ଆପ୍ ରେ ଯୋଗଦେଇପାରନ୍ତି ସୋନୁ ସୁଦ୍ !

ମୁମ୍ବାଇ: ଆମ ଆଦମୀ ପାର୍ଟି (ଆପ୍) ରେ ଯୋଗଦେଇପାରନ୍ତି ବଲିଉଡ ଅଭିନେତା ସୋନୁ ସୁଦ୍। ରିପୋର୍ଟ ଅନୁଯାୟୀ, ସୋନୁ ଖୁବ୍ ଶୀଘ୍ର ପାର୍ଟିରେ ଯୋଗ ଦେବେ । ଏ ନେଇ ଦଳର କିଛି ନେତାଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି। ଅଗଷ୍ଟରେ ଦିଲ୍ଲୀ ସରକାର ସୋନୁଙ୍କୁ ‘ଦେଶ୍ କେ ମେଣ୍ଟର’ ଅଭିଯାନର ବ୍ରାଣ୍ଡ ଆମ୍ବାସାଡ଼ର କରିଥିଲା। ତେବେ ସୂଚନା ଅନୁଯାୟୀ, ସୋନୁ ସୁଦ୍ ଆପ୍‌ର ସଦସ୍ୟ ହୋଇପାରନ୍ତି ବୋଲି କୁହାଯାଉଛି। ଦିଲ୍ଲୀର ଏକ କାର୍ଯ୍ୟାଳୟରେ ସେମାନଙ୍କ ସଦସ୍ୟତା […]

ମୁମ୍ବାଇ: ଆମ ଆଦମୀ ପାର୍ଟି (ଆପ୍) ରେ ଯୋଗଦେଇପାରନ୍ତି ବଲିଉଡ ଅଭିନେତା ସୋନୁ ସୁଦ୍। ରିପୋର୍ଟ ଅନୁଯାୟୀ, ସୋନୁ ଖୁବ୍ ଶୀଘ୍ର ପାର୍ଟିରେ ଯୋଗ ଦେବେ । ଏ ନେଇ ଦଳର କିଛି ନେତାଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି। ଅଗଷ୍ଟରେ ଦିଲ୍ଲୀ ସରକାର ସୋନୁଙ୍କୁ ‘ଦେଶ୍ କେ ମେଣ୍ଟର’ ଅଭିଯାନର ବ୍ରାଣ୍ଡ ଆମ୍ବାସାଡ଼ର କରିଥିଲା। ତେବେ ସୂଚନା ଅନୁଯାୟୀ, ସୋନୁ ସୁଦ୍ ଆପ୍‌ର ସଦସ୍ୟ ହୋଇପାରନ୍ତି ବୋଲି କୁହାଯାଉଛି। ଦିଲ୍ଲୀର ଏକ କାର୍ଯ୍ୟାଳୟରେ ସେମାନଙ୍କ ସଦସ୍ୟତା ସମ୍ପର୍କରେ ଆପ୍ କାର୍ଯ୍ୟାଳୟରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ତେବେ ଏଥିରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗୁଜୁରାଟର ନାମୀ ବ୍ୟବସାୟୀମାନେ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ। ୨୦୨୨ ରେ ଗୁଜୁରାଟ ବିଧାନସଭା ନିର୍ବାଚନରେ ପ୍ରବେଶ କରିବାକୁ ଆପ୍ ପ୍ରସ୍ତୁତ ହେଉଛି।

ତେବେ, ଦିଲ୍ଲୀର ମୁଖ୍ୟ କାର୍ଯ୍ୟାଳୟରେ ମଧ୍ୟ ସୋନୁଙ୍କ ସହ ଦଳୀୟ ନେତାଙ୍କ ବୈଠକ ସମ୍ପର୍କରେ ଅବଗତ ଥିଲା। ଏହା ବ୍ୟତୀତ ସେ କିଛି ସମୟ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଦୁଇଟି ରାଜନୈତିକ ଦଳ ରାଜ୍ୟ ସଭା ସଦସ୍ୟତା ପାଇଁ ତାଙ୍କୁ ପ୍ରସ୍ତାବ ଦେଇଛନ୍ତି, ଯାହାକୁ ସେ ଅଗ୍ରାହ୍ୟ କରି ଦେଇଛନ୍ତି । କିଛି ଦିନ ପୂର୍ବରୁ ସୋନୁଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରିଥିଲା। ଅଗଷ୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଥିଲେ ଯେ, ସୋନୁ ଦିଲ୍ଲୀ ସରକାରଙ୍କ ପଦକ୍ଷେପ ‘ଦେଶ କେ ମେଣ୍ଟର’ର ବ୍ରାଣ୍ଡ ଆମ୍ବାସାଡର ହେବେ। ସୋନୁ ଏବଂ କେଜ୍ରିୱାଲଙ୍କ ମଧ୍ୟରେ ଏହାର ଗୋଟିଏ ଦିନ ପୂର୍ବରୁ ସାକ୍ଷାତ ଆଲୋଚନା ହୋଇଥିଲା। ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ସୋନୁଙ୍କର ଅନେକ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏଠାରେ ସୂଚନାଯୋଗ୍ୟ, ଲକ୍‌ଡାଉନ୍ ସମୟରେ ଫସି ରହିଥିବା ଅନେକ ପ୍ରବାସୀ ଶ୍ରମିକ ଓ ଛାତ୍ରଙ୍କୁ ଘରକୁ ନେବା ପାଇଁ ସୋନୁ ସମସ୍ତ ବ୍ୟବସ୍ଥା କରିଥିଲେ।

About The Author: The Sakala