ଦେଶର ତିନି ସେନାରେ ୯୩୬୨ ଅଫିସର, ୧.୧୩ ଲକ୍ଷ ସୈନିକ ପଦ ଖାଲି

ନୂଆଦିଲ୍ଲୀ: ଦେଶର ତିନି ସେନାରେ ୯,୩୬୨ ଅଫିସର ଏବଂ ୧୧୩ ଲକ୍ଷ ସୈନିକ ପଦ ଖାଲି ରହିଛି। ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ କହିଛନ୍ତି ଯେ ସେନାରେ ୭୪୭୬ ଅଫିସର ଏବଂ ଜୁନିୟର କମିଶନଡ ଅଫିସର ସହିତ ୯୭୧୭୭ ସୈନିକ ପଦ ଖାଲି ପଡିଛି । ସେହିପରି ନୌସେନାରେ ୧୨୬୫ ଅଫିସର ଏବଂ ୧୧,୧୬୬ ସେଲର, ବାୟୁସେନାରେ ୬୨୧ ଅଫିସର ଏବଂ ୪୮୫୦ […]

ନୂଆଦିଲ୍ଲୀ: ଦେଶର ତିନି ସେନାରେ ୯,୩୬୨ ଅଫିସର ଏବଂ ୧୧୩ ଲକ୍ଷ ସୈନିକ ପଦ ଖାଲି ରହିଛି। ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ କହିଛନ୍ତି ଯେ ସେନାରେ ୭୪୭୬ ଅଫିସର ଏବଂ ଜୁନିୟର କମିଶନଡ ଅଫିସର ସହିତ ୯୭୧୭୭ ସୈନିକ ପଦ ଖାଲି ପଡିଛି ।

ସେହିପରି ନୌସେନାରେ ୧୨୬୫ ଅଫିସର ଏବଂ ୧୧,୧୬୬ ସେଲର, ବାୟୁସେନାରେ ୬୨୧ ଅଫିସର ଏବଂ ୪୮୫୦ ଏୟାରମ୍ୟାନ ପଦ ଖାଲି ଅଛି। ସରକାର ଏହି ସବୁ ପଦବୀ ଖୁବ୍‌ଶୀଘ୍ର ପୂରଣ କରିବା ପାଇଁ ପ୍ରୟାସ କରୁଛନ୍ତି। ଏବେ ସ୍ଥଳସେନାରେ ୫୩,୫୬୯ ଅଫିସର ଏବଂ ୧୧.୩୫,୭୯୯ ସୈନିକ ସେବା ଦେଉଛନ୍ତି । ନୌସେନାରେ ୧୧,୧୦୦ ଏବଂ ୬୩,୫୧୫ ସେଲର ପଦବୀ ରହିଛି। ଏହା ବ୍ୟତୀତ ବାୟୁ ସେନାରେ ୧୨,୦୪୮ ଅଫିସର ଏବଂ ୧,୩୮, ୭୯୨ ପଦବୀ ଅଛି।

About The Author: The Sakala