ଲଞ୍ଚ ହେଲା ବିଶ୍ବର ପ୍ରଥମ ଆଣ୍ଟି-ନ୍ୟୁଡ କଣ୍ଟେଣ୍ଟ ସ୍ମାର୍ଟଫୋନ ….

ନୂଆଦିଲ୍ଲୀ: ବିଶ୍ବର ପ୍ରଥମ ଆଣ୍ଟି-ନ୍ୟୁଡ କଣ୍ଟେଣ୍ଟ ସ୍ମାର୍ଟଫୋନ ଲଞ୍ଚ ହୋଇଛି। ଫିନ୍‌ଲାଣ୍ଡର ଟେକ୍‌ କମ୍ପାନୀ ଏଚଏମ୍‌ଡି ଗ୍ଲୋବାଲ ଏହି ଫୋନ୍‌ ଆଣିଛି। ନୂଆ ସ୍ମାର୍ଟଫୋନ ‘ଫ୍ୟୁଜ’ରେ ଏହି ବ୍ୟବସ୍ଥା ରହିଛି। ଅଶ୍ଳୀଳ ଫଟୋ ଏବଂ ଭିଡିଓ ଆଦିକୁ ବନ୍ଦ କରୁଥିବା ଏହା ବିଶ୍ବର ପ୍ରଥମ ଫୋନ୍‌ ବୋଲି କମ୍ପାନୀ ଦାବି କରିଛି। ଏଥିପାଇଁ ଫୋନ୍‌ରେ ବ୍ରିଟିଶ ସାଇବର ସିକ୍ୟୁରିଟି କମ୍ପାନୀ ‘ସେଫ୍‌ ଟୁ ନେଟ୍‌’ର ଏଆଇ ମଡେଲ ‘ହାର୍ମବ୍ଲକ ଏଆଇ’କୁ ଇନ୍‌ଷ୍ଟଲ କରାଯାଇଛି। ଏହି ଫୋନ ଅଶ୍ଳୀଳ […]

ନୂଆଦିଲ୍ଲୀ: ବିଶ୍ବର ପ୍ରଥମ ଆଣ୍ଟି-ନ୍ୟୁଡ କଣ୍ଟେଣ୍ଟ ସ୍ମାର୍ଟଫୋନ ଲଞ୍ଚ ହୋଇଛି। ଫିନ୍‌ଲାଣ୍ଡର ଟେକ୍‌ କମ୍ପାନୀ ଏଚଏମ୍‌ଡି ଗ୍ଲୋବାଲ ଏହି ଫୋନ୍‌ ଆଣିଛି। ନୂଆ ସ୍ମାର୍ଟଫୋନ ‘ଫ୍ୟୁଜ’ରେ ଏହି ବ୍ୟବସ୍ଥା ରହିଛି। ଅଶ୍ଳୀଳ ଫଟୋ ଏବଂ ଭିଡିଓ ଆଦିକୁ ବନ୍ଦ କରୁଥିବା ଏହା ବିଶ୍ବର ପ୍ରଥମ ଫୋନ୍‌ ବୋଲି କମ୍ପାନୀ ଦାବି କରିଛି। ଏଥିପାଇଁ ଫୋନ୍‌ରେ ବ୍ରିଟିଶ ସାଇବର ସିକ୍ୟୁରିଟି କମ୍ପାନୀ ‘ସେଫ୍‌ ଟୁ ନେଟ୍‌’ର ଏଆଇ ମଡେଲ ‘ହାର୍ମବ୍ଲକ ଏଆଇ’କୁ ଇନ୍‌ଷ୍ଟଲ କରାଯାଇଛି। ଏହି ଫୋନ ଅଶ୍ଳୀଳ ବିଷୟବସ୍ତୁ ରେକର୍ଡ କରିବାକୁ ଏବଂ କାହାକୁ ପଠାଇବାକୁ ଦେବ ନାହିଁ। ଫୋନ୍‌ରେ ଅଶ୍ଳୀଳ ଫଟୋ ଏବଂ ଭିଡିଓ ମଧ୍ୟ ସେଭ୍‌ କରି ରଖିହେବ ନାହିଁ। ଲାଇଭ ଷ୍ଟ୍ରିମିଂ ସମୟରେ ସମସ୍ତ ଆପତ୍ତିଜନକ ବିଷୟବସ୍ତୁକୁ ଏହା ତୁରନ୍ତ ବ୍ଲକ କରିଦେବ। ଶିଶୁମାନଙ୍କ ମଧ୍ୟରେ ଅଶ୍ଳୀଳତା ବୃଦ୍ଧି ପାଉଥିବାବେଳେ ଏହି ଫୋନ୍‌ ସେମାନଙ୍କୁ ଦୂରେଇ ରଖିବ। ଅଭିଭାବକଙ୍କ ଚିନ୍ତା ମଧ୍ୟ ଦୂର କରିବାରେ ବେଶ୍‌ ସହାୟକ ହେବ।

About The Author: The Sakala