ହୃଦଘାତରେ ବରିଷ୍ଠ ଟିଭି ସାମ୍ବାଦିକ ରୋହିତ ସରଦାନାଙ୍କ ଦେହାନ୍ତ, କରୋନାରେ ହୋଇଥିଲେ ସଂକ୍ରମିତ…

ନୂଆଦିଲ୍ଲୀ: ଜଣାଶୁଣା ବରିଷ୍ଠ ଟିଭି ସାମ୍ବାଦିକ ରୋହିତ ସରଦାନାଙ୍କ ଦେହାନ୍ତ ହୋଇଛି । ରୋହିତଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ଆଜି ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ୨୦୧୮ ମସିହାରେ ରୋହିତ ସରଦାନା ଗଣେଶ ବିଦ୍ୟାର୍ଥୀ ପୁରସ୍କାର ପାଇଥିଲେ । ଦୀର୍ଘ ଦିନ ଧରି ଜି ନ୍ୟୁଜରେ ଆଙ୍କର୍ ଥିବା ରୋହିତ ସରଦାନା ଆଜି ପର୍ଯ୍ୟନ୍ତ ନ୍ୟୁଜ୍ ଚ୍ୟାନେଲରେ ଆଙ୍କର୍ ଭାବରେ କାର୍ଯ୍ୟ କରୁଥିଲେ । ଏବେ ସେ ଆଜ୍‌ ତକ୍‌ରେ ଆଙ୍କର ଭାବେ […]

ନୂଆଦିଲ୍ଲୀ: ଜଣାଶୁଣା ବରିଷ୍ଠ ଟିଭି ସାମ୍ବାଦିକ ରୋହିତ ସରଦାନାଙ୍କ ଦେହାନ୍ତ ହୋଇଛି । ରୋହିତଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ଆଜି ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ୨୦୧୮ ମସିହାରେ ରୋହିତ ସରଦାନା ଗଣେଶ ବିଦ୍ୟାର୍ଥୀ ପୁରସ୍କାର ପାଇଥିଲେ । ଦୀର୍ଘ ଦିନ ଧରି ଜି ନ୍ୟୁଜରେ ଆଙ୍କର୍ ଥିବା ରୋହିତ ସରଦାନା ଆଜି ପର୍ଯ୍ୟନ୍ତ ନ୍ୟୁଜ୍ ଚ୍ୟାନେଲରେ ଆଙ୍କର୍ ଭାବରେ କାର୍ଯ୍ୟ କରୁଥିଲେ । ଏବେ ସେ ଆଜ୍‌ ତକ୍‌ରେ ଆଙ୍କର ଭାବେ କାର୍ଯ୍ୟ କରୁଥିଲେ ।

କୋଭିଡ୍ ସଂକ୍ରମିତ ରୋହିତ ସରଦାନା ଶେଷ ମୁହୂର୍ତ୍ତରେ ବି ଲୋକଙ୍କୁ ସାହାଯ୍ୟ କରୁଥିଲେ । ଗତକାଲି ସକାଳ ୮ଟା ୪୬ରେ ଶେଷ ଟ୍ୱିଟ୍ କରିଥିଲେ ସରଦାନା । କୋଭିଡ୍ ସଂକ୍ରମିତଙ୍କୁ ରେମଡେସିଭିର ଇଞ୍ଜେକ୍ସନ୍ ଆବଶ୍ୟକତା ନେଇ ସରଦାନା ଟ୍ୱିଟ୍ କରିଥିଲେ । ହେଲେ ଆଜି ହଠାତ୍ ତାଙ୍କର ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ରୋହିତ ସରଦାନାଙ୍କ ମୃତ୍ୟୁକୁ ନେଇ ସାମ୍ବାଦିକଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି ।

About The Author: The Sakala