ନନ୍ଦି କେମିତି ହେଲେ ମହାଦେବଙ୍କ ବାହନ

The Sakala Picture
Published On

ନନ୍ଦି ହେଉଛନ୍ତି ଶିବଙ୍କ ବାହନ। ମହାଦେବଙ୍କ ଦର୍ଶନ ପୂର୍ବରୁ ନନ୍ଦିଙ୍କୁ ଦର୍ଶନ ଓ ସ୍ପର୍ଶ କରିବା ବିଧି ରହିଛି। ନନ୍ଦିଙ୍କ କାନରେ ନିଜର ମନୋକାମନା କହିଲେ, ତାହା ଶୀଘ୍ର ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେବେ ନନ୍ଦି କେମିତି ଶିବଙ୍କ ବାହନ ହେଲେ, ସେ ସମ୍ପର୍କରେ ଏକ ସୁନ୍ଦର ପୌରାଣିକ କଥା ରହିଛି। ପୁରାଣ ଅନୁଯାୟୀ ପରମ ତପସ୍ବୀ ଶିଲାଦ୍ ଶିବଙ୍କ ଭକ୍ତ ଥିଲେ। କିନ୍ତୁ ସେ ଥିଲେ ବ୍ରହ୍ମଚାରୀ। ତାଙ୍କ ମନରେ ଏକ ଭୟ […]

ନନ୍ଦି ହେଉଛନ୍ତି ଶିବଙ୍କ ବାହନ। ମହାଦେବଙ୍କ ଦର୍ଶନ ପୂର୍ବରୁ ନନ୍ଦିଙ୍କୁ ଦର୍ଶନ ଓ ସ୍ପର୍ଶ କରିବା ବିଧି ରହିଛି। ନନ୍ଦିଙ୍କ କାନରେ ନିଜର ମନୋକାମନା କହିଲେ, ତାହା ଶୀଘ୍ର ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେବେ ନନ୍ଦି କେମିତି ଶିବଙ୍କ ବାହନ ହେଲେ, ସେ ସମ୍ପର୍କରେ ଏକ ସୁନ୍ଦର ପୌରାଣିକ କଥା ରହିଛି।

ଆହୁରି ପଢ଼ନ୍ତୁ: ଖୋର୍ଦ୍ଧା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ସମ୍ପନ୍ନ

ପୁରାଣ ଅନୁଯାୟୀ ପରମ ତପସ୍ବୀ ଶିଲାଦ୍ ଶିବଙ୍କ ଭକ୍ତ ଥିଲେ। କିନ୍ତୁ ସେ ଥିଲେ ବ୍ରହ୍ମଚାରୀ। ତାଙ୍କ ମନରେ ଏକ ଭୟ ଥିଲା ଯେ  ତାଙ୍କ ମୃତ୍ୟୁ ପରେ ବଂଶଲୋପ ହୋଇଯିବ। ତେଣୁ ସେ ଗୋଟିଏ ପୁତ୍ର ଚାହୁଁଥିଲେ ଏବଂ ଏଥିପାଇଁ ସେ ଆହୁରି ଘୋର ତପସ୍ୟାରେ ଲୀନ ହେଲେ। ଦେବ ଦେବ ମହାଦେବ ତାଙ୍କର ତପସ୍ୟାରେ ସନ୍ତୁଷ୍ଟ ହୋଇ ବରଦାନ ମାଗିବା ପାଇଁ କହିଲେ। ଋଷି ଶିଲାଦ୍‌ ଗୋଟିଏ ପୋଷ୍ୟପୁତ୍ର ଆଶା କଲେ, ଯାହା ଉପରେ ଶିବଙ୍କ ଅସୀମ କୃପା ରହିଥିବ। ଭଗବାନ ଶିବ ତଥାସ୍ତୁ କହି ସେଠାରୁ ଚାଲିଗଲେ। ତା’ ପରଦିନ ଋଷି ଶିଲାଦ୍ ଗୋଟିଏ କ୍ଷେତ ଭିତର ଦେଇ ଯାଉଥିବା ସମୟରେ ନବଜାତ ଶିଶୁର କାନ୍ଦ ଶୁଣିଲେ। ପାଖକୁ ଯାଇ ଦେଖିଲେ, ଶିଶୁଟି ପାଖରେ କେହି ନାହିଁ। ଶିଶୁଟିର ମୁଖମଣ୍ଡଳ ଏତେ ସୁନ୍ଦର ଓ ଦିବ୍ୟମୟ ଥିଲା ଯେ, ଋଷି ଶିଲାଦ୍ ତା’କୁ ଏକାକୀ ଛାଡ଼ି ଆସିପାରିଲେ ନାହିଁ।

ଆହୁରି ପଢ଼ନ୍ତୁ: ୨୦୨୮ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ଭାରତୀୟ ଦଳର ଲକ୍ଷ୍ୟ: ରଗବୀ ୟୁନିୟନ ଅଧ୍ୟକ୍ଷ ରାହୁଲ ବୋଷ

