ଭାରତ ସରକାରଙ୍କ ବିରୋଧରେ ମାମଲା ରୁଜୁକଲା ‘ଏକ୍ସ’

ବେଙ୍ଗାଲୁରୁ: ଆଇଟି ନିୟମର ଅପବ୍ୟବହାର ଅଭିଯୋଗ ଆଣି ଏଲନ ମସ୍କଙ୍କ ସୋସିଆଲ ମିଡିଆ ଫ୍ଲାଟଫର୍ମ ‘ଏକ୍ସ’ ପକ୍ଷରୁ ଭାରତ ସରକାରଙ୍କ ବିରୋଧରେ କର୍ଣ୍ଣାଟକ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି। ଏଲନ ମସ୍କଙ୍କ ‘ଗ୍ରୋକ୍‌ ଏଆଇ’ ଦ୍ବାରା ଅଶ୍ଳୀଳ ଭାଷା ପ୍ରୟୋଗ କରାଯାଉଥିବା ଜଣାପଡ଼ିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା ବିରୋଧରେ ପଦକ୍ଷେପ ନିଆଯାଇଥÒଲା। କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ଆଭିମୁଖ୍ୟକୁ ବିରୋଧ କରି ‘ଏକ୍ସ’ ପ୍ଲାଟଫର୍ମ ଭାରତ ସରକାରଙ୍କ ବିରୋଧରେ ମାମଲା ଦାୟର କରିଛି। ଭାରତ […]

ବେଙ୍ଗାଲୁରୁ: ଆଇଟି ନିୟମର ଅପବ୍ୟବହାର ଅଭିଯୋଗ ଆଣି ଏଲନ ମସ୍କଙ୍କ ସୋସିଆଲ ମିଡିଆ ଫ୍ଲାଟଫର୍ମ ‘ଏକ୍ସ’ ପକ୍ଷରୁ ଭାରତ ସରକାରଙ୍କ ବିରୋଧରେ କର୍ଣ୍ଣାଟକ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି। ଏଲନ ମସ୍କଙ୍କ ‘ଗ୍ରୋକ୍‌ ଏଆଇ’ ଦ୍ବାରା ଅଶ୍ଳୀଳ ଭାଷା ପ୍ରୟୋଗ କରାଯାଉଥିବା ଜଣାପଡ଼ିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା ବିରୋଧରେ ପଦକ୍ଷେପ ନିଆଯାଇଥÒଲା। କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ଆଭିମୁଖ୍ୟକୁ ବିରୋଧ କରି ‘ଏକ୍ସ’ ପ୍ଲାଟଫର୍ମ ଭାରତ ସରକାରଙ୍କ ବିରୋଧରେ ମାମଲା ଦାୟର କରିଛି। ଭାରତ ସରକାର ଆଇଟି ଆଇନର ଧାରା ୭୯(୩)(ବି)ର ଅପବ୍ୟବାହର କରୁଛନ୍ତି ବୋଲି ଏକ୍ସ ଅଭିଯୋଗ କରିଛି। ଭାରତ ସରକାର ଉପଯୁକ୍ତ ଆଇନଗତ ପ୍ରକ୍ରିୟାକୁ ଏଡାଇ ଅନଲାଇନରେ କଣ୍ଟେଣ୍ଟ ରୋକିବାକୁ ଉଦ୍ୟମ କରୁଛନ୍ତି ବୋଲି ଏକ୍ସ ନିଜ ଅଭିଯୋଗରେ ହାଇକୋର୍ଟଙ୍କୁ ଦର୍ଶାଇଛି।

ଉଲ୍ଲେଖଯୋଗ୍ୟ ଯେ, ଭାରତରେ ଆଇଟି ଆଇନ ଅନୁସାରେ ଯଦି ସରକାରୀ କର୍ତ୍ତୃପକ୍ଷଙ୍କ କହିବା ପରେ ବି କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମ ବିବାଦୀୟ କଣ୍ଟେଣ୍ଟ ନ ହଟାନ୍ତି କିମ୍ବା ବ୍ଲକ୍ ନ କରନ୍ତି ତେବେ ସଂପୃକ୍ତ ପ୍ଲାଟଫର୍ମକୁ ମିଳୁଥିବା ଆଇନଗତ ସୁରକ୍ଷା ହଟାଇ ନେବାକୁ ପ୍ରାବଧାନ ରହିଛି। କିନ୍ତୁ ଏକ୍ସ ନିଜ ଯୁକ୍ତିରେ କହିଛି ଯେ ଭାରତୀୟ ଆଇଟି ଆଇନର ଉପରୋକ୍ତ ଧାରା ଅନଲାଇନ୍ କଣ୍ଟେଣ୍ଟ ବ୍ଲକ୍‌ କରିବାକୁ ସରକାରଙ୍କୁ କ୍ଷମତା ଦେଇ ନାହିଁ। ୨୦୧୫ରେ ଆଇଟି ଆଇନକୁ ନେଇ ସୁପ୍ରିମକୋର୍ଟରେ ଶ୍ରେୟା ସିଂଘଲଙ୍କ ଖଣ୍ଡପୀଠ ଅନ୍‌ଲାଇନ ବିଷୟବସ୍ତୁକୁ ସୁରକ୍ଷା ଦେବା ପାଇଁ ଧାରା ୬୯ଏ ନିର୍ଦ୍ଧାରିତ କରିଥିଲେ। ହେଲେ ସରକାରୀ କର୍ତ୍ତୃପକ୍ଷ ଧାରା ୬୯ଏକୁ ଅଣଦେଖା କରୁଛନ୍ତି ବୋଲି ଏକ୍ସ କହିଛି। କମ୍ପାନୀ ଆହୁରି କହିଛି ଯେ ଧାରା ୬୯(ଏ) ଜାତୀୟ ସୁରକ୍ଷା ଭଳି କିଛି ନିର୍ଦ୍ଦିଷ୍ଟ କାରଣ ପାଇଁ କଣ୍ଟେଣ୍ଟ ବ୍ଲକ୍ କରିବାକୁ ଅନୁମତି ଦେଇଥାଏ। ତେବେ ଏଥିପାଇଁ ସମୀକ୍ଷା କରିବାକୁ ପଡ଼ିଥାଏ। କିନ୍ତୁ ଧାରା ୭୯(୩)(ବି)ରେ ଏଥିନେଇ କୌଣସି ସ୍ପଷ୍ଟ ନିୟମ ନାହିଁ ବୋଲି ଏକ୍ସ କହିଛି।

About The Author: The Sakala