କଂଗ୍ରେସର ନିର୍ବାଚନ ପ୍ରସ୍ତୁତି : ମଧ୍ୟପ୍ରଦେଶ,ଗୁଜରାଟ ଓ ଉତ୍ତରପ୍ରଦେଶରେ ସାଙ୍ଗଠନିକ ସ୍ତରରେ ପରିବର୍ତ୍ତନ

ନୂଆଦିଲ୍ଲୀ : କଂଗ୍ରେସ ଆରମ୍ଭ କରିଛି ନିର୍ବାଚନ ପ୍ରସ୍ତୁତି। ଆଜି ୩ ରାଜ୍ୟରେ କଂଗ୍ରେସ ତାର ସାଙ୍ଗଠନିକ ସ୍ତରରେ ବଡ଼ ପରିବର୍ତ୍ତନ କରିଛି। ମଧ୍ୟପ୍ରଦେଶର ବରିଷ୍ଠ ପର୍ଯ୍ୟବେକ୍ଷକ ଥିବା ବରିଷ୍ଠ ନେତା ରଣଦୀପ ସୁରଜେୱାଲାଙ୍କୁ ରାଜ୍ୟର ପ୍ରଭାରୀ ମହାସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ବରିଷ୍ଠ ନେତା ଜେପି ଅଗ୍ରୱାଲଙ୍କ ସ୍ଥାନରେ ସୁରଜେଓ୍ଵାଲାଙ୍କୁ ମଧ୍ୟପ୍ରଦେଶ ଦାୟିତ୍ୱ ଦିଆଯାଇଛି । ସେହିପରି ମୁକୁଲ ବାସନିକଙ୍କୁ ଗୁଜୁରାଟ ପ୍ରଭାରି ମହାସଚିବ କରାଯାଇଛି । ଏହାବ୍ୟତୀତ ବ୍ରିଜଲାଲ ଖାବ୍ରିଙ୍କ ସ୍ଥାନରେ […]

ନୂଆଦିଲ୍ଲୀ : କଂଗ୍ରେସ ଆରମ୍ଭ କରିଛି ନିର୍ବାଚନ ପ୍ରସ୍ତୁତି। ଆଜି ୩ ରାଜ୍ୟରେ କଂଗ୍ରେସ ତାର ସାଙ୍ଗଠନିକ ସ୍ତରରେ ବଡ଼ ପରିବର୍ତ୍ତନ କରିଛି। ମଧ୍ୟପ୍ରଦେଶର ବରିଷ୍ଠ ପର୍ଯ୍ୟବେକ୍ଷକ ଥିବା ବରିଷ୍ଠ ନେତା ରଣଦୀପ ସୁରଜେୱାଲାଙ୍କୁ ରାଜ୍ୟର ପ୍ରଭାରୀ ମହାସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ବରିଷ୍ଠ ନେତା ଜେପି ଅଗ୍ରୱାଲଙ୍କ ସ୍ଥାନରେ ସୁରଜେଓ୍ଵାଲାଙ୍କୁ ମଧ୍ୟପ୍ରଦେଶ ଦାୟିତ୍ୱ ଦିଆଯାଇଛି । ସେହିପରି ମୁକୁଲ ବାସନିକଙ୍କୁ ଗୁଜୁରାଟ ପ୍ରଭାରି ମହାସଚିବ କରାଯାଇଛି । ଏହାବ୍ୟତୀତ ବ୍ରିଜଲାଲ ଖାବ୍ରିଙ୍କ ସ୍ଥାନରେ ଅଜୟ ରାୟଙ୍କୁ ଉତ୍ତରପ୍ରଦେଶ କଂଗ୍ରେସର ସଭାପତି ଭାବେ ନିଯୁକ୍ତ କରାଯାଇଛି। ଚଳିତ ବର୍ଷ ଶେଷ ଆଡ଼କୁ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଭଳି ସ୍ଥିତିରେ ସୁରଜେୱାଲାଙ୍କୁ ଦାୟିତ୍ୱ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଏହାବ୍ୟତୀତ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ରହିଛି। ସେପଟେ ଗୁଜରାଟରେ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ମୁକାବିଲା ହେବ।

ସେପଟେ କଂଗ୍ରେସ ଆଗାମୀ ନିର୍ବାଚନ ପାଇଁ ସାଙ୍ଗଠନିକ ପରିବର୍ତ୍ତନ କରୁଥିବା ବେଳେ ଆଉ ଦୁଇ ପାଦ ଆଗକୁ ବଢି ଆଜି ବିଜେପି ନିର୍ବାଚନ ତାରିଖ ଘୋଷଣା ନହେବା ଆଗକୁ ପ୍ରାର୍ଥୀ ତାଲିକା ଘୋଷଣା କରି ସମସ୍ତଙ୍କ ଚକିତ କରିଦେଇଛି। ଚଳିତ ବର୍ଷ ଶେଷ ଆଡକୁ ଛତିଶଗଡ ଏବଂ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ହେବାରଅଛି। ଏନେଇ ନିର୍ବାଚନ କମିଶନ ଏଯାଏଁ ତାରିଖ ଘୋଷଣା କରିନାହାନ୍ତି। କିନ୍ତୁ ବିଜେପି ଛତିଶଗଡ ଏବଂ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଛତିଶଗଡ ପାଇଁ ୨୧ ଜଣ ପ୍ରାର୍ଥୀ ଏବଂ ମଧ୍ୟପ୍ରଦେଶ ପାଇଁ ୩୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।

About The Author: The Sakala