ଶିଶୁଟିକୁ ଭୋଳାନାଥଙ୍କ ଆଶୀର୍ବାଦ ଭାବି କୋଳେଇ ନେଲେ ଏବଂ ପାଖରେ ରଖି ଲାଳନପାଳନ କଲେ। ଶିଶୁଟିର ନାମ ଦେଲେ ନନ୍ଦି। ଧୀରେ  ଧୀରେ ଶିଶୁଟି ବଡ଼ ହେବାରେ ଲାଗିଲା। ଏକଦା ଋଷି ଶିଲାଦ୍‌ଙ୍କ ଘରକୁ ଦୁଇଜଣ ସନ୍ନ୍ୟାସୀ ଆସିଲେ। ନନ୍ଦି ସେ ଦୁଇଜଣଙ୍କ ପାଇଁ ଭୋଜନ ପ୍ରସ୍ତୁତ କରିବା ସହ ଅନେକ ସେବା କରିଥିଲେ। ଆତିଥ୍ୟତାରେ ପ୍ରସନ୍ନ ହୋଇ ଘରୁ ଯିବା ସମୟରେ ସନ୍ନ୍ୟାସୀଦ୍ବୟ ଋଷି ଶିଲାଦ୍‌ଙ୍କୁ ଅନେକ ଆଶିଷ ପ୍ରଦାନ କରିଥିଲେ। କିନ୍ତୁ ନନ୍ଦିଙ୍କୁ କୌଣସି ଆଶୀର୍ବାଦ ମଧ୍ୟ ଦେଲେ ନାହିଁ। ଏଭଳି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ପାଇଁ ଋଷି ଶିଲାଦ୍‌ ଏ ସମ୍ପର୍କିତ ପ୍ରଶ୍ନ କଲେ। ସନ୍ନ୍ୟାସୀଦ୍ବୟ କହିଲେ – ନନ୍ଦିଙ୍କ ଆୟୁ ଖୁବ୍ କମ୍। ତେଣୁ କୌଣସି ଆଶୀର୍ବାଦ ସେମାନେ ଦେଲେ ନାହିଁ।

ଆହୁରି ପଢ଼ନ୍ତୁ: ଯାଜପୁରରେ ବର୍ଷା ଦେବତାଙ୍କୁ ସନ୍ତୁଷ୍ଟ କରିବାକୁ ନିଆରା ପ୍ରଥା: ପରସ୍ପରକୁ ବିବାହ କଲେ ଦୁଇ ପୁରୁଷ

ଏକଥା ଶୁଣିବା ପରେ ନନ୍ଦି କହିଲେ – ପିତା, ଆପଣ ମୋତେ ଶିବଙ୍କ ବରଦାନ ଭାବେ ପାଇଥିଲେ। ତେଣୁ ଭଗବାନ ଶିବ ହିଁ ମୋର ଜୀବନ ରକ୍ଷା କରିବେ। ଏତିକି କହି ନନ୍ଦି ଶିବଙ୍କୁ ଧ୍ୟାନ କରି ଘୋର ତପସ୍ୟାରେ ଲୀନ ହେେଲ। ଭଗବାନ ଶିବ ନନ୍ଦିଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ତାଙ୍କୁ ବୃଷଭର ମୁଖ ଦେଇ ନୂଆ ଜୀବନର ବରଦାନ ଦେଲେ। ଏହା ସହିତ ନନ୍ଦି ଶିବଙ୍କର ବାହନ ହୋଇ ରହିଲେ।

07 Apr 2021 By The Sakala

ନନ୍ଦି କେମିତି ହେଲେ ମହାଦେବଙ୍କ ବାହନ

ନନ୍ଦି ହେଉଛନ୍ତି ଶିବଙ୍କ ବାହନ। ମହାଦେବଙ୍କ ଦର୍ଶନ ପୂର୍ବରୁ ନନ୍ଦିଙ୍କୁ ଦର୍ଶନ ଓ ସ୍ପର୍ଶ କରିବା ବିଧି ରହିଛି। ନନ୍ଦିଙ୍କ କାନରେ ନିଜର ମନୋକାମନା କହିଲେ, ତାହା ଶୀଘ୍ର ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେବେ ନନ୍ଦି କେମିତି ଶିବଙ୍କ ବାହନ ହେଲେ, ସେ ସମ୍ପର୍କରେ ଏକ ସୁନ୍ଦର ପୌରାଣିକ କଥା ରହିଛି।

ପୁରାଣ ଅନୁଯାୟୀ ପରମ ତପସ୍ବୀ ଶିଲାଦ୍ ଶିବଙ୍କ ଭକ୍ତ ଥିଲେ। କିନ୍ତୁ ସେ ଥିଲେ ବ୍ରହ୍ମଚାରୀ। ତାଙ୍କ ମନରେ ଏକ ଭୟ ଥିଲା ଯେ  ତାଙ୍କ ମୃତ୍ୟୁ ପରେ ବଂଶଲୋପ ହୋଇଯିବ। ତେଣୁ ସେ ଗୋଟିଏ ପୁତ୍ର ଚାହୁଁଥିଲେ ଏବଂ ଏଥିପାଇଁ ସେ ଆହୁରି ଘୋର ତପସ୍ୟାରେ ଲୀନ ହେଲେ। ଦେବ ଦେବ ମହାଦେବ ତାଙ୍କର ତପସ୍ୟାରେ ସନ୍ତୁଷ୍ଟ ହୋଇ ବରଦାନ ମାଗିବା ପାଇଁ କହିଲେ। ଋଷି ଶିଲାଦ୍‌ ଗୋଟିଏ ପୋଷ୍ୟପୁତ୍ର ଆଶା କଲେ, ଯାହା ଉପରେ ଶିବଙ୍କ ଅସୀମ କୃପା ରହିଥିବ। ଭଗବାନ ଶିବ ତଥାସ୍ତୁ କହି ସେଠାରୁ ଚାଲିଗଲେ। ତା’ ପରଦିନ ଋଷି ଶିଲାଦ୍ ଗୋଟିଏ କ୍ଷେତ ଭିତର ଦେଇ ଯାଉଥିବା ସମୟରେ ନବଜାତ ଶିଶୁର କାନ୍ଦ ଶୁଣିଲେ। ପାଖକୁ ଯାଇ ଦେଖିଲେ, ଶିଶୁଟି ପାଖରେ କେହି ନାହିଁ। ଶିଶୁଟିର ମୁଖମଣ୍ଡଳ ଏତେ ସୁନ୍ଦର ଓ ଦିବ୍ୟମୟ ଥିଲା ଯେ, ଋଷି ଶିଲାଦ୍ ତା’କୁ ଏକାକୀ ଛାଡ଼ି ଆସିପାରିଲେ ନାହିଁ।

ଶିଶୁଟିକୁ ଭୋଳାନାଥଙ୍କ ଆଶୀର୍ବାଦ ଭାବି କୋଳେଇ ନେଲେ ଏବଂ ପାଖରେ ରଖି ଲାଳନପାଳନ କଲେ। ଶିଶୁଟିର ନାମ ଦେଲେ ନନ୍ଦି। ଧୀରେ  ଧୀରେ ଶିଶୁଟି ବଡ଼ ହେବାରେ ଲାଗିଲା। ଏକଦା ଋଷି ଶିଲାଦ୍‌ଙ୍କ ଘରକୁ ଦୁଇଜଣ ସନ୍ନ୍ୟାସୀ ଆସିଲେ। ନନ୍ଦି ସେ ଦୁଇଜଣଙ୍କ ପାଇଁ ଭୋଜନ ପ୍ରସ୍ତୁତ କରିବା ସହ ଅନେକ ସେବା କରିଥିଲେ। ଆତିଥ୍ୟତାରେ ପ୍ରସନ୍ନ ହୋଇ ଘରୁ ଯିବା ସମୟରେ ସନ୍ନ୍ୟାସୀଦ୍ବୟ ଋଷି ଶିଲାଦ୍‌ଙ୍କୁ ଅନେକ ଆଶିଷ ପ୍ରଦାନ କରିଥିଲେ। କିନ୍ତୁ ନନ୍ଦିଙ୍କୁ କୌଣସି ଆଶୀର୍ବାଦ ମଧ୍ୟ ଦେଲେ ନାହିଁ। ଏଭଳି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ପାଇଁ ଋଷି ଶିଲାଦ୍‌ ଏ ସମ୍ପର୍କିତ ପ୍ରଶ୍ନ କଲେ। ସନ୍ନ୍ୟାସୀଦ୍ବୟ କହିଲେ – ନନ୍ଦିଙ୍କ ଆୟୁ ଖୁବ୍ କମ୍। ତେଣୁ କୌଣସି ଆଶୀର୍ବାଦ ସେମାନେ ଦେଲେ ନାହିଁ।

ଏକଥା ଶୁଣିବା ପରେ ନନ୍ଦି କହିଲେ – ପିତା, ଆପଣ ମୋତେ ଶିବଙ୍କ ବରଦାନ ଭାବେ ପାଇଥିଲେ। ତେଣୁ ଭଗବାନ ଶିବ ହିଁ ମୋର ଜୀବନ ରକ୍ଷା କରିବେ। ଏତିକି କହି ନନ୍ଦି ଶିବଙ୍କୁ ଧ୍ୟାନ କରି ଘୋର ତପସ୍ୟାରେ ଲୀନ ହେେଲ। ଭଗବାନ ଶିବ ନନ୍ଦିଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ତାଙ୍କୁ ବୃଷଭର ମୁଖ ଦେଇ ନୂଆ ଜୀବନର ବରଦାନ ଦେଲେ। ଏହା ସହିତ ନନ୍ଦି ଶିବଙ୍କର ବାହନ ହୋଇ ରହିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp