ରେଳଯାତ୍ରୀଙ୍କୁ ବଡ଼ ଝଟକା : ଜୁଲାଇ ପହିଲାରୁ ମହଙ୍ଗା ହେବ ରେଳଭଡା

ନୂଆଦିଲ୍ଲୀ : ଆସନ୍ତା ମାସରୁ ରେଳଯାତ୍ରୀଙ୍କୁ ବଡ଼ ଝଟକା ଲାଗିବାକୁ ଯାଉଛି। କୋଭିଡ୍‌-୧୯ ମହାମାରୀ ପରେ ପ୍ରଥମ ଥର ପାଇଁ ଜୁଲାଇ ପହିଲାରୁ ବର୍ଦ୍ଧିତ ଯାତ୍ରୀଭଡ଼ା ଲାଗୁ ହେବ। ଏଥିରେ ଲୋକାଲଠାରୁ ଆରମ୍ଭ କରି ମେଲ୍ ଏକ୍ସପ୍ରେସ୍‌ର ଭଡ଼ା ବୃଦ୍ଧି ହେବାକୁ ଯାଉଛି। ଏହାସହିତ, ତତ୍‌କାଳ ଟିକଟ୍ ବୁକିଂର ନିୟମ ମଧ୍ୟ ପରିବର୍ତ୍ତନ ହେଉଛି। ସାଧାରଣ ମେଲ୍ / ଏକ୍ସପ୍ରେସ୍ ଟ୍ରେନ (ନନ୍-ଏସି) ଭଡା କିଲୋମିଟର ପିଛା ୧ ପଇସା ବୃଦ୍ଧି ପାଇବ। ଏସି ଶ୍ରେଣୀରେ ଯାତ୍ରୀଭଡା […]

ନୂଆଦିଲ୍ଲୀ : ଆସନ୍ତା ମାସରୁ ରେଳଯାତ୍ରୀଙ୍କୁ ବଡ଼ ଝଟକା ଲାଗିବାକୁ ଯାଉଛି। କୋଭିଡ୍‌-୧୯ ମହାମାରୀ ପରେ ପ୍ରଥମ ଥର ପାଇଁ ଜୁଲାଇ ପହିଲାରୁ ବର୍ଦ୍ଧିତ ଯାତ୍ରୀଭଡ଼ା ଲାଗୁ ହେବ। ଏଥିରେ ଲୋକାଲଠାରୁ ଆରମ୍ଭ କରି ମେଲ୍ ଏକ୍ସପ୍ରେସ୍‌ର ଭଡ଼ା ବୃଦ୍ଧି ହେବାକୁ ଯାଉଛି। ଏହାସହିତ, ତତ୍‌କାଳ ଟିକଟ୍ ବୁକିଂର ନିୟମ ମଧ୍ୟ ପରିବର୍ତ୍ତନ ହେଉଛି।

ସାଧାରଣ ମେଲ୍ / ଏକ୍ସପ୍ରେସ୍ ଟ୍ରେନ (ନନ୍-ଏସି) ଭଡା କିଲୋମିଟର ପିଛା ୧ ପଇସା ବୃଦ୍ଧି ପାଇବ। ଏସି ଶ୍ରେଣୀରେ ଯାତ୍ରୀଭଡା କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇବ। ସେହିପରି ୫୦୦ କିମି ଯାତ୍ରା ପାଇଁ ସହର ତଳି ଟିକଟ୍‌ ଓ ଦ୍ବିତୀୟ ଶ୍ରେଣୀ ଯାତ୍ରା ଭଡ଼ାରେ କୌଣସି ବୃଦ୍ଧି ହେବ ନାହିଁ। ୫୦୦ କିମିରୁ ଅଧିକ ଦୂରତା ପାଇଁ ବୃଦ୍ଧି ଅଧ ପଇସା ପ୍ରତି କିଲୋମିଟର ହେବ। ମାସିକ ସିଜନ ଟିକଟ୍‌ରେ କୌଣସି ବୃଦ୍ଧି ହେବନାହିଁ। ଏହାବ୍ୟତୀତ, ଅନ୍‌ଲାଇନ୍‌ ତତ୍କାଳ ଟିକେଟ୍‌ ସିଷ୍ଟମରେ ଦୀର୍ଘ ଦିନଧରି ଚାଲିଥିବା ହେରଫେରକୁ ଦେଖି ନିକଟରେ ରେଳବାଇ ତତ୍କାଳ ଟିକଟ୍‌ର ବୁକିଂ ପ୍ରକ୍ରିୟାରେ ପରିବର୍ତ୍ତନ କରିଛି। ଜୁଲାଇ ପହିଲାରୁ ତତ୍କାଳ ଟିକଟ ବୁକ୍ କରିବା ପାଇଁ ଆଧାର ପ୍ରମାଣୀକରଣ ଆବଶ୍ୟକ ହେବ। ଜୁନ୍ ୧୦ରେ ରେଳ ମନ୍ତ୍ରଣାଳୟ ସମସ୍ତ ରେଳ ଜୋନ୍‌କୁ ଏନେଇ ନୋଟିସ୍ ଦେଇଛି।

ଏଣିକି ଆଇଆର୍‌ସିଟିସି ଏଜେଣ୍ଟମାନେ ପ୍ରଥମ ଅଧ ଘଣ୍ଟା ପାଇଁ ତତ୍କାଳ ଟିକେଟ ବୁକ୍ କରିପାରିବେନାହିଁ। ଏହି ନିୟମ ସକାଳ ୧୦ଟା ରୁ ୧୦ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଏସି କ୍ଲାସ ପାଇଁ ଏବଂ ସକାଳ ୧୧ଟାରୁ ୧୧ ଟା ୩୦ ମିନିଟ୍‌ପର୍ଯ୍ୟନ୍ତ ଅଣ-ଏସି କ୍ଲାସ ପାଇଁ ଲାଗୁ ହେବ। ଅର୍ଥାତ୍, ଏହି ସମୟରେ ଏଜେଣ୍ଟମାନେ ତତକାଳ ଟିକେଟ୍ ବୁକ୍ କରିପାରିବେ ନାହିଁ।

About The Author: The Sakala