ଶ୍ରାବଣରେ ଶିବ ଉପାସନା କାହିଁକି କରାଯାଏ…..

ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ଭଗବାନ ଶିବଙ୍କ ପୂଜା ଆରାଧନା କରିବା ଲାଗି ଏହା ହେଉଛି ଉତ୍କୃଷ୍ଟ ସମୟ। ଏହି ମାସରେ ଶିବଙ୍କ କୃପା ଲାଭ ପାଇଁ ଶିବଭକ୍ତମାନେ ବ୍ରତ ରଖି ବୋଲବମ୍‌ ଯାତ୍ରା କରିଥାନ୍ତି। ମାତା ପାର୍ବତୀ ରଖିଥିଲେ ବ୍ରତ ହିନ୍ଦୁ ପଞ୍ଚାଙ୍ଗରେ ପଞ୍ଚମ ମାସ ହେଉଛି ଶ୍ରାବଣ। ତେବେ ପୂର୍ଣ୍ଣିମା ଦିନ ଚନ୍ଦ୍ର ଯେଉଁ ନକ୍ଷତ୍ରରେ ରହନ୍ତି, ସେହି ଅନୁସାରେ ମାସର ନାଁ ରଖାଯାଏ। ଏହିପ୍ରକାରେ ଏହି ମାସ ଯେତେବେଳେ ଆରମ୍ଭ […]

ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ଭଗବାନ ଶିବଙ୍କ ପୂଜା ଆରାଧନା କରିବା ଲାଗି ଏହା ହେଉଛି ଉତ୍କୃଷ୍ଟ ସମୟ। ଏହି ମାସରେ ଶିବଙ୍କ କୃପା ଲାଭ ପାଇଁ ଶିବଭକ୍ତମାନେ ବ୍ରତ ରଖି ବୋଲବମ୍‌ ଯାତ୍ରା କରିଥାନ୍ତି।

ମାତା ପାର୍ବତୀ ରଖିଥିଲେ ବ୍ରତ

ହିନ୍ଦୁ ପଞ୍ଚାଙ୍ଗରେ ପଞ୍ଚମ ମାସ ହେଉଛି ଶ୍ରାବଣ। ତେବେ ପୂର୍ଣ୍ଣିମା ଦିନ ଚନ୍ଦ୍ର ଯେଉଁ ନକ୍ଷତ୍ରରେ ରହନ୍ତି, ସେହି ଅନୁସାରେ ମାସର ନାଁ ରଖାଯାଏ। ଏହିପ୍ରକାରେ ଏହି ମାସ ଯେତେବେଳେ ଆରମ୍ଭ ହୁଏ, ସେତେବେଳେ ପୂର୍ଣ୍ଣିମା ଦିନ ଚନ୍ଦ୍ର ଶ୍ରବଣା ନକ୍ଷତ୍ରରେ ବିରାଜମାନ ହୋଇଥାନ୍ତି। ସେଥିପାଇଁ ଏହି ମାସ ଶ୍ରାବଣ ନାଁରେ ପରିଚିତ। ଭଗବାନ ଶିବଙ୍କୁ ବିଭିନ୍ନ କାରଣ ପାଇଁ ଶ୍ରାବଣ ମାସ ବେଶ୍ ପ୍ରିୟ। କୁହାଯାଏ, ଏହି ମାସରେ ମାତା ପାର୍ବତୀ ବର ଭାବେ ଶିବଙ୍କୁ ପାଇବା ପାଇଁ ବ୍ରତ ରଖିଥିଲେ ଓ ତପସ୍ୟା ବି କରିଥିଲେ। ସେଥିପାଇଁ ଏହି ମାସ ଭଗବାନ ଶିବଙ୍କର ଅତି ପ୍ରିୟ।

ଜଳବର୍ଷା

ସମୁଦ୍ର ମନ୍ଥନରୁ ବାହାରିଥିବା ହଳାହଳ ବିଷକୁ ଯେତେବେଳେ ମହାଦେବ ପାନ କଲେ ସେତେବେଳେ ତାଙ୍କ ଶରୀରର ତାପ ବଢ଼ିଲା ଏବଂ ଏହି ତାପକୁ କମ୍ କରିବା ପାଇଁ ଭଗବାନ ଶିବଙ୍କ ଉପରେ ଦେବତାମାନେ ଜଳ ବର୍ଷା କଲେ। ଏହଦ୍ବାରା ଶିବଙ୍କୁ ଶୀତଳତା ମିଳିଥିଲା। ସେହିପରି ଶ୍ରାବଣ ମାସରେ ବର୍ଷା ହୁଏ। ଏ ଦୃଷ୍ଟିରୁ ଏହା ହେଉଛି ଭଗବାନ ଶିବଙ୍କ ପ୍ରିୟ।

ପ୍ରସନ୍ନ ମୁଦ୍ରାରେ ମହାଦେବ 

ଅନ୍ୟପଟେ ଏହି ମାସରେ ଭଗବାନ ବିଷ୍ଣୁ ଯୋଗନିଦ୍ରାରେ ଥିବାରୁ ସୃଷ୍ଟିର କାର୍ଯ୍ୟଭାର ଭଗବାନ ଶିବ ସମ୍ଭାଳିଥାନ୍ତି। ଏହି ତମାମ ମାସ ଶିବ ପ୍ରସନ୍ନ ମୁଦ୍ରାରେ ରହନ୍ତି। ଏଣୁ ଏହି ସମୟରେ ରୁଦ୍ରାଭିଷେକ କରିବା ଶୁଭ ବୋଲି ବିବେଚନା କରାଯାଏ। ଶିବଙ୍କୁ ପ୍ରସନ୍ନ କରିବା ପାଇଁ ସରଳ ଜୀବନ ଅତିବାହିତ କରିବା ଭଲ। ଏହି ମାସରେ ତାମସିକ ଭୋଜନକୁ ତ୍ୟାଗ କରି ଶିବ ମନ୍ତ୍ରକୁ ଜପ କରିବା ଦରକାର। ସୋମବାର ବ୍ରତ ରଖିବା ଉତ୍ତମ। ଶ୍ରାବଣ ମାସରେ ଶିବଲିଙ୍ଗରେ କ୍ଷୀର, ବେଲପତ୍ର, କେତକୀ ଫୁଲ ଅର୍ପଣ କଲେ ସମସ୍ତ ମନସ୍କାମନା ପୂରଣ ହୁଏ।

About The Author: The Sakala