ଆମେରିକାରେ ପଢ଼ିବାକୁ ଚାହୁଁଥିଲେ, କେମିତି କରିବେ ଷ୍ଟୁଡେଣ୍ଟ୍ ଭିସା

ଭାରତର ବହୁ ଛାତ୍ରଛାତ୍ରୀ ବିଦେଶରେ ପଢ଼ିବା ପାଇଁ ଇଚ୍ଛା ରଖନ୍ତି। ସେଥିପାଇଁ ସେମାନେ ଜର୍ମାନୀ, କାନାଡ଼ା, ଅଷ୍ଟ୍ରେଲିଆ, ଋଷ, ୟୁକ୍ରେନ ତଥା ଅନ୍ୟ ଦେଶକୁ ଯିବାକୁ ଚାହାନ୍ତି। ବିଶେଷକରି ଆମେରିକାରେ ଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ସେମାନେ ଅଧିକ ପସନ୍ଦ କରିଥାନ୍ତି। ତେବେ ଅନେକ ମେଧାବୀ ଛାତ୍ର ଇଚ୍ଛା କରି ବି ଆମେରିକାରେ ପାଠ ପଢ଼ି ପାରନ୍ତି ନାହିଁ। କାରଣ ଉଚ୍ଚ ଶିକ୍ଷା ପାଇଁ ଭିସା ବାଧକ ସାଜିଥାଏ। ସବୁଠୁ ବଡ଼ କଥା ହେଉଛି ଛାତ୍ରଛାତ୍ରୀମାନଙ୍କର […]

ଭାରତର ବହୁ ଛାତ୍ରଛାତ୍ରୀ ବିଦେଶରେ ପଢ଼ିବା ପାଇଁ ଇଚ୍ଛା ରଖନ୍ତି। ସେଥିପାଇଁ ସେମାନେ ଜର୍ମାନୀ, କାନାଡ଼ା, ଅଷ୍ଟ୍ରେଲିଆ, ଋଷ, ୟୁକ୍ରେନ ତଥା ଅନ୍ୟ ଦେଶକୁ ଯିବାକୁ ଚାହାନ୍ତି। ବିଶେଷକରି ଆମେରିକାରେ ଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ସେମାନେ ଅଧିକ ପସନ୍ଦ କରିଥାନ୍ତି। ତେବେ ଅନେକ ମେଧାବୀ ଛାତ୍ର ଇଚ୍ଛା କରି ବି ଆମେରିକାରେ ପାଠ ପଢ଼ି ପାରନ୍ତି ନାହିଁ। କାରଣ ଉଚ୍ଚ ଶିକ୍ଷା ପାଇଁ ଭିସା ବାଧକ ସାଜିଥାଏ। ସବୁଠୁ ବଡ଼ କଥା ହେଉଛି ଛାତ୍ରଛାତ୍ରୀମାନଙ୍କର ଷ୍ଟୁଡେଣ୍ଟ୍ ଭିସା ବିଷୟରେ ଏତେଟା ଧାରଣା ନ ଥାଏ। ଆମେରିକାରେ ପଢ଼ିବା ପାଇଁ ଆପଣଙ୍କୁ କେଉଁ ଭିସା ଦରକାର , କେତେ ପ୍ରକାର ଭିସା ଅଛି, ସେଠାକୁ ଯିବା ପାଇଁ କେଉଁ ସବୁ ଦସ୍ତାବିଜ ଆବଶ୍ୟକ, ତାହାକୁ ନେଇ ଏ ପ୍ରସ୍ତୁତି…

ଆମେରିକାରେ ପାଠପଢ଼ା ପଦ୍ଧତି: ଆମେରିକାରେ ଉଚ୍ଚ ଶିକ୍ଷାକୁ ୪ଟି ଶ୍ରେଣୀରେ ଭାଗ କରାଯାଇଥାଏ। ଏହି ବିଭାଗଗୁଡ଼ିକ ଏଏ, ଏଏସ୍, ଏଏଏସ୍‌, ବ୍ୟାଚଲର୍ସ,ମାଷ୍ଟର୍ସ ଓ ପି.ଏଚ୍.ଡି ଭାବରେ ଜଣାଯାଇଥାଏ। ପ୍ରାୟ ବିଶ୍ୱବିଦ୍ୟାଳୟରେ ସ୍ନାତକ ପଢ଼ିବା ପାଇଁ ୨୦-୩୦ କ୍ରେଡିଟ୍‌ ଓ ସ୍ନାତକୋତ୍ତର ପାଇଁ ୩୦-୬୪ କ୍ରେଡିଟ୍‌ ଥିବା ଦରକାର।

