ଏମିତି ଏକ ଦେଶ, ଯେଉଁଠି ଆଜି ବି ନାହିଁ ଟଙ୍କା ଉଠାଇବା ପାଇଁ ATM ମେସିନ

ଆଜିର ସମୟରେ ଏଟିଏମ୍ ଲୋକଙ୍କ ସବୁଠାରୁ ବଡ଼ ଆବଶ୍ୟକତା ପାଲଟିଛି । ଟଙ୍କା ଉଠାଣ ପାଇଁ ଲୋକମାନେ ବାରମ୍ବାର ବ୍ୟାଙ୍କକୁ ଦୌଡ଼ିବା ଆବଶ୍ୟକ ମନେ କରୁନାହାଁନ୍ତି। ଏଟିଏମ୍ ସାହାଯ୍ୟରେ ଏହି କାମ ସହଜରେ ହୋଇପାରୁଛି। ତଥାପି ଆଜିର ସମୟରେ ଏପରି ଏକ ଦେଶ ଅଛି, ଯେଉଁଠାରେ ଗୋଟିଏ ବି ଏଟିଏମ୍ ନାହିଁ। ଏଠାରେ ଲୋକମାନେ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ଯାଇଥାନ୍ତି। ଏହି ଦେଶର ନାମ ହେଉଛି ଇରିଟ୍ରିଆ । ଏଠାରେ ଅନେକ ଅଦ୍ଭୁତ ନିୟମ ପ୍ରଚଳିତ, […]

ଆଜିର ସମୟରେ ଏଟିଏମ୍ ଲୋକଙ୍କ ସବୁଠାରୁ ବଡ଼ ଆବଶ୍ୟକତା ପାଲଟିଛି । ଟଙ୍କା ଉଠାଣ ପାଇଁ ଲୋକମାନେ ବାରମ୍ବାର ବ୍ୟାଙ୍କକୁ ଦୌଡ଼ିବା ଆବଶ୍ୟକ ମନେ କରୁନାହାଁନ୍ତି। ଏଟିଏମ୍ ସାହାଯ୍ୟରେ ଏହି କାମ ସହଜରେ ହୋଇପାରୁଛି। ତଥାପି ଆଜିର ସମୟରେ ଏପରି ଏକ ଦେଶ ଅଛି, ଯେଉଁଠାରେ ଗୋଟିଏ ବି ଏଟିଏମ୍ ନାହିଁ। ଏଠାରେ ଲୋକମାନେ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ଯାଇଥାନ୍ତି। ଏହି ଦେଶର ନାମ ହେଉଛି ଇରିଟ୍ରିଆ । ଏଠାରେ ଅନେକ ଅଦ୍ଭୁତ ନିୟମ ପ୍ରଚଳିତ, ଯାହା ଶୁଣି ଆଶ୍ଚର୍ଯ୍ୟ ଲାଗିଥାଏ । ଏହି ଦେଶରେ ସରକାର ଟିଭି ଦେଖିବା ଉପରେ ମଧ୍ୟ ଅନେକ ପ୍ରତିବନ୍ଧକ ଲଗାଇଛନ୍ତି। ଏଠାରେ ଲୋକମାନେ କେବଳ ସେହି ଚ୍ୟାନେଲ୍‌ଗୁଡ଼ିକୁ ଟିଭିରେ ଦେଖିପାରିବେ, ଯାହା ସରକାର ସେମାନଙ୍କୁ ଦେଖାଇବାକୁ ଚାହୁଁଛନ୍ତି। ୧୯୯୩ ମସିହାରେ ଇରିଟ୍ରିଆ ସ୍ବାଧୀନ ହେଲା, ଏବଂ ଏଠାରେ ରାଷ୍ଟ୍ରପତି ଶାସନ ପ୍ରଚଳିତ । ଦେଶ ସ୍ଵାଧୀନ ହେବା ପରଠାରୁ ମାତ୍ର ଜଣେ ରାଷ୍ଟ୍ରପତି ଆଇସାଇସ୍ ଅଫୱର୍କି ଶାସନ ଗାଦି ସମ୍ଭାଳିଛନ୍ତି। ଏହି ଦେଶରେ, ଯେଉଁମାନେ ସରକାରଙ୍କୁ ସମାଲୋଚନା କରନ୍ତି, ସେମାନଙ୍କୁ ଜେଲ୍‌ଦଣ୍ଡ ହୋଇଥାଏ।

ଏଠାରେ ମୋବାଇଲ୍ ପାଇଁ ଏକ ସିମ୍ କାର୍ଡ କିଣିବା ମଧ୍ୟ ବହୁତ କଷ୍ଟକର ଏବଂ ଯଦିଓ କୌଣସି ପ୍ରକାରେ ଲୋକମାନେ ଏକ ସିମ୍ କାର୍ଡ କିଣନ୍ତି, ତେବେ ସେମାନେ ଇଣ୍ଟରନେଟ୍ ବ୍ୟବହାର କରିପାରନ୍ତି ନାହିଁ । ଯୁବକମାନଙ୍କ ପାଇଁ ଏହି ଦେଶରେ ସାମରିକ ତାଲିମ ନେବା ବାଧ୍ୟତାମୂଳକ। ଯଦି କେହି ତାଲିମ ନେଇନାହାଁନ୍ତି, ସେମାନଙ୍କ ପାସ୍ପୋର୍ଟ ତିଆରି ହୁଏ ନାହିଁ ଏବଂ ଏପରି ପରିସ୍ଥିତିରେ ସେ ଦେଶ ଛାଡି ପାରିବେ ନାହିଁ । ତେବେ ଏଭଳି ପ୍ରତିବନ୍ଧକ ଯୋଗୁଁ ଅନେକ ଲୋକ ବେଆଇନ ଭାବେ ଦେଶ ଛାଡି ଅନ୍ୟତ୍ର ପଳାଇବାକୁ ଉଚିତ୍ ମଣୁଛନ୍ତି।

About The Author: The Sakala