ରାହୁ-କେତୁ ଦେଢ଼ ବର୍ଷ ପରେ ରାଶି ପରିବର୍ତ୍ତନ କରନ୍ତି। ଏଣୁ ସେମାନଙ୍କର ଶୁଭ ଓ ଅଶୁଭ ଫଳ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ। ଜୁଲାଇ ୮ରୁ କେତୁ ହସ୍ତ ନକ୍ଷତ୍ରର ତୃତୀୟ ଚରଣରୁ ବାହାରି ଦ୍ବିତୀୟ ଚରଣରେ ପ୍ରବେଶ କରିବେ। କେତୁଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ସମସ୍ତ ରାଶି ଉପରେ ପ୍ରଭାବ ପକାଇବ। ବିଶେଷକରି ଏହି ତିନି ରାଶିଙ୍କର ଭାଗ୍ୟୋଦୟ ହେବ।
ମେଷ: କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ନିବେଶ ପାଇଁ ଉତ୍ତମ ସମୟ।
ବୃଷ: ଆୟରେ ଉନ୍ନତି ହେବ। ଚାକିରିରେ ପଦୋନ୍ନତି ହେବ। ନୂଆ ଯାନବାହନ ନଚେତ୍ ଜମିବାଡ଼ି କିଣିବେ। ବ୍ୟବସାୟରେ ଉନ୍ନତି ଘଟିବ।
ମକର: ଅଚାନକ ଧନଲାଭ ହେବ। ପାରିବାରିକ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀଙ୍କ ପାଇଁ ଉତ୍ତମ ସମୟ। ନିବେଶରୁ ଲାଭ ମିଳିବ।