ଜାଣନ୍ତୁ ଦାନର ମହତ୍ତ୍ବ

ପ୍ରତ୍ୟେକ ଧର୍ମରେ ଦାନର ବିଶେଷ ମହତ୍ତ୍ବ ରହିଛି। ଦାନ କରିବା ଦ୍ବାରା ମୋହରୁ ମୁକ୍ତି ମିଳିବା ସହ ଜୀବନର ଅନେକ ଦୋଷ ମଧ୍ୟ ଦୂର ହୋଇଥାଏ। ଅନ୍ନଦାନ, ବସ୍ତ୍ରଦାନ, ଗୋଦାନ, ଧାତୁଦାନ, ଧନଦାନ ଆଦି କରି ମନୁଷ୍ୟ ପୁଣ୍ୟର ଅଧିକାରୀ ହୋଇଥାଏ। ସାଂସାରିକ ଆସକ୍ତି ଓ ମୋହ ମାୟାରୁ ମୁକ୍ତି ମିଳିଥାଏ। ଦାନ ହେଉଛି ଏପରି କାର୍ଯ୍ୟ, ଯାହା ମାଧ୍ୟମରେ ମନୁଷ୍ୟ କେବଳ ଧର୍ମ ଅର୍ଜନ କରେ ତା’ନୁହେଁ; ଏହାଦ୍ବାରା ଜୀବନର ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ। […]

ପ୍ରତ୍ୟେକ ଧର୍ମରେ ଦାନର ବିଶେଷ ମହତ୍ତ୍ବ ରହିଛି। ଦାନ କରିବା ଦ୍ବାରା ମୋହରୁ ମୁକ୍ତି ମିଳିବା ସହ ଜୀବନର ଅନେକ ଦୋଷ ମଧ୍ୟ ଦୂର ହୋଇଥାଏ। ଅନ୍ନଦାନ, ବସ୍ତ୍ରଦାନ, ଗୋଦାନ, ଧାତୁଦାନ, ଧନଦାନ ଆଦି କରି ମନୁଷ୍ୟ ପୁଣ୍ୟର ଅଧିକାରୀ ହୋଇଥାଏ। ସାଂସାରିକ ଆସକ୍ତି ଓ ମୋହ ମାୟାରୁ ମୁକ୍ତି ମିଳିଥାଏ। ଦାନ ହେଉଛି ଏପରି କାର୍ଯ୍ୟ, ଯାହା ମାଧ୍ୟମରେ ମନୁଷ୍ୟ କେବଳ ଧର୍ମ ଅର୍ଜନ କରେ ତା’ନୁହେଁ; ଏହାଦ୍ବାରା ଜୀବନର ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ। ଜଣେ ଦାନକଲେ ଆତ୍ମସନ୍ତୋଷ ଲାଭ କରେ । ଏହାଦ୍ୱାରା ପ୍ରାରବ୍ଧ ପାଇଁ ସଞ୍ଚିତ ହୋଇ ରହେ ମହାପୁଣ୍ୟ । ଅନ୍ନଦାନ କରିବା ଦ୍ବାରା ଜୀବନରେ ଖାଦ୍ୟର ଅଭାବ ରହେ ନାହିଁ। ସେହିଭଳି ଧାତୁଦାନ କରିବା ଦ୍ବାରା ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ। ବସ୍ତ୍ର ଦାନ ଦ୍ବାରା ଇହଧାମରେ ମନୁଷ୍ୟକୁ ସମସ୍ତ ସୁଖ ପ୍ରାପ୍ତ ହୋଇଥାଏ। ଯେଉଁ ବ୍ୟକ୍ତି ବସ୍ତ୍ରଦାନ କରନ୍ତି ତାଙ୍କୁ ବ୍ରହ୍ମଲୋକ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି।

About The Author: The Sakala