ପଞ୍ଜାବ ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ବିଏସ୍ଏଫ ଗୁଳିରେ ଦୁଇ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ

ଫିରୋଜପୁର: ପଞ୍ଜାବର ଫିରୋଜପୁର ସୀମାରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ) । ଭାରତ ସୀମାକୁ ପଶିବାକୁ ଉଦ୍ୟମ କଲାବେଳେ ବିଏସ୍ଏଫ୍ ଗୁଳିରେ ପାକିସ୍ତାନର ଦୁଇଜଣ ଅନୁପ୍ରବେଶକାରୀ ନିହତ ହୋଇଛନ୍ତି। ଗତକାଲି ରାତି ପ୍ରାୟ ୯.୪୫ ସମୟରେ ଏହି ଘଟଣା ଘଟିଥିଲା ​​| ବିଏସ୍ଏଫ୍ ଉଭୟ ଅନୁପ୍ରବେଶକାରୀଙ୍କୁ ରହିବାକୁ କହିଥିଲା, କିନ୍ତୁ ସେମାନେ ବିଏସଏଫର ଚେତାବନୀକୁ ଅଣଦେଖା କରିଥିଲେ। ବିଏସ୍ଏଫ୍ ବାଧ୍ୟ ହୋଇ ଫାୟାରିଂ କରିଥିଲା। ଏହି ଘଟଣା ପରେ ବିଏସଏଫ ଫିରଜୋପୁର […]

ଫିରୋଜପୁର: ପଞ୍ଜାବର ଫିରୋଜପୁର ସୀମାରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ) । ଭାରତ ସୀମାକୁ ପଶିବାକୁ ଉଦ୍ୟମ କଲାବେଳେ ବିଏସ୍ଏଫ୍ ଗୁଳିରେ ପାକିସ୍ତାନର ଦୁଇଜଣ ଅନୁପ୍ରବେଶକାରୀ ନିହତ ହୋଇଛନ୍ତି। ଗତକାଲି ରାତି ପ୍ରାୟ ୯.୪୫ ସମୟରେ ଏହି ଘଟଣା ଘଟିଥିଲା ​​| ବିଏସ୍ଏଫ୍ ଉଭୟ ଅନୁପ୍ରବେଶକାରୀଙ୍କୁ ରହିବାକୁ କହିଥିଲା, କିନ୍ତୁ ସେମାନେ ବିଏସଏଫର ଚେତାବନୀକୁ ଅଣଦେଖା କରିଥିଲେ। ବିଏସ୍ଏଫ୍ ବାଧ୍ୟ ହୋଇ ଫାୟାରିଂ କରିଥିଲା।

ଏହି ଘଟଣା ପରେ ବିଏସଏଫ ଫିରଜୋପୁର ସୀମାବର୍ତ୍ତୀ ଅଞ୍ଚଳରେ ତଲାସୀ ଅଭିଯାନ ଆରମ୍ଭ କରିଛି। ଗତ କିଛି ଦିନ ହେବ ପଞ୍ଜାବ, ଜାମ୍ମୁ କାଶ୍ମୀର ସୀମାରେ ପାକିସ୍ତାନୀ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା । ସୀମାରେ ଚୋରା ଚାଲାଣକାରୀ ମଧ୍ୟ ବେଶ୍ ସକ୍ରିୟ ଅଛନ୍ତି।

ସମ୍ପ୍ରତି ବିଏସ୍ଏଫ୍ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚଳାଇ ସୀମାରେ ନିହତ ଏହି ଦୁଇ ଅନୁପ୍ରବେଶକାରୀଙ୍କ ସ଼‌ହ ଅନ୍ୟ କେହି ଥିଲେ ନା ନାହିଁ ନିଶ୍ଚିତ କରୁଛି । ଅନୁପ୍ରବେଶକାରୀଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ ଥିଲା କି ନାହିଁ ତାହା ମଧ୍ୟ ଯାଞ୍ଚ୍ କରାଯାଉଛି।

About The Author: The Sakala