ସନାତନ ଧର୍ମରେ ସ୍ବପ୍ନ ଶାସ୍ତ୍ରର ବିଶେଷ ମହତ୍ତ୍ବ ରହିଛି। ମନୁଷ୍ୟ ରାତିରେ ଶୋଇବାବେଳେ କିଛି ନା କିଛି ସ୍ବପ୍ନ ଦେଖିଥାଏ। କିଛି ସ୍ବପ୍ନ ଶୁଭ ହୋଇଥିବା ବେଳେ, କିଛି ଅଶୁଭ ହୋଇଥାଏ। ଯଦି ସ୍ବପ୍ନରେ ବାରମ୍ବାର ଶିବଲିଙ୍ଗ ଦର୍ଶନ କରୁଥାନ୍ତି, ତେବେ ଏହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ।
- ସ୍ବପ୍ନରେ ଧଳା ଶିବଲିଙ୍ଗ ଦେଖିବା ଶୁଭ। ଏହା ମନୁଷ୍ୟକୁ ସମସ୍ତ ରୋଗରୁ ମୁକ୍ତି ଦେବାକୁ ଇଙ୍ଗିତ କରିଥାଏ। ଏଥିସହିତ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।
- ଶିବଲିଙ୍ଗ ଉପରେ କ୍ଷୀର ଅଭିଷେକ ସ୍ବପ୍ନରୁ ଆଗାମୀ ଦିନରେ ଆସିବାକୁ ଥିବା ବହୁ ସମସ୍ୟାରୁ ମୁକ୍ତି ମିଳିବା କଥା ସୂଚାଏ।
- ସେହିପରି ରାତି ଅଧରେ ଶିବଲିଙ୍ଗ ସ୍ବପ୍ନ ଦେଖିଲେ, ବ୍ରାହ୍ମ ମୂହୂର୍ତ୍ତରେ ସ୍ନାନ କରି ଶିବ ମନ୍ଦିରରେ ଶିବଲିଙ୍ଗରେ ଜଳାଭିଷେକ କରିବା ଜରୁରି । ଏପରି କରିବା ଦ୍ବାରା ପ୍ରଭୁ ଶଙ୍କର ପ୍ରସନ୍ନ ହୋଇଥାନ୍ତି । ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ।