ବନ୍ୟା ପରେ ଉତ୍ତରାଖଣ୍ଡ ବେହାଲ୍‌: ମାଟିତଳୁ ଜୀବନ ଖୋଜା; ୧୧ ଯବାନ, ୨୮ ପର୍ଯ୍ୟଟକଙ୍କ ପତ୍ତା ମିଳୁନି

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଧରାଲୀ ଗାଁରେ ମଙ୍ଗଳବାର ବାଦଲ ଫଟା ବର୍ଷା ଯୋଗୁଁ ୫ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି। ଏସ୍‌‌ଡିଆରଏଫ୍‌‌, ଏନ୍‌‌ଡିଆରଏଫ୍‌‌, ଆଇଟିବିପ ଓ ସେନା ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ ଖରାପ ପାଗ ଯୋଗୁଁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ମଙ୍ଗଳବାର ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ୪ଟି ମୃତଦେହ ଉଦ୍ଧାର କରାଯାଇଛି। ଉତ୍ତରାଖଣ୍ଡର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି। ଏମାନଙ୍କର ପରିଚୟ ମିଳିପାରି ନାହିଁ। ୧୦୦ରୁ ଊର୍ଦ୍ଧ୍ବ […]

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଧରାଲୀ ଗାଁରେ ମଙ୍ଗଳବାର ବାଦଲ ଫଟା ବର୍ଷା ଯୋଗୁଁ ୫ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି। ଏସ୍‌‌ଡିଆରଏଫ୍‌‌, ଏନ୍‌‌ଡିଆରଏଫ୍‌‌, ଆଇଟିବିପ ଓ ସେନା ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ ଖରାପ ପାଗ ଯୋଗୁଁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ମଙ୍ଗଳବାର ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ୪ଟି ମୃତଦେହ ଉଦ୍ଧାର କରାଯାଇଛି। ଉତ୍ତରାଖଣ୍ଡର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି। ଏମାନଙ୍କର ପରିଚୟ ମିଳିପାରି ନାହିଁ। ୧୦୦ରୁ ଊର୍ଦ୍ଧ୍ବ ଲୋକ ନିଖୋଜ ଅଛନ୍ତି। ୧୧ ଜଣ ଯବାନଙ୍କ ସମେତ ଗତ ୨୪ ଘଣ୍ଟା ମଧ୍ୟରେ ୧୫୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଉଦ୍ଧାର କରାଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍‌‌ରେ କଥା ହୋଇଛନ୍ତି। ଏହାପରେ ଧାମୀ ଧରାଲୀ ସମେତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଅନ୍ୟ ସ୍ଥାନଗୁଡିକ ହେଲିକପ୍ଟର ଯୋଗ ଆକାଶମାର୍ଗରୁ ପରିଦର୍ଶନ କରିଥିଲେ। ସେ ଉଦ୍ଧାର କାର୍ଯ୍ୟ ନେଇ ଅଧିକାରୀମାନଙ୍କ ବୈଠକରେ ଆଲୋଚନା କରିଛନ୍ତି। ବାଦଲ ଫଟା ବର୍ଷା ଓ ଅଚାନକ ବନ୍ୟାରେ ଧରାଲୀ ଗାଁର ବଜାର, ଘର, ହେଟେଲ ସବୁ କିଛି ବହିଯାଇଛି। ମାତ୍ର ୩୪ ସେକେଣ୍ଡ ମଧ୍ୟରେ ଏହି ଧ୍ୱଂସର ତାଣ୍ଡବଲୀଳା ଦେଖିବାକୁ ମିଳିଥିଲା। ଧରାଲୀକୁ ବାଦ୍‌‌ ଦେଲେ ସୁକ୍କୀ ଓ ହର୍ଷିଲରେ ମଧ୍ୟ ବାଦଲ ଫଟା ବର୍ଷା ହୋଇଥିଲା। ତେବେ ଏଠାରେ ଧରାଲୀ ଭଳି କ୍ଷୟକ୍ଷତି ହୋଇନାହିଁ। ଧରଲୀର ୧୫୦୦ ବର୍ଷ ପୁରୁଣା କଳ୍ପ କେଦାର ମନ୍ଦିର ମଧ୍ୟ ଧ୍ୱଂସ ପାଇଛି। ଏହା ଭାଗୀରଥୀ ନଦୀକୂଳରେ ଅବସ୍ଥିତ ଥିଲା। ଧରାଲୀ ଗଙ୍ଗୋତ୍ରୀ ଧାମଠାରୁ ମାତ୍ର ୧୮ କିମି ଦୂରରେ ଅବସ୍ଥିତ। ବିପର୍ଯ୍ୟୟରେ ଏତେ ଭୟଙ୍କର ଥିଲା ଯେ, ଲୋକଙ୍କୁ ଦୌଡ଼ି ପଳାଇବାକୁ ସମୟ ନଥିଲା।

କୋଚି: ଉତ୍ତରାଖଣ୍ଡର ବନ୍ୟା ବିଭୀଷିକାରେ କେରଳର ୨୮ଜଣ ପର୍ଯ୍ୟଟକ ନିଖୋଜ ହୋଇଛନ୍ତି। ନିଖୋଜ ହୋଇଥିବାର ପରିବାର ତରଫରୁ ବୁଧବାର ଏ ନେଇ ସୂଚନା ଦିଆଯାଇଛି। ୨୮ଜଣଙ୍କ ମଧ୍ୟରୁ ୨୦ ଜଣ ପର୍ଯ୍ୟଟକ ମହାରାଷ୍ଟ୍ରରେ ଅବସ୍ଥାପିତ ହୋଇଛନ୍ତି। ବାକି ୮ ଜଣ କେରଳର ବିଭିନ୍ନ ସ୍ଥାନରୁ ଉତ୍ତରାଖଣ୍ଡ ବୁଲିବାକୁ ଯାଇଥିଲେ। ବୁଧବାର ସକାଳ ୮.୩୦ରେ ଏହି ପର୍ଯ୍ୟଟକମାନେ ଉତ୍ତରାକାଶୀରୁ ଗଙ୍ଗୋତ୍ରୀ ଯାତ୍ରା କରିଥିଲେ ଓ ରାସ୍ତରେ ହିଁ ଭୂସ୍ଖଳନ ହୋଇଥିଲା। ଏହାପରଠାରୁ ସେମାନଙ୍କ ସହିତ କୌଣସି ଯୋଗଯୋଗ ହୋଇପାରିନାହିଁ। ହରିଦ୍ୱାରର ଏକ ଟ୍ରାଭେଲ ଏଜେନ୍ସି ପର୍ଯ୍ୟଟକଙ୍କ ପାଇଁ ୧୦ ଦିନିଆ ଯାତ୍ରାର ବ୍ୟବସ୍ଥା କରିଥିଲା ସେମାନଙ୍କ ପରିବାର ତରଫରୁ କୁହାଯାଇଛି। ଉତ୍ତରାଖଣ୍ଡରେ ବୁଧବାର ହୋଇଥିବା ପ୍ରବଳ ବର୍ଷାରେ ପୋଡି ଜିଲ୍ଲାର ବୁରାଁସୀ ଗାଁରେ ଜଣେ ମହିଳା ମାଟି ତଳେ ଦବିଯାଇ ପ୍ରାଣ ହରାଇଛନ୍ତି। ୫ ଜଣ ନେପାଳୀ ଶ୍ରମିକ ମଧ୍ୟ ଭାସି ଯାଇଥିବା ସୂଚନା ମିଳିଛି।

About The Author: The Sakala