କ’ଣ ଏହି ଲୋଇଟରିଂ ମ୍ୟୁନିସନ୍? ଯାହା ପାକିସ୍ତାନରେ ମଚାଇଲା ଧମାଲ, ପ୍ରଥମ ଥର ବ୍ୟବହୃତ କଲା ଭାରତ

ନୂଆଦିଲ୍ଲୀ : ଭାରତୀୟ ସେନା ସମ୍ପ୍ରତି ‘ଅପରେସନ୍ ସିନ୍ଦୂର’ ଅଧୀନରେ ପାକିସ୍ତାନ ଏବଂ ପାକ୍ ଅଧିକୃତ ଜମ୍ମୁ-କାଶ୍ମୀର (PoJK)ରେ ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କ ଜୀବନ ଯାଇଥିବା ନୃଶଂସ ଘଟଣା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହି ଆକ୍ରମଣ ୨୨ ଏପ୍ରିଲ ୨୦୨୫ରେ ହୋଇଥିଲା। ଆଉ ଯାହାର ପ୍ରତଶୋଧ ସୂରୁପ ଭାରତୀୟ ସେନା, ବାୟୁସେନା ଏବଂ ନୌସେନା ମିଳିତ ଭାବରେ ଗତକାଲି ରାତିରେ ଏହି ଅପରେସନ କରିଛି। […]

ନୂଆଦିଲ୍ଲୀ : ଭାରତୀୟ ସେନା ସମ୍ପ୍ରତି ‘ଅପରେସନ୍ ସିନ୍ଦୂର’ ଅଧୀନରେ ପାକିସ୍ତାନ ଏବଂ ପାକ୍ ଅଧିକୃତ ଜମ୍ମୁ-କାଶ୍ମୀର (PoJK)ରେ ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କ ଜୀବନ ଯାଇଥିବା ନୃଶଂସ ଘଟଣା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହି ଆକ୍ରମଣ ୨୨ ଏପ୍ରିଲ ୨୦୨୫ରେ ହୋଇଥିଲା। ଆଉ ଯାହାର ପ୍ରତଶୋଧ ସୂରୁପ ଭାରତୀୟ ସେନା, ବାୟୁସେନା ଏବଂ ନୌସେନା ମିଳିତ ଭାବରେ ଗତକାଲି ରାତିରେ ଏହି ଅପରେସନ କରିଛି।

ଆକ୍ରମଣ ପରେ ଭାରତୀୟ ସେନା ତାର ବିବୃତ୍ତିରେ କହିଛି ଯେ ଏହି ଆକ୍ରମଣ ଭାରତ ମାଟିରୁ କରାଯାଇଥିଲା ଏବଂ ଏଥିରେ ପାକିସ୍ତାନରୁ କାର୍ଯ୍ୟ କରୁଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଟାର୍ଗେଟ କରାଯାଇଥିଲା। ଭାରତ ଏହି ଅପରେସନରେ ଆତ୍ମଘାତୀ କିମ୍ବା କାମିକେଜ ଡ୍ରୋନ ବ୍ୟବହାର କରିଛି, ଯାହା ଗୁପ୍ତ ଭାବରେ ସେମାନଙ୍କର ଲକ୍ଷ୍ୟକୁ ଧ୍ୱଂସ କରିପାରିବ। ଅପରେସନ ସିନ୍ଦୁରରେ ବ୍ୟବହୃତ ଅସ୍ତ୍ର ପ୍ରଯୁକ୍ତିବିଦ୍ୟା ହେଉଛି ଲୋଇଟରିଂ ମୁନିସନ।

‘ଲୋଇଟରିଂ ମନିସନ୍ସ’ ପ୍ରଯୁକ୍ତିବିଦ୍ୟା କ’ଣ?

ଲୋଇଟରିଂ ମ୍ୟୁନିସନ୍ ଏକ ସ୍ୱତନ୍ତ୍ର ଅସ୍ତ୍ର ଯାହା ଡ୍ରୋନ୍ ପରି ଦେଖାଯାଏ କିନ୍ତୁ ଏକ କ୍ଷେପଣାସ୍ତ୍ର ପରି କାମ କରେ, ଏହାକୁ ସାଧାରଣତଃ ‘କାମିକେଜ ଡ୍ରୋନ୍’ ମଧ୍ୟ କୁହାଯାଏ। ଏହି ଡ୍ରୋନ୍ ବାୟୁରେ ଗୋଟିଏ ସ୍ଥାନରେ ଉଡ଼ି ଚାରିପାଖର ପରିବେଶ ଉପରେ ନଜର ରଖେ। ଶତ୍ରୁର ଲକ୍ଷ୍ୟସ୍ଥଳ ଦେଖାଯିବା ମାତ୍ରେ, ଏହା ଦ୍ରୁତ ଗତିରେ ସେହି ସ୍ଥାନରେ ପଡ଼ି ବିସ୍ଫୋରଣ ହୁଏ। ଏଥିରେ କ୍ୟାମେରା ଏବଂ ସେନ୍ସର ସଜ୍ଜିତ ଅଛି ଯାହା ଏହାକୁ ସଠିକ୍ ଲକ୍ଷ୍ୟ ଚିହ୍ନଟ କରିବାରେ ସାହାଯ୍ୟ କରେ। ସୈନିକମାନେ ଏହାକୁ ଦୂରରୁ ନିୟନ୍ତ୍ରଣ କରିପାରିବେ କିମ୍ବା ଏହା ନିଜେ କାମ କରିପାରିବ। ଏହାର ସୁବିଧା ହେଉଛି ଯେ ସୈନିକମାନଙ୍କୁ ଶତ୍ରୁ ଅଞ୍ଚଳକୁ ଯିବାକୁ ପଡ଼ିବ ନାହିଁ ଏବଂ କ୍ଷତି ମଧ୍ୟ ହ୍ରାସ ପାଇବ।

ଏହି ଡ୍ରୋନର ବିଶେଷ କଥା ହେଉଛି ଏହା ଲୁଚି ରହି ଟାର୍ଗେଟ ଉପରେ ଆକ୍ରମଣ କରିପାରିବ। ଏଗୁଡ଼ିକ ଅଳ୍ପ ସମୟ ପାଇଁ ଉଭା ହୁଏ ଏବଂ କୌଣସି ଉଚ୍ଚ ମୂଲ୍ୟର ଯୁଦ୍ଧାସ୍ତ୍ର ବ୍ୟବହାର ନକରି ଲକ୍ଷ୍ୟଭେଦ କରିପାରିବ। ଏହି ଆତ୍ମଘାତୀ ଡ୍ରୋନର ଉଡ଼ାଣ ମଝି ରାସ୍ତାରେ ପରିବର୍ତ୍ତନ କିମ୍ବା ବାତିଲ କରାଯାଇପାରିବ।

ଏହି ପ୍ରଯୁକ୍ତିବିଦ୍ୟାର ଲାଭ

• ସଠିକତାର ସହିତ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରେ
• ଜନସାଧାରଣଙ୍କୁ  କ୍ଷତି ପହଞ୍ଚାଏ ନାହିଁ
• ଚଳପ୍ରଚଳ ଯାନବାହନ କିମ୍ବା ଲୁକ୍କାୟିତ ଶତ୍ରୁମାନଙ୍କୁ ମଧ୍ୟ ଟାର୍ଗେଟ କରିପାରିବ
• ଯବାନଙ୍କ ଜୀବନକୁ ବିପଦରେ ନ ପକାଇ ଶତ୍ରୁକୁ ଶେଷ କରେ

ଲୋଇଟରିଂ ମ୍ୟୁନିସନ୍ କେବେଠୁ ବ୍ୟବହାର ହେଉଛି

ଲୋଇଟରିଂ ମ୍ୟୁନିସନ୍ ବା ଆତ୍ମଘାତୀ ବୋମା ବୋଝେଇ ଏହି ଡ୍ରୋନଗୁଡ଼ିକ ପ୍ରଥମେ ୧୯୮୦ ଦଶକରେ ଅସ୍ତିତ୍ୱ ପାଇଥିଲା। ଏଗୁଡ଼ିକ ଶତ୍ରୁ ବାୟୁ ପ୍ରତିରକ୍ଷା (SEAD) ଦମନ ପାଇଁ ବ୍ୟବହୃତ ହେଉଥିଲା। ୧୯୯୦ ଦଶକରେ ଅନେକ ସେନା ଏହି ଆତ୍ମଘାତୀ ଡ୍ରୋନ ବ୍ୟବହାର କରିବା ଆରମ୍ଭ କରିଥିଲେ। ୨୦୦୦ ଦଶକର ପ୍ରାରମ୍ଭରେ ଏହି ଆତ୍ମଘାତୀ ଡ୍ରୋନର ଭୂମିକା ବିସ୍ତାରିତ ହୋଇଥିଲା। ସେମାନେ ଦୂରଗାମୀ ଆକ୍ରମଣ ପାଇଁ ପ୍ରସ୍ତୁତ ଥିଲେ। ଏହି ଡ୍ରୋନଗୁଡ଼ିକର ଆକାର ଏତେ ଛୋଟ ଯେ ଏଗୁଡ଼ିକୁ ସହଜରେ ଏକ ବ୍ୟାକପ୍ୟାକରେ ଫିଟ୍ କରାଯାଇପାରିବ। କିନ୍ତୁ ଭାରତ ପ୍ରଥମ ଥର ଏହି ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିଛି।

ଅପରେସନ ସିନ୍ଦୂର
• ପାକିସ୍ତାନ ଏବଂ PoJKରେ ଅବସ୍ଥିତ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରାଯାଇଥିଲା
• ଟାର୍ଗେଟରେ ଜୈଶ-ଏ-ମହମ୍ମଦ (JeM) ଏବଂ ଲସ୍କର-ଏ-ତୈବା (LeT) ଭଳି ସଂଗଠନର ବରିଷ୍ଠ ନେତାମାନେ ଥିଲେ
• ସମସ୍ତ ଆକ୍ରମଣ ଭାରତୀୟ ସୀମା ଭିତରୁ କରାଯାଇଥିଲା
• ଗୁଇନ୍ଦା ସଂସ୍ଥାଗୁଡ଼ିକ ସଠିକ୍ ସ୍ଥାନ ସୂଚନା ପ୍ରଦାନ କରିଥିଲେ, ଯାହା ଆକ୍ରମଣକୁ ଅତ୍ୟନ୍ତ ସଫଳ କରିଥିଲା
• ଏହି ଅପରେସନରେ କୌଣସି ପାକିସ୍ତାନୀ ସେନା ଘାଟିକୁ ଟାର୍ଗେଟ କରାଯାଇ ନଥିଲା, ଯାହା ସ୍ପଷ୍ଟ କରେ ଯେ ଭାରତର ଲକ୍ଷ୍ୟ କେବଳ ଆତଙ୍କବାଦୀଙ୍କୁ ନିପାତ କରିବା, ଯୁଦ୍ଧ କରିବା ନୁହେଁ।

About The Author: The Sakala