ଭୋପାଳ: ମଧ୍ୟପ୍ରଦେଶରେ ଗାଁ ଗହଳିରେ ଚାଲିଥିବା କୁଟୀର ଶିଳ୍ପରେ କିଭଳି ଦେଶୀ ବନ୍ଧୁକ ପ୍ରସ୍ତୁତ ହେଉଛି ତାହାର ଏକ ଖବର ସାମ୍ନାକୁ ଆସିଛି। ଜଣେ ମହିଳା ନିଜ ଘରେ ଏକ ଦେଶୀ ବନ୍ଧୁକ ସଫା କରିବାର ଭିଡିଓ ଭାଇରାଲ ହେବା ପରେ ଏହି ବିଷୟ ଜଣାପଡ଼ିଛି। ମହିଳା ଜଣକ ଏକ ବ୍ରସ୍ରେ ବନ୍ଧୁକ ସଫା କରୁଥିବା ଏବଂ ଘର ଭିତରୁ ଅନ୍ୟ ଜଣେ କେହି ତାଙ୍କୁ କିଛି କହୁଥିବା ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ ଏହା ପୁଲିସ ନଜରକୁ ଆସିଥିଲା। ପରେ ପରେ ସାଇବର ଟିମ୍ ଏହି ଠିକଣା ବାବଦରେ ଯାଞ୍ଚ କରିବା ପରେ ଏହି ସ୍ଥାନ ମଧ୍ୟପ୍ରଦେଶର ମହୁଆ ଥାନା ଅନ୍ତର୍ଗତ ଗଣେଶପୁରା ଗାଁ ବୋଲି ଜଣାପଡ଼ିଥିଲା। ତେବେ ପୁଲିସ ଏଠାକୁ ଆସୁଥିବା ସୁରାକ ପାଇ ବନ୍ଧୁକ ତିଆରି କରୁଥିବା ଶକ୍ତି କପୁର ଓରଫ ଛୋଟୁ ଏବଂ ତା ’ ବାପା ବିହାରିଲାଲ ନିଜ ଜିନିଷପତ୍ର ସହ ଏକ ବାଇକ୍ରେ ଫେରାର ହୋଇଯାଇଥିଲେ। ପୁଲିସ ସେମାନଙ୍କୁ ଧରିବାକୁ ପିଛା କରିବା ବେଳେ ସେମାନେ ବାଇକରୁ ଖସିପଡ଼ିଥିଲେ। ପୁଲିସ ଘଟଣାସ୍ଥଳରୁ ଏକ ଅଖାରେ ଭର୍ତ୍ତି ହୋଇଥିବା ବହୁ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତକରୀ ସାମଗ୍ରୀ ଜବତ କରିବା ସହିତ ଏକ ଡବଲ ବ୍ୟାରେଲ ବନ୍ଧୁକ ଏବଂ ଦୁଇଟି ପିସ୍ତଲ ଜବତ କରିଥିଲା। ଏହାଦ୍ବାରା ଏହି ଅଞ୍ଚଳରେ ବେଆଇନ ଅସ୍ତ୍ର ପ୍ରସ୍ତୁତ ହେଉଥିବା ସ୍ପଷ୍ଟ ହେବା ପରେ ପୁଲିସ ତନାଘନା ଆରମ୍ଭ କରିଛି।
ମଧ୍ୟପ୍ରଦେଶରେ ଜଣେ ମହିଳା ବନ୍ଧୁକ ସଫା କରୁଥିବା ଭିଡିଓ ଭାଇରାଲ
ଭୋପାଳ: ମଧ୍ୟପ୍ରଦେଶରେ ଗାଁ ଗହଳିରେ ଚାଲିଥିବା କୁଟୀର ଶିଳ୍ପରେ କିଭଳି ଦେଶୀ ବନ୍ଧୁକ ପ୍ରସ୍ତୁତ ହେଉଛି ତାହାର ଏକ ଖବର ସାମ୍ନାକୁ ଆସିଛି। ଜଣେ ମହିଳା ନିଜ ଘରେ ଏକ ଦେଶୀ ବନ୍ଧୁକ ସଫା କରିବାର ଭିଡିଓ ଭାଇରାଲ ହେବା ପରେ ଏହି ବିଷୟ ଜଣାପଡ଼ିଛି। ମହିଳା ଜଣକ ଏକ ବ୍ରସ୍ରେ ବନ୍ଧୁକ ସଫା କରୁଥିବା ଏବଂ ଘର ଭିତରୁ ଅନ୍ୟ ଜଣେ କେହି ତାଙ୍କୁ କିଛି କହୁଥିବା ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ […]