ଇସଲାମାବାଦ: ଭାରତର ଅପରେସନ ସିନ୍ଦୂରର ପ୍ରଭାବ ଏବେ ପାକିସ୍ତାନ ସଂସଦରେ ମଧ୍ୟ ଦେଖାଯାଉଛି। ଗୋଟିଏ ଦିନ ପୂର୍ବରୁ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ତାଙ୍କୁ ରକ୍ଷା କରିବା ପାଇଁ ବିଶ୍ୱକୁ ନିବେଦନ କରିଥିଲେ। ଏବେ ତାଙ୍କ ନିଜ ଦେଶର ଜଣେ ସାଂସଦ ଭାରତ ବିରୋଧରେ କହିବା ସମୟରେ କାନ୍ଦିବାକୁ ଲାଗିଲେ। ସେ ପାକିସ୍ତାନ ଏବଂ ନିଜକୁ ରକ୍ଷା କରିବା ପାଇଁ ଆଲ୍ଲାଙ୍କୁ ଗୁହାରି କରିଥିଲେ। ଏହି ସାଂସଦ ହେଉଛନ୍ତି ଅବସରପ୍ରାପ୍ତ ମେଜର ତାହିର ଇକବାଲ, ଯିଏ ପାକିସ୍ତାନୀ ସେନାର ପୂର୍ବତନ ଅଧିକାରୀ। ସେ ସଂସଦରେ ଖୋଲାଖୋଲି ଭାବରେ ପାକିସ୍ତାନର ଦୁର୍ବଳତା ସ୍ୱୀକାର କରିବା ସହ ଏବେ କେବଳ ଆଲ୍ଲା ହିଁ ପାକିସ୍ତାନକୁ ରକ୍ଷା କରିପାରିବେ ବୋଲି କହିଥିଲେ।
ମେଜର ତାହିର ଇକବାଲ କଣ କହିଥିଲେ?
ପାକିସ୍ତାନୀ ସାଂସଦ ତାହିର ଇକବାଲ ସଂସଦରେ କହିଥିଲେ, “ମୁଁ ସମସ୍ତ ସାଂସଦଙ୍କୁ ନିବେଦନ କରୁଛି ଯେ, ଆମେ ସମସ୍ତେ ଏକାଠି ଆଲ୍ଲାହଙ୍କୁ ପ୍ରାଥନା କରିବା । ହେ ଆଲ୍ଲାହ, ଆମେ ଆପଣଙ୍କ ଆଗରେ ମୁଣ୍ଡ ନୁଆଁଇଛୁ, ଦୟାକରି ଏହି ଦେଶକୁ ରକ୍ଷା କରନ୍ତୁ।”
https://twitter.com/DDNewslive/status/1920430089369432348?ref_src=twsrc%5Etfw