କୋଭିଡ୍ ସମୟର ‘ୱାର୍କ ଫ୍ରମ୍ ହୋମ୍’ର ଧାରା ପ୍ରଚଳନ ଆରମ୍ଭ ହୋଇଛି। ଅବଶ୍ୟ ମହାମାରୀ ଶେଷ ପରେ ବି ଏହା ଲୋକଙ୍କ ପାଇଁ ସାଧାରଣ କଥା ପାଲଟିଲା। ଘରେ ରହି କାମ କରିବା ଯଦିଓ ସହଜ ଲାଗେ, ତେବେ ଏ କ୍ଷେତ୍ରରେ ଅନେକ ଦିଗକୁ ଧ୍ୟାନ ଦେବାକୁ ପଡ଼େ।
ୱାର୍କ ଫ୍ରମ୍ ହୋମ୍ରେ ଅନେକ ପ୍ରକାର ପ୍ରତିବନ୍ଧକ ଥାଏ। ବାରମ୍ବାର ଲୋକେ ଫୋନ୍ ଚେକ୍ କରନ୍ତି। ମଝିରେ ମଝିରେ ପରିବାର ଲୋକଙ୍କ ସହ କଥାବାର୍ତ୍ତା କରିବାକୁ ପଡ଼େ।
-ଘରେ ରହି କାମ କରିବା ଯୋଗୁଁ ଲୋକେ ଅଧିକ ସମୟ ଶୋଇ ରହନ୍ତି।
-ତେବେ ଘରୁ କାମ କରୁଥିଲେ ବି ଠିକ୍ ସମୟରେ କାମ କରିବା ପାଇଁ ବସିବା ଉପଯୁକ୍ତ।
-ଅନେକ କାମ ସମୟରେ ଫୋନ୍କୁ ସାଇଲେଣ୍ଟରେ ରଖନ୍ତି। କିନ୍ତୁ ଘରେ କାମ କରିବା ବେଳେ ଏଭଳି କରନ୍ତୁ ନାହିଁ।
-ନିଜ ମାଲିକଙ୍କ ସହ କଥାବାର୍ତ୍ତା ମାଧ୍ୟମରେ ଯୋଗାଯୋଗରେ ରୁହନ୍ତୁ।
-ମଝିରେ ମଝିରେ ମେସେଜ୍ ଇ-ମେଲ୍ ଚେକ୍ କରି ଉତ୍ତର ରଖନ୍ତୁ।