ଅଜବ ରୋଗ: ଆଖିରୁ ବାହାରୁଛି ରକ୍ତ

The Sakala Picture
Published On

ମହିଳାଙ୍କ ଋତୁସ୍ରାବ ସମୟରେ ପେଟରେ ଯନ୍ତ୍ରଣା ହେବା ଏକ ସ୍ବାଭାବିକ ଘଟଣା। କିନ୍ତୁ ଚଣ୍ଡିଗଡ଼ର ଜଣେ ୨୫ ବର୍ଷୀୟା ମହିଳାଙ୍କ ଆଖିରୁ ମାସିକ ଋତୁସ୍ରାବ ସମୟରେ ରକ୍ତ ବାହାରିଥାଏ। ଏହା ଏକ ନିଆରା ମାମଲା। ଏହି କଥା ଏବେ ଦେଶ ବିଦେଶର ଡାକ୍ତରଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏହି ମହିଳାଙ୍କ ରୋଗ ସମ୍ପର୍କରେ ବ୍ରିଟିଶ ଜର୍ଣ୍ଣାଲରେ ମଧ୍ୟ ପ୍ରକାଶିତ ହୋଇଛି। ସେ ଆଖିରୁ ରକ୍ତ ବାହାରିବା ସମ୍ପର୍କରେ ମହିଳା ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ତେବେ ଅନେକ […]

ମହିଳାଙ୍କ ଋତୁସ୍ରାବ ସମୟରେ ପେଟରେ ଯନ୍ତ୍ରଣା ହେବା ଏକ ସ୍ବାଭାବିକ ଘଟଣା। କିନ୍ତୁ ଚଣ୍ଡିଗଡ଼ର ଜଣେ ୨୫ ବର୍ଷୀୟା ମହିଳାଙ୍କ ଆଖିରୁ ମାସିକ ଋତୁସ୍ରାବ ସମୟରେ ରକ୍ତ ବାହାରିଥାଏ। ଏହା ଏକ ନିଆରା ମାମଲା। ଏହି କଥା ଏବେ ଦେଶ ବିଦେଶର ଡାକ୍ତରଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏହି ମହିଳାଙ୍କ ରୋଗ ସମ୍ପର୍କରେ ବ୍ରିଟିଶ ଜର୍ଣ୍ଣାଲରେ ମଧ୍ୟ ପ୍ରକାଶିତ ହୋଇଛି। ସେ ଆଖିରୁ ରକ୍ତ ବାହାରିବା ସମ୍ପର୍କରେ ମହିଳା ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ତେବେ ଅନେକ ପରୀକ୍ଷା ପରେ ଜଣା ପଡ଼ିଥିଲା ଯେ, ମହିଳା ଜଣକ ଅକ୍ୟୁଲର ଭିକେରିୟସ ମେନ୍ସୁରେସନ୍‌ ନାମକ ଏକ ବିରଳ ରୋଗରେ ପୀଡିତ। ଏହି ରୋଗରେ ପୀଡିତ ମହିଳାମାନଙ୍କର ଋତୁସ୍ରାବ ସମୟରେ ଗର୍ଭାଶୟ ବ୍ୟତୀତ ଶରୀରର ଅନ୍ୟ ଅଙ୍ଗରୁ ଅଥା ନାକ, ଆଖି, ପେଟ, ମୁହଁରୁ ମଧ୍ୟ ରକ୍ତସ୍ରାବ ହୋଇଥାଏ। ମହିଳା ଜଣଙ୍କ ପରିବାରରେ କେହି ଏହି ରୋଗରେ ଆକ୍ରାନ୍ତ ହୋଇନଥିଲେ ମଧ୍ୟ ମହିଳା ଜଣଙ୍କୁ ଏହି ରୋଗ କିପରି ଆସିଲା ସେ ବିଷୟରେ ଡାକ୍ତରମାନେ କିଛି କହିପାରୁନାହାନ୍ତି। ତେବେ ମହିଳା ଜଣଙ୍କୁ ୩ମାସର ହର୍ମୋନାଲ୍‌ ଚିକିତ୍ସା ଦେଲାପରେ ଏବେ ସେ ଏହି ସମସ୍ୟାରୁ ମୁକ୍ତି ପାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର