ବଜାରରେ ରଙ୍ଗବେରଙ୍ଗର ବିଭିନ୍ନ ଆକାରର ବୋତଲ ସବୁ ମିଳୁଛି। ଯାହାକୁ ଲୋକେ ନିଜ ପସନ୍ଦ ଅନୁସାରେ କିଣିଥାନ୍ତି। ତେବେ ବୋତଲର ରଙ୍ଗ ମଧ୍ୟ ସ୍ବାସ୍ଥ୍ୟ ଓ ବାସ୍ତୁ ତତ୍ତ୍ବ ଉପରେ ସମ୍ବନ୍ଧ ରଖେ। ତେଣୁ ସଠିକ୍ ରଙ୍ଗର ବୋତଲ ବ୍ୟବହାର କରିବା ଦ୍ବାରା ଜୀବନରେ ସକାରାତ୍ମକ ଶକ୍ତି ସଞ୍ଚାର ହୁଏ।
-ବାସ୍ତୁଶାସ୍ତ୍ର ଅନୁସାରେ ପ୍ରତ୍ୟେକ ରଙ୍ଗର ଅଲଗା ମହତ୍ତ୍ବ ରହିଛି। କିଛି ରଙ୍ଗ ସକାରାତ୍ମକ ଶକ୍ତି ସଞ୍ଚାର କରୁଥିବା ବେଳେ ଆଉ କିଛି ରଙ୍ଗ ନକାରାତ୍ମକ ଶକ୍ତିକୁ ଆକର୍ଷିତ କରେ। ଯାହାକି ଜୀବନ ଉପରେ ଭଲ ପ୍ରଭାବ ପକାଏ ନାହିଁ। ଏ ଦୃଷ୍ଟିରୁ ଜୀବନରେ ରଙ୍ଗର ମହତ୍ତ୍ବ ବି ଖୁବ୍ ବେଶି।
-ବିଶେଷକରି କଳା ଓ ଧୂସର ରଙ୍ଗ ବୋତଲ କିଣିବାଠାରୁ ଦୂରେଇ ରହିବା ଉଚିତ। ଏହି ରଙ୍ଗ ଘରେ ଅଶାନ୍ତି ଏବଂ ଚିନ୍ତା ବୃଦ୍ଧି କରେ। ଜୀବନରେ ନକାରାତ୍ମକ ଶକ୍ତି ସଞ୍ଚାର ହୁଏ।
-ସେହିପରି ବାସ୍ତୁଶାସ୍ତ୍ର ଅନୁସାରେ, ଜଳକୁ ଜୀବନର ଆଧାର ବୋଲି ଗ୍ରହଣ କରାଯାଏ। ଏହାର ସମ୍ବନ୍ଧ ସକାରାତ୍ମକ ଶକ୍ତିରୁ ହୋଇଥାଏ।
-ନୀଳ, ଧଳା ସବୁଜ ରଙ୍ଗର ବୋତଲ ଶୁଭ ବୋଲି ବିବେଚନା କରାଯାଏ। ନୀଳ ବୋତଲ ଥଣ୍ଡା ଏବଂ ଶାନ୍ତି ପ୍ରଦାନ କରିଥାଏ। ସବୁଜ ରଙ୍ଗ ସ୍ବାସ୍ଥ୍ୟ ପାଇଁ ଲାଭକାରୀ। ଧଳା ଶୁଦ୍ଧତା ଏବଂ ସକାରାତ୍ମକ ଶକ୍ତି ବୃଦ୍ଧି କରେ।