ଆମେରିକାରେ ବିଦେଶରୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ୩ ପ୍ରକାର ଷ୍ଟୁଡେଣ୍ଟ ଭିସା ଥାଏ। ଯାହା ଆଧାରରେ ସେଠାରେ ଛାତ୍ରଛାତ୍ରୀଙ୍କୁ ଇଣ୍ଟରନ୍ୟାସନାଲ୍‌ ଷ୍ଟୁଡେଣ୍ଟ ହେଲଥ୍ ଇନ୍‌ସ୍ୟୁରାନ୍ସ ପାଇଁ ମଧ୍ୟ ଆବେଦନ କରିବା ପାଇଁ କୁହାଯାଇଥାଏ।

ଏଫ୍ -୧: ଏକାଡେମିକ୍‌ ପାଠ୍ୟକ୍ରମ ପାଇଁ ଏଫ୍ -୧ ଭିସା ମିଳିଥାଏ।

ଜେ-୧: ଏହା ସେହି ବିଷୟ ପାଇଁ ଛାତ୍ରଛାତ୍ରୀଙ୍କୁ ଦରକାର ପଡ଼େ, ଯେଉଁ ସବୁ ବିଷୟରେ ପ୍ରାକ୍ଟିକାଲ୍‌ ଟ୍ରେନିଂ ବ୍ୟବସ୍ଥା ଥାଏ।

ଏମ୍-୧: ପ୍ରଫେସନାଲ୍‌ କୋର୍ସରେ ପାଠ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ଏହି ଭିସାର ଆବଶ୍ୟକତା ରହିଛି।

କେଉଁ ସବୁ ପ୍ରମାଣପତ୍ର ଦରକାର

ସେମିଷ୍ଟାର୍‌ ପାଇଁ ନାମାଙ୍କନ ଭରିବା ପୂର୍ବରୁ ଛାତ୍ରଛାତ୍ରୀଙ୍କ ପାଖରେ ସମସ୍ତ ପ୍ରକାର ଆବଶ୍ୟକ ପ୍ରମାଣପତ୍ର ଥିବା ନିହାତି ଦରକାର। ସେଥିପ୍ରତି ବିଶେଷ ସତର୍କ ହେବା ଉଚିତ। ପାସ୍‌ପୋର୍ଟ, ଭିସା, ସମସ୍ତ ଜରୁରି ପ୍ରମାଣପତ୍ରର ନକଲ ସହ ଫଟୋକପି, ଆଇ-୨୦ ଫର୍ମ, ହାଇସ୍କୁଲ ମାର୍କସିଟ୍‌, ଡିଗ୍ରୀ ସାର୍ଟିଫିକେଟ୍‌, ଇଂଲିସ୍‌ ଲାଙ୍ଗୁଏଜ୍ ପ୍ରୋଫିଏନ୍‌ସି ଟେଷ୍ଟ ସ୍କୋର୍‌, ୟୁନିଭର୍ସିଟି ଆଡମିଶନ୍‌ ଲେଟର୍‌, ଫ୍ଲାଇଟ୍‌ ଟିକେଟ୍‌, ମେଡିକାଲ୍‌ ରେକର୍ଡ, ସ୍ବାସ୍ଥ୍ୟ ବୀମା ଇତ୍ୟାଦି ଆମେରିକାରେ ରହି ସେମାନଙ୍କୁ ପଢ଼ିବାର ସୁଯୋଗ ଦେବ। ଷ୍ଟୁଡେଣ୍ଟ ଭିସା ପାଇବାର ପ୍ରକ୍ରିୟା ବିଳମ୍ବ ହୋଇଥାଏ। ତେଣୁ କୋର୍ସ ଆରମ୍ଭର ୪/୫ ମାସ ପୂର୍ବରୁ ଆବେଦନ କରିବା ଆବଶ୍ୟକ।

About The Author: The Sakala