ଦେଶ ପାଳୁଛି ବିଜୟ ଦିବସ: ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୫୨ତମ ବିଜୟ ଦିବସ। ଏହି ଅବସରରେ ଆଜି ନ୍ୟାସନାଲ ଓ୍ବାର ମେମୋରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଆର୍ମି ମୁଖ୍ୟ ଜେନେରାଲ ଅନୀଲ ଚୌହାନ, ସେନା କର୍ମଚାରୀ ଜେନେରାଲ ମନୋଜ ପାଣ୍ଡେ, ନାଭାଲ ସେନା ମୁଖ୍ୟ ଆର ହରି କୁମାର ଏବଂ ବାୟୁସେନା ଉପାଧ୍ୟକ୍ଷ ଏୟାର ମାର୍ଶଲ ଅମର ପ୍ରୀତ ସିଂ ମଧ୍ୟ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । Today, […]

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୫୨ତମ ବିଜୟ ଦିବସ। ଏହି ଅବସରରେ ଆଜି ନ୍ୟାସନାଲ ଓ୍ବାର ମେମୋରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଆର୍ମି ମୁଖ୍ୟ ଜେନେରାଲ ଅନୀଲ ଚୌହାନ, ସେନା କର୍ମଚାରୀ ଜେନେରାଲ ମନୋଜ ପାଣ୍ଡେ, ନାଭାଲ ସେନା ମୁଖ୍ୟ ଆର ହରି କୁମାର ଏବଂ ବାୟୁସେନା ଉପାଧ୍ୟକ୍ଷ ଏୟାର ମାର୍ଶଲ ଅମର ପ୍ରୀତ ସିଂ ମଧ୍ୟ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।


୧୯୭୧ ମସିହା ଡିସେମ୍ବର ୧୬ ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲା ଯୁଦ୍ଧ । ଆଉ ଏହି ଯୁଦ୍ଧରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଥିଲା ଭାରତ। ଅନେକ ବୀର ସହିଦ ହୋଇଥିଲେ । ଯୁଦ୍ଧ ୧୩ ଦିନ ଚାଲିଲା। ପାଖାପାଖି ୯୩ ହଜାର ପାକିସ୍ତାନୀ ସୈନିକ ଶେଷରେ ଭାରତୀୟ ସେନାଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ। ଏହି ଯୁଦ୍ଧର ଫଳାଫଳରେ ଗଠନ ହୋଇଥିଲା ବାଂଲାଦେଶ। ଯାହା ଭାରତୀୟ ସେନା ପାଇଁ କୌଣସି ଉତ୍ସବଠାରୁ କମ୍ ନ ଥିଲା। ଏହି ବିଜୟ ଭାରତୀୟ ସେନାର ସାହସିକତାର ସାକ୍ଷୀ । ଯୁଦ୍ଧର ଆରମ୍ଭ ୩ ଡିସେମ୍ବର ୧୯୭୧ରେ ଆରମ୍ଭ ହୋଇ ୧୬ ତାରିଖ ଯାଏଁ ଚାଲିଥିଲା। ସେହି ଯୁଦ୍ଧରେ ସହିଦ ହୋଇଥିବା ବୀର ଯବାନଙ୍କ ବଳିଦାନକୁ ମନେ ରଖିବା ଉଦ୍ଦେଶ୍ୟରେ ‘ବିଜୟ ଦିବସ’ ପାଳନ କରାଯାଉଛି। ଏହି ଦିନକୁ ବାଂଲାଦେଶ ମଧ୍ୟ ବିଜୟ ଦିବସ ଭାବେ ପାଳନ କରୁଛି।

About The Author: The Sakala