ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ବେେଳ ଆମେ କିଛି ଲଢ଼ୁଆ ବିମାନ ହରାଇଛୁ। କେତେ ହରାଇଛୁ, ତାହା ବଡ଼ କଥା ନୁହେଁ। କିନ୍ତୁ କାହିଁକି ହରାଇଲୁ ଏବଂ ତ୍ରୁଟି କେଉଁଠି ରହିଲା? ଏହା ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ସେ ଯାହା ହେଉ, ସେହି ତ୍ରୁଟି ଉପରେ ସମୀକ୍ଷା କରିଛୁ। ତ୍ରୁଟିର ସମାଧାନ ବାଟ ବାହାର କଲୁ। ଦୁଇ ଦିନ ପରେ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରାଗଲା ଏବଂ ଏଥିରେ ଆମେ ଶତ ପ୍ରତିଶତ ସଫଳ ରହିଲୁ। ଆମର ଆଉ କୌଣସି କ୍ଷତି େହଲାନାହିଁ, ଦୂରଗାମୀ ଲକ୍ଷ୍ୟେଭଦ କରି ସମସ୍ତ ବିମାନ ସୁରକ୍ଷିତ ଭାବେ ଫେରିଲେ।
ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାଲାଗି ପାକିସ୍ତାନ ବିେରାଧରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ଅପରେସନ ସିନ୍ଦୂର ସଂପର୍କରେ ଏଭଳି ବୟାନ ଦେଇଛନ୍ତି ଭାରତୀୟ ସେନାର ଚିଫ୍ ଅଫ୍ ଡିେଫନ୍ସ ଷ୍ଟାଫ୍ ଜେନେରାଲ ଅନୀଲ ଚୌହାନ। କାର୍ଯ୍ୟାନୁଷ୍ଠାନ ବେଳେ ଭାରତୀୟ ସେନା ବିମାନ ହରାଇଛି ବୋଲି କୌଣସି ସେନା ଅଧିକାରୀ ପ୍ରଥମ ଥର ଲାଗି ସୂଚନା ଦେଇଛନ୍ତି। କିନ୍ତୁ ଭାରତୀୟ ସେନାର କେତୋଟି ଲଢ଼ୁଆ ବିମାନ ଖସିଛି ତାହାର ସଂଖ୍ୟା ଜଣାଇବାକୁ ସେ ମନାକରିଦେଇଛନ୍ତି। ଭାରତର ୬ଟି ବିମାନକୁ ପାକିସ୍ତାନ ଖସାଇଥିବା ପାକ୍ ପ୍ରଧାନମନ୍ତ୍ରୀ ସରିଫ ଦେଇଥିବା ବୟାନ ସଂପର୍କରେ ଜେନେରାଲ ଚୌହାନ କହିଲେ, ଏଥିରେ କୌଣସି ସତ୍ୟତା ନାହିଁ। କେବଳ ସେ ଏତିକି କହିଲେ, ଆମର କିଛି ତ୍ରୁଟି ଥିଲା ଏବଂ ଏହାକୁ ତତକ୍ଷଣାତ୍ ସୁଧାରିବାରେ ସଫଳ ହୋଇଥିଲୁ।
ସିଙ୍ଗାପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଜେନେରାଲ ଚୌହାନ କହିଲେ ଯେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନକୁ ପ୍ରତିହତ କରିବାରେ ଚୀନ ନିର୍ମିତ ଏୟାର ଡିେଫନ୍ସ ସମର୍ଥ ହୋଇଛି ବୋଲି ପାକିସ୍ତାନ କରିଥିବା ଦାବିକୁ ଅଗ୍ରାହ୍ୟ କରିଦେଇ ସେ କହିଲେ ଯେ ସେଗୁଡ଼ିକ କିଛି କାମ ଦେଇନି। ଆମେ ଆମର ମିସନରେ ସଫଳ ହୋଇଛୁ। ଭାରତ ସହ ସଂଘର୍ଷ ବେଳେ ପାକିସ୍ତାନକୁ ଚୀନ ଏୟାରଡିଫେନ୍ସ ଏବଂ ଉପଗ୍ରହ ସହାୟତା ଦେଇଥିଲା। କିନ୍ତୁ ସେ ସବୁକୁ ଭାରତୀୟ କ୍ଷେପଣାସ୍ତ୍ର ଚକ୍ମା ଦେଇ ଧ୍ବଂସ ରଚାଇଥିଲା। ପାକିସ୍ତାନ ସୀମା ଭିତରେ ୩୦୦ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟକୁ ଭାରତୀୟ କ୍ଷେପଣାସ୍ତ୍ର ଧ୍ବଂସ କରିବାକୁ ସକ୍ଷମ ହୋଇଛି ବୋଲି ଜେନେରାଲ ଚୌହାନ କହିଛନ୍ତି।
ସେ ଅହୁରି କହିଲେ ଯେ ଚାରି ଦିନ ଚାଲିଥିବା ସଂଘର୍ଷରେ ଭାରତ ଓ ପାକିସ୍ତାନ କେବେହେଲେ ପରମାଣୁ ଯୁଦ୍ଧର ନିକଟତର ହୋଇନାହାନ୍ତି। ଏସଂପର୍କରେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଦେଇଥିବା ବୟାନକୁ ଖଣ୍ଡନ କରି େସ କହିଲେ ଯେ ସେମିତି ପରିସ୍ଥିତି ଉପୁଜିନଥିଲା। ଟ୍ରମ୍ପ କହିଥିଲେ, ଭାରତ ଓ ପାକିସ୍ତାନ ପରମାଣୁ ଯୁଦ୍ଧ ଆଡ଼କୁ ମୁହାଁଉଥିଲେ ଏବଂ ତାଙ୍କ ମଧ୍ୟସ୍ଥତା ଯୋଗୁଁ ଏହାକୁ ଏଡ଼ାଇ ଦିଆଯାଇପାରିଛି।