତାନ ଓ ସନ୍ତତିମାନଙ୍କୁ ବଳିଦାନ ଦେବାକୁ ପଡିଥିଲା। ତନ୍ମଧ୍ୟରେ ଭାରତମାତାର ସୁଯୋଗ୍ୟ କନ୍ୟାଭାବରେ ନିଜକୁ ପ୍ରତିପାଦିତ କରିପାରିଥିଲେ ସରୋଜିନୀ ନାଇଡୁ। ବ୍ରିଟିଶ ସାମ୍ରାଜ୍ୟର ଅନ୍ତ ଘଟାଇ ଭାରତକୁ ସ୍ବାଧୀନ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଏକାଧାରାରେ ଥିଲେ ଜଣେ କବି, ନାରୀନେତ୍ରୀ, ବାଗ୍ମୀ ଓ ସୁବକ୍ତା।

ସରୋଜିନୀ ନାଇଡୁଙ୍କ ଜନ୍ମ ୧୮୭୯ ଫେବୃଆରୀ ୧୩ରେ ହାଇଦ୍ରାବାଦର ଏକ ବଙ୍ଗାଳୀ ପରିବାରରେ ହୋଇଥିଲା। ତାଙ୍କ ପିତାଙ୍କ ନାମ ଥିଲା ଅଘୋରନାଥ ଚଟ୍ଟୋପାଧ୍ୟୟ। ତାଙ୍କ ପିତା ହାଇଦ୍ରାବାଦର ନିଜାମ କଲେଜରେ ଅଧ୍ୟକ୍ଷ ଭାବେ କାର୍ୟ୍ୟ କରୁଥିଲେ। ସରୋଜିନୀଙ୍କ ମାଆ ବରଦା ସୁନ୍ଦରୀ ଦେବୀ ଜଣେ କବି ଥିଲେ ଓ ସେ ବଙ୍ଗଳା ଭାଷାରେ ସୁନ୍ଦର କବିତା ଲେଖୁଥିଲେ। ଆଠ ଭାଇଭଉଣୀଙ୍କ ମଧ୍ୟରେ ସରୋଜିନୀ ଥିଲେ ସବୁଠାରୁ ବଡ଼। ସରୋଜିନୀ ମାତ୍ର ୧୨ ବର୍ଷ ବୟସରେ ମାଡ୍ରାସ ବିଶ୍ବବିଦ୍ୟାଳୟରେ ନାମ ଲେଖାଇଥିଲେ। ପରେ ସେ ଲଣ୍ଡନ ଓ ଗ୍ରିଟନ୍ କଲେଜରେ ଅଧ୍ୟୟନ ଜାରି ରଖିଥିଲେ। କବିତାର ବିଭିନ୍ନ ବିଭାଗରେ ନିଜର ଲେଖା ପାଇଁ ସେ ବେଶ ସୁନାମ ଅର୍ଜନ କରିଥିଲେ। ତାଙ୍କର ଉର୍ଦ୍ଦୁ, ତେଲୁଗୁ, ବଙ୍ଗଳା ଓ ପାର୍ସି ଭାଷାରେ ଦଖଲ ଥିଲା।

୧୯ ବର୍ଷ ବୟସରେ ସେ ଡାକ୍ତର ଗୋବିନ୍ଦରାଜୁ ନାଇଡୁଙ୍କୁ ବିବାହ କରିଥିଲେ। ଦୁଇ ଜଣ ଭିନ୍ନ ଭିନ୍ନ ଜାତିର ଥିଲେ ମଧ୍ୟ ସରୋଜିନୀ ଏହାକୁ ମାନି ନଥିଲେ। ତାଙ୍କ ବୈବାହିକ ଜୀବନ ଥିଲା ଖୁବ୍ ସୁଖମୟ। ୧୯୦୫ରେ ବଙ୍ଗଭଙ୍ଗ ସମୟରେ ସେ ଭାରତର ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ ଗୋପାଳ କୃଷ୍ଣ ଗୋଖଲେଙ୍କ ନଜରକୁ ଆସିଥିଲେ। ଆନିବେଶାନ୍ତଙ୍କ ଭଳି ନାରୀନେତ୍ରୀଙ୍କ ନଜରକୁ ମଧ୍ୟ ସରୋଜିନୀ ଆସିଥିଲେ। ୧୯୧୬ରେ ବିହାରର ଚମ୍ପାରଣ କୃଷକମାନଙ୍କ ଆନ୍ଦୋଳନରେ ସେ ସାମିଲ ହୋଇଥିଲେ।

ଏଥିପାଇଁ ତାଙ୍କୁ ଜେଲ ଯିବାକୁ ପଡିଥିଲା। ୧୯୨୫ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସର କାନପୁର ଅଥିବଶେନରେ ଅଧ୍ୟକ୍ଷତା କରିଥିଲେ। ଆଇନ୍ ଅମାନ୍ୟ ଆନ୍ଦୋଳନରେ ଯୋଗଦେଇ ସେ ଜେଲ୍ ଯାଇଥିଲେ। ୧୯୩୧ ମସିହାରେ ସରୋଜିନୀ ମହାତ୍ମା ଗାନ୍ଧୀ ଓ ମଦନ ମୋହନ ମାଲବ୍ୟଙ୍କ ସହ ଲଣ୍ଡନରେ ଆୟୋଜିତ ଦ୍ବିତୀୟ ଗୋଲଟେବୁଲ ବୈଠକରେ ମଧ୍ୟ ଯୋଗଦାନ କରିଥିଲେ। ଭାରତୀୟ ଜାତୀୟ କଂଗ୍ରେସର ସେ ଥିଲେ ପ୍ରଥମ ମହିଳା ଅଧ୍ୟକ୍ଷା।

ସେ ପ୍ରଥମ ମହିଳା ରାଜ୍ୟପାଳ ଭାବେ ଉତ୍ତର ପ୍ରଦେଶର ଦାୟିତ୍ବ ଗ୍ରହଣ କରିଥିଲେ। ସ୍ବାଧୀନତା ଆନ୍ଦୋଳନ ପାଇଁ ସେ ବହୁବାର ବିଦେଶ ଯାତ୍ରା କରିଥିଲେ। ସରୋଜିନୀଙ୍କ ପରି ତାଙ୍କ ଝିଅ ପଦ୍ମଜା ମଧ୍ୟ ସ୍ବାଧୀନତା ଆନ୍ଦୋଳନରେ ବେଶ୍ ସକ୍ରିୟ ଥିଲେ। ୧୯୪୯ ମସିହା ମାର୍ଚ୍ଚ ୨ ତାରିଖରେ ସରୋଜିନୀ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ସରୋଜିନୀ ଇଂରାଜୀରେ ବହୁ କବିତା ଲେଖିଛନ୍ତି। ତେବେ ତାଙ୍କର ମଧୁର ବାଣୀ, ସୁନ୍ଦର କବିତା ଓ ପ୍ରଭାବଶାଳୀ ଭାଷଣ ଯୋଗୁଁ ସେ ଭାରତର ‘କୋକିଳା’ ଓ ‘ବୁଲ୍‌ବୁଲ୍‌’ ଭାବେ ପରିଚିତ। ସରୋଜିନୀ ସାରା ବିଶ୍ବର ମହିଳାଙ୍କ ପାଇଁ ଆଦର୍ଶ ଓ ପ୍ରେରଣା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର